ପୁନରୁଦ୍ଧାର ହେବ ‘ମ୍ୟାଙ୍ଗୋ ହବ୍‌’

ଢେଙ୍କାନାଳ ଅଫିସ, ୩୦।୩: ପୁଣି କାର୍ଯ୍ୟକ୍ଷମ ହେବ ପରିତ୍ୟକ୍ତ ‘ମ୍ୟାଙ୍ଗୋ ହବ୍‌’। ଚାଷୀଙ୍କୁ ଆଉ ଶାଗମାଛ ଦରରେ ବିକ୍ରି କରିବାକୁ ପଡ଼ିବନି ଆମ୍ବ। ସେମାନଙ୍କୁ ମିଳିବ ଉତ୍ପାଦିତ ଫସଲର ଉଚିତ ମୂଲ୍ୟ। ଢେଙ୍କାନାଳର ପ୍ରସିଦ୍ଧ ଦଶେରୀ ଏବଂ ଆମ୍ରପାଲି ପ୍ରଜାତିର ଆମ୍ବ ସୁବିଧାରେ ପହଞ୍ଚତ୍ବ ଜାତୀୟ ଓ ଅନ୍ତର୍ଜାତୀୟ ବଜାରରେ। ଏଥିଲାଗି ଜିଲା ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ଉଦ୍ୟମ।
ଢେଙ୍କାନାଳର ଜଳବାୟୁ ଆମ୍ବଚାଷ ପାଇଁ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରତିବର୍ଷ ଜିଲାରୁ ପ୍ରଚୁର ଆମ୍ବ ଉତ୍ପାଦନ ହେଉଥିବାବେଳେ ଦିଲ୍ଲୀ, କୋଲକାତା, ଝାଡ଼ଖଣ୍ଡ, ପଡ଼ୋଶୀ ବାଂଲାଦେଶ ବଜାରରେ ଏହାର ଚାହିଦା କାହିଁରେ କେତେ। ଆମ୍ବକୁ ସୁବିଧାରେ ବଜାରରେ ପହଞ୍ଚାଇବାକୁ ସଦର ବ୍ଲକ ଗୋବିନ୍ଦପୁରସ୍ଥିତ ୫୫ନଂ. ଜାତୀୟ ରାଜପଥ ପାର୍ଶ୍ୱରେ ୨୦୧୩ ଜୁନ୍‌ ୨୭ରେ ପଡ଼ିଥିଲା ‘ମ୍ୟାଙ୍ଗୋ ହବ୍‌’ର ଭିତ୍ତିପ୍ରସ୍ତର। ୧୧ କୋଟି ଟଙ୍କା (ରାଜ୍ୟ ସରକାରଙ୍କ ୧୦ କୋଟି ଏବଂ ଚାଷୀଙ୍କ ୧ କୋଟି) ବ୍ୟୟରେ ପ୍ରସ୍ତାବିତ ଏହି ବହୁମୁଖୀ ଋତୁଭିତ୍ତିକ ଫଳ ବ୍ୟବସାୟ କେନ୍ଦ୍ରର ଶିଳାନ୍ୟାସ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଉଦ୍ୟାନ କୃଷି ବିଭାଗ ଏବଂ ଜିଲାର ଆମ୍ବ, ଫଳ ଓ ପରିବା ଚାଷୀଙ୍କ ମିଳିତ ସହଯୋଗରେ ପିପିପି ମୋଡ୍‌ରେ ଆରମ୍ଭ ହୋଇଥିବା ଏହି ‘ମ୍ୟାଙ୍ଗୋ ହବ୍‌’ ୨୦୧୪ରେ କାର୍ଯ୍ୟକ୍ଷମ ହୋଇଥିଲା। ତେବେ ପରିଚାଳନା ଅଭାବରୁ ମାତ୍ର କିଛିବର୍ଷ କାର୍ଯ୍ୟ କରିବା ପରେ ତାହା ପରିତ୍ୟକ୍ତ ହୋଇପଡ଼ିଛି। ଏହାର ପୁନରୁଦ୍ଧାର ଦିଗରେ ଉଦ୍ୟାନ କୃଷି ବିଭାଗ ତତ୍ପରତା ଦେଖାଉନାହିଁ। ତେଣୁ ଚାଷୀ ନିଜ ସୁବିଧାରେ ଆମ୍ବ ବିକ୍ରି କରୁଛନ୍ତି। ୨୦୨୦ରେ ‘ମ୍ୟାଙ୍ଗୋ ହବ୍‌’କୁ ନିୟନ୍ତ୍ରିତ ବଜାର କମିଟିକୁ ହସ୍ତାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲା ଉଦ୍ୟାନ କୃଷି ବିଭାଗ। ତେବେ କୋଭିଡ୍‌ ମହାମାରୀ ଯୋଗୁ ଏହାର ଭାଗ୍ୟ ପୁଣି ଅନିଶ୍ଚିତତା ଭିତରକୁ ଠେଲି ହୋଇଯାଇଥିଲା। କରୋନା ସମୟରେ ଆମ୍ବଚାଷୀ ବ୍ୟାପକ କ୍ଷତି ସହିଥିବାବେଳେ ‘ମ୍ୟାଙ୍ଗୋ ହବ୍‌’ ପୁନରୁଦ୍ଧାର ସେମାନଙ୍କ ମଧ୍ୟରେ ନୂତନ ଆଶା ସଞ୍ଚାର କରିଛି। ଏ ନେଇ ଜିଲାପାଳ ସରୋଜ କୁମାର ସେଠୀ କୁହନ୍ତି, ‘ମ୍ୟାଙ୍ଗୋ ହବ୍‌’ କାର୍ଯ୍ୟକ୍ଷମ କରିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି। ଏ ଦିଗରେ ପ୍ରଶାସନ ପକ୍ଷରୁ ତ୍ୱରିତ ପଦକ୍ଷେପ ନିଆଯାଉଛି।
ସୂଚନାଯୋଗ୍ୟ, ଜିଲାରୁ ୨୦୧୯ରେ ୪୩,୨୦୦ ମେଟ୍ରିକ୍‌ ଟନ୍‌ ଆମ୍ବ ଉତ୍ପାଦନ ହୋଇଥିଲା। ତେବେ କରୋନା ମହାମାରୀ ଯୋଗୁ ଏହା ଆଶାତୀତ ଭାବେ ହ୍ରାସ ପାଇଛି। ୨୦୨୦ରେ ମାତ୍ର ୧୫, ୨୪୦ ମେଟ୍ରିକ ଟନ୍‌ ଆମ୍ବ ଉତ୍ପାଦନ ହୋଇଥିବା ବିଭାଗ ପକ୍ଷରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ: ସେନସସ ୱେବସାଇଟ୍‌ରେ ତଥ୍ୟ ପ୍ରଦାନ କଲେ ନଗରପାଳ

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି ସହରାଞ୍ଚଳରେ ଜାତୀୟ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଗୁରୁବାରଠାରୁ…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri