Categories: ଖେଳ

କରୋନା ଆକ୍ରାନ୍ତ ହେଲେ ଏହି ଭାରତୀୟ ଖେଳାଳି

ବେଙ୍ଗାଲୁରୁ, ୧୦।୮: ଭାରତୀୟ ହକି ଦଳର ଫର୍‌ଓ୍ବାର୍ଡ ମନ୍‌ଦୀପ୍‌ ସିଂ ମହାମାରୀ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଘାତକ କରୋନା ଭାଇରସ୍‌ରେ ଆକ୍ରାନ୍ତ ହେବାରେ ସେ ୬ଷ୍ଠ ଭାରତୀୟ ହକି ଖେଳାଳି ହୋଇଛନ୍ତି। ମନ୍‌ଦୀପ୍‌ଙ୍କ ପୂର୍ବରୁ ଅଧିନାୟକ ମନ୍‌ପ୍ରୀତ୍‌ ସିଂ, ଡିଫେଣ୍ଡର ସୁରେନ୍ଦ୍ର କୁମାର, ଜସକରନ୍‌ ସିଂ, ଡ୍ରାଗ୍‌ ଫ୍ଲିକର ବରୁଣ କୁମାର ଓ ଗୋଲକିପର କ୍ରିଷ୍ଣା ବାହାଦୂର ପାଠକ ମଧ୍ୟ ଗତ ସପ୍ତାହରେ ଏହି ଭାଇରସ୍‌ରେ ଆକ୍ରାନ୍ତ ହୋଇଥିଲେ। ବେଙ୍ଗାଲୁରୁସ୍ଥିତ ଭାରତୀୟ କ୍ରୀଡ଼ା ପ୍ରାଧିକରଣ (ସାଇ) ସେଣ୍ଟରରେ ଅଗଷ୍ଟ ୨୦ରୁ ଜାତୀୟ ହକି ଦଳର କ୍ୟାମ୍ପ୍‌ ଆରମ୍ଭ ହେବ। ଏଥିପୂର୍ବରୁ ପ୍ରତି ଖେଳାଳିଙ୍କ କରୋନା ଟେଷ୍ଟ କରାଯାଉଛି। ସାଇ ପକ୍ଷରୁ ଏକ ବିବୃତିରେ ସୋମବାର କୁହାଯାଇଛି, ‘ଭାରତୀୟ ହକି ଦଳର ସଦସ୍ୟ ଥିବା ୨୫ ବର୍ଷୀୟ ମନ୍‌ଦୀପଙ୍କ ସମେତ ଆଉ ୨୦ ଜଣଙ୍କ କରୋନା ଟେଷ୍ଟ କରାଯାଇଥିଲା। ଯେଉଁଠାରେ ସେ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। କିନ୍ତୁ ତାଙ୍କଠାରେ ଲକ୍ଷଣ ଦେଖାଦେଇ ନାହିଁ।’

Share