ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ପରଷିବେ ସୁବାସା, ରାଇମତୀ

ବାରିପଦା/କୁନ୍ଦୁରା ୬।୯, (ନୀଳାଦ୍ରି ବିହାରୀ ଦଣ୍ଡପାଟ/ ସନ୍ତୋଷ ପ୍ରହରାଜ): ନୂଆଦିଲ୍ଲୀ ଭାରତ ମଣ୍ଡପଠାରେ ଆସନ୍ତା ୯ ଏବଂ ୧୦ତାରିଖ ଦୁଇଦିନ ଧରି ଜି୨୦ ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ପ୍ରମୁଖ ୨୦ଟି ଦେଶର ରାଷ୍ଟ୍ରମୁଖ୍ୟ ଏବଂ ପ୍ରତିନିଧି ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଏହି ବିଶ୍ୱସ୍ତରୀୟ ସମ୍ମିଳନୀରେ ନେତା ଓ ପ୍ରତିନିଧିମାନଙ୍କୁ ମିଲେଟ(ମାଣ୍ଡିଆ)ରେ ପ୍ରସ୍ତୁତ ସୁସ୍ବାଦୁ ବ୍ୟଞ୍ଜନ ପରଷାଯିବ। ଏହାକୁ ପରଷିବା ସହ ମାଣ୍ଡିଆ ଚାଷ ଉପରେ ନିଜର ଅନୁଭୂତି ବଖାଣିବା ପାଇଁ ଓଡ଼ିଶାରୁ ୨ ମହିଳା ଚାଷୀ ମଙ୍ଗଳବାର ଦିଲ୍ଲୀ ଯାତ୍ରା କରିଛନ୍ତି। ସେମାନେ ହେଲେ ମୟୂରଭଞ୍ଜ ଜିଲା ଯଶୀପୁର ବ୍ଲକ ଗୋଇଲି ଗ୍ରାମର ସୁବାସା ମହାନ୍ତ ଓ କୋରାପୁଟ ଜିଲା କୁନ୍ଦୁରା ବ୍ଲକ ଲିମା ପଞ୍ଚାୟତ ନୂଆଗୁଡ଼ା ଗ୍ରାମର ରାଇମତୀ ଘିଉରିଆ। ମୟୂରଭଞ୍ଜ ଜିଲାର ମାଣ୍ଡିଆ ମା’ ବୋଲାଉଥିବା ସୁବାସାଙ୍କ ଏହି ସଫଳତା ନେଇ ଜିଲାରେ ଖୁସିର ଲହରି ଖେଳିଯାଇଛି। ଜି୨୦ କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ହୋଇ ମିଲେଟ ମିଶନର ସଫଳତା
ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ…
ବଖାଣିବାକୁ ସୁଯୋଗ ମିଳିଥିବାରୁ ସୁବାସା ଉତ୍ସାହିତ ଥିବା କହିଛନ୍ତି। ସେହିପରି ୧୭୦ ପ୍ରକାର ଦେଶୀ ଧାନ ସଂଗ୍ରହକରି ଜୈବିକ ପଦ୍ଧତିରେ ଚାଷ କରୁଥିବା ରାଇମତୀ ଗତ କିଛି ବର୍ଷ ହେଲା ବିଭିନ୍ନ କିସମର ମାଣ୍ଡିଆ ଚାଷ ଏବଂ ଦେଶୀ ମାଣ୍ଡିଆ ଚାଷ କରି ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ତାଙ୍କୁ ଜି୨୦ ସମ୍ମିଳନୀରେ ଯୋଗଦେବାକୁ ସୁଯୋଗ ମିଳିଥିବାରୁ ଅଞ୍ଚଳବାସୀ ବେଶ୍‌ ଖୁସି।
୨ ଦିନିଆ ଜି-୨୦ ସମ୍ମିଳନୀ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରସୋରରେ ଚାଲିଛି। ବିଦେଶୀ ଅତିଥିଙ୍କ ଆତିଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଆଯିବା ଲାଗି ବ୍ୟବସ୍ଥା କରାଯାଉଛି। ବିଭିନ୍ନ ଦେଶର ମୁଖ୍ୟ ଆମ ଦେଶର ଆତିଥ୍ୟ ଗ୍ରହଣ କରିବାକୁ ଯାଉଥିବାରୁ ସେମାନଙ୍କ ରହିବା, ଖାଇବା ଓ ପିଇବା ଉପରେ ସ୍ବତନ୍ତ୍ର ଧ୍ୟାନ ରଖାଯାଉଛି। କିଭଳି ସେମାନେ ଆମ ଦେଶର ସୁସ୍ବାଦୁ ବ୍ୟଞ୍ଜନ ଗ୍ରହଣ କରିପାରିବେ ସେଥିପ୍ରତି ମଧ୍ୟ ବିଶେଷ ବ୍ୟବସ୍ଥା କରାଯାଉଛି। ଚଳିତବର୍ଷ ସମଗ୍ର ବିଶ୍ୱ ଅନ୍ତର୍ଜାତୀୟ ମିଲେଟ ବର୍ଷ-୨୦୨୩ ପାଳନ କରୁଛି। ଏଥିନିମନ୍ତେ ମିଲେଟ ଜାତୀୟ ଖାଦ୍ୟର ପ୍ରଚାରପ୍ରସାର ପାଇଁ ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ମିଲେଟ୍‌ ଭାରତର ପାରମ୍ପରିକ ଖାଦ୍ୟ। ଏହାକୁ ସାଧାରଣ ଲୋକଙ୍କ ଥାଳିରେ ସାମିଲ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

ହାତୀ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲେ ବାଇକ୍ ଆରୋହୀ, ଗାଡ଼ିକୁ ଭାଙ୍ଗି ଚୂରମାର କଲା ଦନ୍ତା

ପାରଳାଖେମୁଣ୍ଡି,୮।୧୨(ଗିରିଧାରୀ ପରିଛା): ଗଜପତି ଜିଲା ଗୁମ୍ମା ବ୍ଲକ ଅଞ୍ଚଳରେ ଗତ ଚାରି ଦିନ ହେଲା ହାତୀ ଉପଦ୍ରବ ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଧାନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri