ଧ୍ୱଂସମୁଖରେ ମାଣ୍ଡୁକା ପାହାଡ଼

ଚଣ୍ଡିଖୋଲ,୮ା୯(ପ୍ରଦୀପ୍ତ କୁମାର ପୃଷ୍ଟି): ଯାଜପୁର ଜିଲା ଦର୍ପଣ ତହସିଲ ଅଧୀନରେ ରହିଛି ମାଣ୍ଡୁକା ପାହାଡ଼। ଏହି ପାହାଡ଼ର ୧୨ ଏକର ପରିମିତ ଜମିକୁ ମୋରମ ଖନନ ପାଇଁ ଲିଜ୍‌ ଆକାରରେ ଦିଆଯାଇଥିବାବେଳେ ଲିଜ୍‌ ଇଲାକା ବାହାରେ ବ୍ୟାପକ ଖନନ କରାଯାଉଛି। ଯାହାକୁ ନେଇ ଆଉ କିଛି ଦିନ ମଧ୍ୟରେ ପାହାଡ ଧ୍ବଂସ ପାଇଯିବା ଆଶଙ୍କା ସୃଷ୍ଟି ହୋଇଛି। ସେହିଭଳି ଏହି ପାହାଡ଼ ନିକଟରେ ଥିବା ଧାଉଡ଼ିଆପଦା, ଚଣ୍ଡିଆ ଓ ଅଚ୍ୟୁତ ବସନ୍ତ ପାହାଡ଼ରେ ମଧ୍ୟ ବେଆଇନ ଖନନ ଚାଲିଛି। ୨୦୨୩ ଜୁଲାଇ ୨ରେ ମାଣ୍ଡୁକା ପାହାଡ଼ରେ ବେଆଇନ ଖନନ ନେଇ ଖଣି ବିଭାଗ, ରାଜସ୍ବ ବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରି ଖନନ କରୁଥିବା ଏକ ପୋକଲିନ ମେଶିନ ସହ ୫ ହାଇୱା ଏବଂ ଏକ ଟିପ୍ପରକୁ ଜବତ କରିଥିଲେ। ଏନେଇ ଧର୍ମଶାଳା ଅଞ୍ଚଳର ସୂଚନା ଅଧିକାର କର୍ମୀ ସର୍ବେଶ୍ୱର ବେହୁରାଙ୍କ ନାମରେ ମାମଲା ରୁଜୁ ହୋଇଥିଲା
ବେଆଇନ ଖନନ ନେଇ ଜିଲା ପ୍ରଶାସନ ପକ୍ଷରୁ ତାଙ୍କ ଉପରେ ଜରିମାନା କରାଯାଇଥିଲା। ଏହା ମଧ୍ୟରେ ୧ ବର୍ଷ ବିତିଯାଇଥିଲେ ବି ଜରିମାନା ଆଦାୟ ହୋଇ ପାରିନାହିଁ। ମାଣ୍ଡୁକା ପାହାଡ଼ ଶୀର୍ଷ ଦେଶରେ ହିନ୍ଦୁ ଓ ମୁସଲମାନଙ୍କ ଭାଇଚାରାର ଧର୍ମପୀଠ ସତ୍ୟପୀର ରହିଛନ୍ତି। ସେହିପରି ପାହାଡ଼ ଅପର ପାର୍ଶ୍ୱରେ ମା’ ନାହାକାଣୀ ପୀଠ ରହିଛି। ଏହାପରେ ବି ବିଭିନ୍ନ ସମୟରେ ପାହାଡ଼ ଅଂଶକୁ ଲିଜ୍‌ ଆକାରରେ ପ୍ରଶାସନ ପକ୍ଷରୁ ଦିଆଯାଉଛି। ଲିଜ୍‌ ଦିଆଯିବା ସ୍ଥାନକୁ ଚିହ୍ନଟ କରି ଚାରିକଡ଼େ ବାଡ଼ ଦିଆଯିବାର ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ପାର୍ଶ୍ୱରେ ବାଡ଼ ଦିଆଯାଇନାହିଁ। ସେଥିପାଇଁ ଲିଜ୍‌ ଇଲାକା ବାହାରେ ବେଆଇନ ଭାବେ ଖନନ କରାଯାଉଛି।
ସେହିଭଳି ଧାଉଡ଼ିଆପଦା ପାହାଡ଼ର କୌଣସି ଅଂଶ ଲିଜ୍‌ ଦିଆ ଯାଇ ନଥିଲାବେଳେ ଏଠାରୁ ଦୈନିକ ଶହଶହ ଟ୍ରକ୍‌ ମୋରମ ବେଆଇନ ଭାବେ ଚାଲାଣ ହେଉଛି। ଚଣ୍ଡିଆ ଓ ଅଚ୍ୟୁତ ବସନ୍ତ ପାହାଡ଼ରୁ ମଧ୍ୟ ଚୋରାଚାଲାଣ ହେଉଛି। ଚଣ୍ଡିଆ ପାହାଡ଼ରେ ଦାମୀ ମୂର୍ତ୍ତି ପଥର ମିଳୁଥିବାବେଳେ ଅଚ୍ୟୁତବସନ୍ତ ପାହାଡ଼ରୁ ମୋରମ ଚୋରାଚାଲାଣ କରାଯାଉଥିବା ନେଇ ଅଭିଯୋଗ ଉଠିଛି। ମାତ୍ର ପ୍ରଶାସନ ପକ୍ଷରୁ ଏ ପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନାହିଁ ବୋଲି ଅଭିଯୋଗ ହୋଇଛି।
ଏ ସମ୍ପର୍କରେ ଯାଜପୁର ଜିଲା ଖଣି ବିଭାଗ ଉପନିର୍ଦ୍ଦେଶକ ଜୟପ୍ରକାଶ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି, ଯାଜପୁର ଜିଲାର ଏକ ମାତ୍ର ମାଣ୍ଡୁକା ପାହାଡ଼ର ୧୨ ଏକର ପରିମିତ ସ୍ଥାନକୁ ଲିଜ୍‌ ଦିଆଯାଇଛି। ଯଦି କେହି ଲିଜ୍‌ ଇଲାକା ବାହାରେ ବେଆଇନ ଖନନ କରୁଥିବେ ତେବେ ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଗତ ବର୍ଷ ଚଢ଼ାଉ ସମୟରେ ଯେଉଁ ଗାଡ଼ି ଜବତ ହୋଇଥିଲା ସେହି ମାଲିକମାନଙ୍କ ନାମରେ ମାମଲା ହୋଇଛି। ମାପଚୁପ କରି ସେମାନଙ୍କ ଉପରେ ଜରିମାନା ଲାଗୁ ହୋଇଛି। ଏପର୍ଯ୍ୟନ୍ତ ଜରିମାନା ପୈଠ କରାଯାଇନାହିଁ। ଅନ୍ୟ ପାହାଡ଼ରେ କୌଣସି ସ୍ଥାନରେ ଲିଜ୍‌ ଦିଆଯାଇନାହିଁ। ଯଦି କେହି ବେଆଇନ ଖନନ କରୁଥିବେ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri