ମଣି-କାଞ୍ଚନ ଯୋଗ

ଏକଦା ଶ୍ରୀମନ୍ଦିରରେ ଭକ୍ତି ଆନ୍ଦୋଳନର ପୁରୋଧା ଶ୍ରୀଚୈତନ୍ୟଦେବ ମାନସ ପୂଜା କରୁଥିବା ସମୟରେ ନିଜ ହାତତିଆରି ଗେଣ୍ଡୁଫୁଲମାଳ ଜଗନ୍ନାଥଙ୍କୁ ଲାଗି କଲାବେଳେ ତାହା ମହାପ୍ରଭୁଙ୍କ ମସ୍ତକରେ ଯାଉ ନ ଥାଏ। ଏହା ଭାବି ଭାବି ଚୈତନ୍ୟଦେବ ବ୍ୟସ୍ତ ବିବ୍ରତ ହେଉଥିବା ବେଳେ ତାଙ୍କ ପଛରୁ ଭକ୍ତ ଜଗନ୍ନାଥ ଦାସ ଆସି ପିଠିରେ ହାତମାରି ଦେଇ କହିଲେ, ଆପଣ ଫୁଲମାଳକୁ ଖୋଲିଦେଇ ମହାପ୍ରଭୁଙ୍କ ଶ୍ରୀହସ୍ତରେ ଦେଇ ଦିଅନ୍ତୁ ଏହା ଆରାମରେ ଶ୍ରୀ ଅଙ୍ଗଲାଗି ହୋଇଯିବ। ଏହା ଶୁଣି ଚୈତନ୍ୟଦେବ ଆଶ୍ଚର୍ଯ୍ୟ ହୋଇଗଲେ। ସେ ତ ମାନସ ପୂଜା କରୁଥିଲେ ତାଙ୍କ ମନର କଥା ଜଗନ୍ନାଥ ଦାସ କେମିତି ଜାଣିଲେ ? ତେଣୁ ସେ ଜଗନ୍ନାଥ ଦାସଙ୍କୁ ବଙ୍ଗଳା ଭାଷାରେ ‘ଅତିବଡ଼ୀ’ ଯାହା ଓଡ଼ିଆରେ ଅତିବଡ଼ ଭାବେ ସମ୍ବୋଧନ କରିଥିଲେ। ପରେ ପରେ ଦୁହେଁ ଦୁହିଁଙ୍କୁ ଗୁରୁ-ଶିଷ୍ୟ ବୋଲି ମାନି ଆସିଥିଲେ ଯାହାକୁ ଆମ ଓଡ଼ିଶାର ଭକ୍ତିମାର୍ଗର ଲୋକମାନେ ମଣି -କାଞ୍ଚନ ସଂଯୋଗ ବୋଲି କହିଥାଆନ୍ତି।
ସଂସାରରେ ଉଭୟ ମଣି ଏବଂ କାଞ୍ଚନ ଅର୍ଥାତ୍‌ ସୁନା ପ୍ରତି ଅଧିକାଂଶ ଲୋକଙ୍କ ଦୁର୍ବଳତା ଥାଏ। ଏହି ଦୁହିଁଙ୍କ ମଧ୍ୟରେ ଅନ୍ୟମାନଙ୍କୁ ଆକର୍ଷଣ କରିବାର ଯାଦୁ ରହିଛି। ସେମାନଙ୍କର ମିଳନରେ ଉଭୟଙ୍କର ଉପାଦେୟତା ତଥା ମର୍ଯ୍ୟାଦା ବହୁଗୁଣିତ ହୋଇଥାଏ। ତେବେ ମଣି ପାଇଁ କାଞ୍ଚନ କିମ୍ବା କାଞ୍ଚନ ପାଇଁ ମଣିର ମର୍ଯ୍ୟାଦା ବଢ଼ିଥାଏ ସେକଥା ବିଚାରକରି କୌଣସି ନିଷ୍କର୍ଷରେ ପହଞ୍ଚିବା ଏକ କଷ୍ଟକର ବ୍ୟାପାର। ମଣି କେବଳ ସ୍ବସ୍ଥାନରେ ରହିଲେ ତା’ର ମର୍ଯ୍ୟାଦା କିମ୍ବା କାର୍ଯ୍ୟକାରିତା ଜଣା ପଡି ନ ଥାଏ ଏବଂ କାଞ୍ଚନ ଦ୍ୱାରା ଏହାକୁ ବ୍ୟକ୍ତି ଧାରଣକଲେ ଯାଇ ତାହା ବିଭିନ୍ନ ଶୁଭଫଳ ପ୍ରଦାନ କରିବା ସହ ଅଧିକ ଆକର୍ଷଣୀୟ ହୋଇଥାଏ। ସେହିପରି ସୁନା କେବଳ ଦାମୀ ଜିନିଷ ଭାବେ ପରିଗଣିତ ହେଉଥିବା ବେଳେ ଯଦି କୌଣସି କାରଣରୁ ଏଥିରେ ମଣିର ସଂଯୋଗ ହୁଏ ତେବେ ଏହା ଅତ୍ୟନ୍ତ ଉପକାରୀ ଏବଂ ଆବଶ୍ୟକ ଜିନିଷ ଭାବେ ପରିଗଣିତ ହେବା ସହ ଦୈନନ୍ଦିନ ଜୀବନରେ ଓତପ୍ରୋତ ଭାବେ ଜଡ଼ିତ ହୋଇଯାଏ। ସେହି ଢଙ୍ଗରେ ଆମ ସମାଜ ମଧ୍ୟରେ ଉଭୟ ମଣି ତଥା ସୁନାର ଚରିତ୍ର ଭଳି ଲୋକମାନେ ଅଛନ୍ତି। ବ୍ୟକ୍ତିଗତ ଭାବେ ସେମାନେ ଐଶ୍ୱରିକ ଏବଂ ଅନେକ ଅଦ୍ୱିତୀୟ ଗୁଣର ଅଧିକାରୀ ହୋଇଥାଆନ୍ତି। ତେବେ ସେମାନଙ୍କ ମଧ୍ୟରେ ସଂଯୋଗବଶତଃ ସମ୍ପର୍କ ସ୍ଥାପନ କିମ୍ବା ମିଳନ ହୋଇଗଲେ ଉଭୟ ମହାପୁରୁଷ ବା ମହନୀୟ ବ୍ୟକ୍ତିତ୍ୱ ହୋଇଯାଆନ୍ତି। ନରେନ୍ଦ୍ରନାଥଙ୍କ ମନରେ ଭଗବାନଙ୍କର ସତ୍ତାକୁ ନେଇ ଯେତେବେଳେ ବାରମ୍ବାର ବିଭିନ୍ନ ପ୍ରଶ୍ନବାଚୀ ସୃଷ୍ଟି ହେଲା ସେତେବେଳେ ତାଙ୍କର ସଂଶୟ ଦୂରକରିବା ପାଇଁ ସେ ବିଭିନ୍ନ ଗୁରୁଙ୍କୁ ଭେଟିଥିଲେ ମଧ୍ୟ ତାଙ୍କର ସନ୍ଦେହ ମୋଚନ ହୋଇ ନ ଥିଲା। ଏଥିରେ ବ୍ୟଥିତ ତଥା ଭାରାକ୍ରାନ୍ତ ମନକୁ ନେଇ ଯେତେବେଳେ ସେ ଗୁରୁ ରାମକୃଷ୍ଣ ପରମହଂସଙ୍କୁ ଆପଣ ଭଗବାନଙ୍କୁ ଦେଖିଛନ୍ତି କି ବୋଲି ପଚାରିଲେ, ଉତ୍ତରରେ ଗୁରୁ ରାମକୃଷ୍ଣ କହିଥିଲେ, ଆରେ ଦେଖିଛି କ’ଣ ବୋଲି ପଚାରୁଛ, ତୁମ ସହ ଯେମିତି କଥା ହେଉଛି ସେମିତି କଥା ହୋଇଛି। ତା’ପରେ ପରେ….ପ୍ରଶ୍ନକାରୀ ନରେନ୍ଦ୍ରନାଥ ବନିଗଲେ ବିବେକାନନ୍ଦ, ଆଉ ରାମକୃଷ୍ଣଙ୍କର ଦିବ୍ୟବାଣୀ ସହ ମୃତ୍ୟୁ ପର୍ଯ୍ୟନ୍ତ ହିନ୍ଦୁଧର୍ମର ଅନେକ ସାରଗର୍ଭକ ବାଣୀ ସାରା ବିଶ୍ୱରେ ବାଣ୍ଟିିବା ପାଇଁ ପ୍ରୟାସକରି ଚାଲିଥିଲେ। ଏହାକୁ ଲୋକମାନେ କୁହନ୍ତି ‘ମଣି-କାଞ୍ଚନ’ ସଂଯୋଗର ଫଳ। ସେହିଭଳି ଐତିହାସିକମାନଙ୍କ ମତରେ ନନ୍ଦବଂଶୀୟ ରାଜାଙ୍କ ଦ୍ୱାରା ଭତ୍ସିତ ହୋଇ ଚାଣକ୍ୟ ଯେତେବେଳେ ଫେରୁଥିଲେ ସଂଯୋଗବଶତଃ ତାଙ୍କର ଚନ୍ଦ୍ରଗୁପ୍ତଙ୍କ ସହ ଦେଖା ହୋଇଥିଲା। ଚନ୍ଦ୍ରଗୁପ୍ତଙ୍କ ମଧ୍ୟରେ ଥିବା ରାଜକୀୟ ଗୁଣକୁ ଚିହ୍ନିପାରି ଚାଣକ୍ୟ ତାଙ୍କୁ ଶେଷରେ ରାଜପଦରେ ଅଭିଷିକ୍ତ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ। ଏହା ମଣି-କାଞ୍ଚନ ସଂଯୋଗର ଅନନ୍ୟ ଉଦାହରଣ ଏବଂ ଯାହା ବ୍ୟକ୍ତି ଦ୍ୱାରା ଅସମ୍ଭବ ତାହା ସମଷ୍ଟି ଦ୍ୱାରା ସମ୍ଭବ ବୋଲି ପ୍ରମାଣିତ କରିଥିଲା।
ସେହିଭଳି ଭାରତର ସ୍ବାଧୀନତା ସଂଗ୍ରାମରେ ଗୋପାଳକୃଷ୍ଣ ଗୋଖ୍‌ଲେ ଏବଂ ମହାମତ୍ା ଗାନ୍ଧୀଙ୍କ ସମ୍ପର୍କକୁ ଅନେକ ଗୁରୁ-ଶିଷ୍ୟ ସହ ତୁଳନା କରୁଥିଲେ ମଧ୍ୟ ଏହା ମଧ୍ୟ ମଣି-କାଞ୍ଚନ ସଂଯୋଗର ଏକ ଅନନ୍ୟ ଉଦାହରଣ। ପାରିବାରିକ ଜୀବନରେ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ମଧ୍ୟ ଅନେକ ସମୟରେ ମଣି-କାଞ୍ଚନର ସଂଯୋଗ ସହ ତୁଳନା କରାଯାଇଥାଏ। ଜ୍ୟୋତିବା ଫୁଲେ ଯେତେବେଳେ ଦଳିତମାନଙ୍କର ଅଧିକାର ପାଇଁ ଲଢ଼େଇ କରୁଥିଲେ ତାଙ୍କ ସହ ସ୍ତ୍ରୀ ସାବିତ୍ରୀବାଈ ଫୁଲେ ଯୋଗଦେଇ ସ୍ବାମୀଙ୍କର ଲଢ଼େଇକୁ ଆହୁରି ଅଧିକ ଶାଣିତ କରାଇ ପାରିଥିଲେ। ଓଡ଼ିଶାର ବିଶିଷ୍ଟ ନୃତ୍ୟଶିଳ୍ପୀ ସଂଯୁକ୍ତା ପାଣିଗ୍ରାହୀ ଏବଂ ଶାସ୍ତ୍ରୀୟ କଣ୍ଠଶିଳ୍ପୀ ରଘୁନାଥ ପାଣିଗ୍ରାହୀଙ୍କର ସମ୍ପର୍କ ମଧ୍ୟ ସେହି ଦୃଷ୍ଟିରୁ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ତେବେ ଉଭୟ ମଣି ଓ କାଞ୍ଚନ ଯଦି ନିଜ ନିଜକୁ ବଡ଼ ମନେକରି ସେମାନଙ୍କର ସ୍ବତନ୍ତ୍ରତା ପ୍ରତିପାଦନ କରିବା ପାଇଁ ଚେଷ୍ଟା କରନ୍ତି ତାହା ଭଲ ହୋଇପାରେ, କିନ୍ତୁ ପ୍ରତିଯୋଗୀ କିମ୍ବା ପ୍ରତିଦ୍ୱନ୍ଦ୍ୱୀ ମନେକରି ଲଢ଼େଇରେ ମଜ୍ଜି ରହିଲେ ତାହା ଉଭୟ ବ୍ୟକ୍ତିଗତ ତଥା ସାମାଜିକ ଉନ୍ନତିରେ ପ୍ରତିବନ୍ଧକ ସୃଷ୍ଟିକରିବା ସମ୍ଭାବନା ରହିଛି।

ଡ. ସୀତାକାନ୍ତ ତ୍ରିପାଠୀ
ଅର୍ଣ୍ଣପାଳ, ଭଦ୍ରକ
ମୋ:୯୭୭୮୭୬୪୩୯୪


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?