ମାନେଶ୍ୱର ଦୁର୍ଗା ପୂଜା: ରାବଣ ପୋଡ଼ି ଆକର୍ଷଣ

ସମ୍ବଲପୁର,୧୭ା୯(ବ୍ୟୁରୋ): ପାର୍ବଣ ଋତୁ ଯେତିକି ପାଖେଇ ଆସୁଛି ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ସେତିକି ଜୋରସୋରରେ ଚାଲିଛି । ସମ୍ବଲପୁର ମହାନଗର ନିଗମ ମାନେଶ୍ୱର ଛକ ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଛକରେ ପ୍ରାୟ ୬୦ ଫୁଟର ତୋରଣ ତିଆରି କରାଯାଉଛି। ଚାଉଁରପୁରର ମୂର୍ତ୍ତି କାରିଗର ୮ଫୁଟର ଶାନ୍ତି ସ୍ବରୁପ ଦୁର୍ଗାମୂର୍ତ୍ତି ତିଆରି କରୁଛନ୍ତି। କୋଭିଡ କଟକଣା ହଟିବା ପରେ ଚଳିତବର୍ଷ ଧୁମଧାମରେ ପୂଜା କରାଯିବ ବୋଲି ଆୟୋଜକ କର୍ମକର୍ତ୍ତା ରଞ୍ଜିତ ମେହେର ସୂଚନା ଦେଇଛନ୍ତି । ସେ ଆହୁରି କହିଛନ୍ତି ଯେ, ଚଳିତବର୍ଷ ପ୍ରତିବର୍ଷ ଭଳି ରାବଣ ପୋଡ଼ି ମୁଖ୍ୟ ଆକର୍ଷଣ ରହିଛି। ୮୦ ରୁ ୧୦୦ ଫୁଟ ଉଚ୍ଚତାର ରାବଣ ତିଆରି କରାଯାଉଛି । ରାମ, ଲକ୍ଷ୍ମଣ ଓ ସୀତାଙ୍କ ଭବ୍ୟ ଶୋଭାଯାତ୍ରା କରି ରାବଣ ପୋଡ଼ି ରୀତିନୀତି ଅନୁସାରେ କରାଯିବ । ଅନ୍ୟପଟେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଭୁବନେଶ୍ୱରରୁ ରେକର୍ଡ ଡ୍ୟାନ୍ସ ଓ ଅର୍କେଷ୍ଟ୍ରା ଦଳ ଆସିବେ । କୃଷ୍ଣ ଗୁରୁ ଭଜନ ଓ କୀର୍ତ୍ତନ ଭଳି ଆକର୍ଷଣୀୟ କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ସମସ୍ତ ବ୍ୟବସ୍ଥା ଓ ପ୍ରକ୍ରିୟା ଶେଷ ହୋଇଛି । ଷଷ୍ଠୀ ଦିନଠାରୁ ଦଶମୀ ପର୍ଯ୍ୟନ୍ତ ନିୟମିତ ଭାବେ ପୂଜାର୍ଚ୍ଚନା କରାଯିବ । ଚଣ୍ଡିପାଠ, ହୋମଯଜ୍ଞ, କଳସଯାତ୍ରା ଓ ଭସାଣି ଶୋଭାଯାତ୍ରା ହେବ । ପ୍ରତିଦିନ ସନ୍ଧ୍ୟା ସମୟରେ ସାଂସ୍କୃତିକ ଓ ମନୋରଞ୍ଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏବେ ସବୁ କ୍ଷେତ୍ରରେ ଦରଦାମ ବୃଦ୍ଧି ହେବା ଯୋଗୁ ବ୍ୟୟ ଅଟକଳ ବୃଦ୍ଧି କରାଯାଇଛି। ସାଢ଼େ ୫ ରୁ ୬ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଏଥିପାଇଁ ପୂଜା କମିଟି, ଅଞ୍ଚଳବାସୀ ଓ ବଦାନ୍ୟ ବ୍ୟକ୍ତିଙ୍କ ଠାରୁ ସହାୟତା ନିଆଯାଉଛି । ଶାନ୍ତିଶୃଙ୍ଖଳା ସହିତ କିଭଳି ପୂଜା ସମ୍ପନ୍ନ ହେବ ସେନେଇ କମିଟିର ସଦସ୍ୟମାନେ ବୈଠକରେ ସ୍ଥିର କରିଛନ୍ତି । ଏହାସହ ସ୍ଥାନୀୟ ପୋଲିସ ଓ ପ୍ରଶାସନ ସହିତ ଯୋଗାଯୋଗ ମଧ୍ୟ କରାଯାଇଛି ବୋଲି କହିଥିଲେ । ଚଳିତବର୍ଷ ଜଗଦୀଶ ପୂଜାରୀ ସହଧର୍ମିଣୀଙ୍କ ସହ କର୍ତ୍ତା କାର୍ଯ୍ୟ ନିର୍ବାହ କରିବେ । ଜଗଦୀଶ ଦାଶ ପୂଜାକାର୍ଯ୍ୟ ସମ୍ପାଦନା କରିବେ ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri