କିଲୋ ପ୍ରତି ଆମ୍ବର ଦାମ୍‌ ୨.୭୫ ଲକ୍ଷ ଟଙ୍କା

ନୂଆପଡ଼ା,୧୭ା୬ (ମକାରୁ ବେମାଲ) ନୂଆପଡା ସଦର ମହକୁମାସ୍ଥିତ ଜିଲା ପରିଷଦ କାର୍ଯ୍ୟାଳୟ ପରିସରରେ ଓରମାସ ଓ ଜିଲା ପ୍ରଶାସନଙ୍କ ମିଳିତ ଆନୁକୂଲ୍ୟରେ ଜିଲାସ୍ତରୀୟ ଆମ୍ବ ମେଳା ବା ଆମ ଗାଁ ଆମ୍ବ ପସରା ଶୁକ୍ରବାର ଉଦ୍‌ଯାପିତ ହୋଇଯାଇଛି। ୫ ଦିନ ଧରି ଚାଲିଥିବା ଆମ୍ବ ମେଳାରେ ଜିଲାରେ ଉଦପତ୍ାଦିତ ପ୍ରାୟ ସବୁପ୍ରକାର ଆମ୍ବ ତୋତାଫଳି, ଗୋପାଲ ଭୋଗ, ସୁବର୍ଣ୍ଣରେଖା, ବମ୍ବେଗ୍ରୀନ, ତୋତାପୁରୀ, ମଲ୍ଲିକା, ସୁନ୍ଦରୀ, ଲେଙ୍ଗଡା, ସେନ୍ଦରୀ, ବାଇଗଣପଲି, ଆମ୍ରପଲି ଆଦି ପ୍ରଜାତିର ଆମ୍ବ ଦେଖିବାକୁ ମିଳିଛି। ଜିଲାରେ ଆମ୍ବ ମେଳା ପ୍ରଥମ ହୋଇଥିବାରୁ ଦେଖିବା ପାଇଁ ଭିଡ ପରିଲକ୍ଷିତ ହେଉଛି। ହେଲେ ଏହି ମେଳାରେ ୨.୭୫ ଲକ୍ଷ ଟଙ୍କିଆ ଆମ୍ବ ଦେଖିବାକୁ ଲୋକେ ଅଧିକ ଉତ୍ସାହିତ ହେଉଛନ୍ତି। ପଡୋଶୀ ବରବଡ ଜିଲା ପାଇକମାଲ ବ୍ଲକ ମାଣ୍ଡୋସିଲ ପଞ୍ଚାୟତ ଡୁମେରବାହାଲ ଗାଁର ଚନ୍ଦ୍ରବାବୁ ରାଓ ନିଜ ବଗିଚାରେ ଏହି ଆମ୍ବ ଚାଷ କରିଛନ୍ତି। ଯାହାର ବଜାର ମୂଲ୍ୟ କିଲୋ ପ୍ରତି ୨.୭୫ ଲକ୍ଷ ଟଙ୍କା ରହିଛି। ସେହିଠାରୁ ଗୋଟିଏ ଆଣି ଆମ୍ବମେଳାରେ ପ୍ରଦର୍ଶିତ କରାଯାଇଛି। ଯାହାର ନାମ ମିୟାଜାକି ଆମ୍ବ ବୋଲି କୁହାଯାଉଛି। ଏହି ଆମ୍ବ ପ୍ରଥମେ ଜାପାନର ମିୟାଜାକି ସହରରେ ଉତ୍ପଦାନ ହୋଇଥିବାରୁ ତାହାର ଏପରି ନାମକରଣ ହୋଇଛି। ଏହି ଆମ୍ବ ଜାପାନର ମିୟାଜାକି ସହରର ମୂଲ୍ୟ ଅନୁସାରେ ଏହାର ଦାମ ରଖାଯାଇଛି ବୋଲି ରାଓ କହିଛନ୍ତି। ରାଓଙ୍କ କହିବା ମୁତାବକ ଏହି ଆମ୍ବରେ ଭିଟାମିନ ଏ, ଭିଟାମିନ ସି, ଆଣ୍ଟି ଅକ୍ସିଡାଣ୍ଡ ପ୍ରଚୁର ମାତ୍ରାରେ ରହିଛି। ଖାଇବା ମାତ୍ରେ ପାଟିରେ ଜେଲି ପରି ମିଳାଇ ଯାଉଛି। ଏହି ଆମ୍ବ ଚାରା ରୋପଣର ୩ ବର୍ଷ ପରେ ଫଳ ଆସୁଥିବା ବେଳେ ଗୋଟିଏ ଗଛରେ୧୦ ରୁ ୧୫ଟି ଆମ୍ବ ଫଳିଥାଏ। ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଜେ ଆମ୍ବରେ ଥିବା ପୋଷକ ତତ୍ତ୍ୱ ସମ୍ପର୍କରେ କୌଣସି କ୍ଲିନିକାଲ ପରୀକ୍ଷା କରି ନାହାନ୍ତି କି କୌଣସି ବଜାରୀକରଣ କରିନାହାନ୍ତି। ଜିଲାସ୍ତରୀୟ ଆମ୍ବମେଳା ଦ୍ୱାରା ବହୁ ଚାଷୀ ଆମ୍ବ ବିକ୍ରୟ କରି ଲାଭବାନ ହୋଇଥିବା ବେଳେ ଦେଖିବାକୁ ଆସିଥିବା ଦର୍ଶକ ମଧ୍ୟ ବିଭିନ୍ନ ପ୍ରଜାତିର ଆମ୍ବ ସୁଲଭ ମୂଲ୍ୟ କିଣି ବେଶ ଖୁସି ହୋଇଛନ୍ତି। ଏହିପରି ଆମ୍ବମେଳା ପ୍ରତିବର୍ଷ କରାଗଲେ ଅଞ୍ଚଳର ଆମ୍ବ ଚାଷୀ ଅଧିକ ଉପକୃତ ହୁଅନ୍ତେ ବୋଲି ବୃଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି-ଟ୍ରମ୍ପଙ୍କ ଫୋନ କଲ୍‌ରେ ଏଲନ ମସ୍କଙ୍କ ଉପସ୍ଥିତିକୁ ନେଇ କୂଟନୈତିକ ମହଲରେ ହଇଚଇ

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଉପରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ଫୋନ ଆଲୋଚନା ବହୁତ ଚର୍ଚ୍ଚା ସୃଷ୍ଟି କରୁଛି। କିନ୍ତୁ ଏହି ଆଲୋଚନା…

ବାଇକ୍‌ରେ ଯାଉଥିଲେ ଉପରେ ପଡ଼ିଲା ଗଛ: ଆଉ ତା’ପରେ…

ବାରିପଦା,୨୮।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାରିପଦାର ଆଖପାଖ ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତିରେ ଝଡ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଛି। ପୃଥକ…

ମନ୍ଦିର ଛକରୁ ସିଲେଟପଡ଼ା ରାସ୍ତା ଶୋଚନୀୟ: ଆନ୍ଦୋଳନ ପାଇଁ ସଜବାଜ

କର୍ଲାମୁଣ୍ଡା,୨୮ା୩ (ପ୍ରଦୀପ କୁମାର ସାହୁ):କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡ଼ା ରାସ୍ତା ଶୋଚନୀୟ ହୋଇପଡିଛି। ୨୦୧୫ରେ ପିଚୁ ରାସ୍ତା ନିର୍ମାଣ ହୋଇଥିଲେ…

ଇରାନର ପରମାଣୁ ପ୍ଲାଣ୍ଟ ଉପରେ ବଡ଼ ଆକ୍ରମଣ କଲା ଇସ୍ରାଏଲ, ଚେତାବନୀ ଦେଲେ ଇରାନୀ ମନ୍ତ୍ରୀ, କହିଲେ…

ନୂଆଦିଲ୍ଲୀ,୨୮।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଏକ ଅତ୍ୟନ୍ତ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଗତକାଲି ଇସ୍ରାଏଲୀ ବାୟୁସେନା ଦୁଇଟି ପ୍ରମୁଖ ଇରାନୀ ପରମାଣୁ ପ୍ରତିଷ୍ଠାନ ଏବଂ ଦୁଇଟି ବଡ଼…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଦେବଗଡରେ କାଳବୈଶାଖୀ: ବିଦ୍ୟୁତ୍‌ ଖୁଣ୍ଟ ଉପୁଡି ଯାତାୟାତ ବାଧାପ୍ରାପ୍ତ

ଦେବଗଡ,୨୮।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲାର ବିଭିନ୍ନ ସ୍ଥାନରେ ହଠାତ୍‌ କାଳବୈଶାଖି ଜନିତ ଝଡବର୍ଷା ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଥିବା ଜଣାପଡିଛି । ଶୁକ୍ରବାର ସନ୍ଧ୍ୟା ସମୟରେ…

ଆବଶ୍ୟକବେଳେ ମିଳୁନି ୟୁରିଆ, ଚାଷୀ ହନ୍ତସନ୍ତ: କାର୍ଯ୍ୟାନୁଷ୍ଠାନ ଧର୍ମକୁ ଆଖିଠାର

ବରଗଡ଼,୨୮।୩(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ହେଲେ ଏଠାରେ ଚାଷ ଏବଂ ଚାଷୀଙ୍କ ସମସ୍ୟା ଅସମାହିତ ହୋଇ ରହିଛି। ଧାନବିକ୍ରି…

ତାଲିକାରୁ ଯୋଗ୍ୟ ପ୍ରାର୍ଥୀଙ୍କ ନାମ ଗାଏବ

ଛତ୍ରପୁର,୨୮ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ହୋମଗାର୍ଡ ନାମଲେଖା ପ୍ରକ୍ରିୟାରେ ଏକ ସାଂଘାତିକ ତ୍ରୁଟି ସାମ୍ନାକୁ ଆସିଛି, ଯାହା ଚୟନ ପ୍ରକ୍ରିୟାର ସ୍ବଚ୍ଛତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri