ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ମନସ୍ବିନୀ

ଦିଗପହଣ୍ଡି,୩ା୧(ଡି.ଏନ.ଏ.): ମହାଭାରତ ଯୁଦ୍ଧର ବିଭିନ୍ନ କଥାବସ୍ତୁର ପେନ୍‌ସିଲ ଆର୍ଟ କରି ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି କଲେଜର ଛାତ୍ରୀ ମନସ୍ବିନୀ ନାହାକ ଇଣ୍ଡିଆ ବୁକ୍‌ ଅଫ ରେକର୍ଡ -୨୦୨୧ରେ ଟାଇଟଲ ହାସଲ କରିଛନ୍ତି। ଦିଗପହଣ୍ଡି ସହର ଆସିକା ରୋଡ୍‌ ସ୍ଥିତ ଦଣ୍ଡପାଣି ନଗରରେ ବାପା ସାଧୁ ଚରଣ ନାହାକ ଏବଂ ମା’ ମମତାଙ୍କ ସୁକନ୍ୟା ମନସ୍ବିନୀ ଖେମୁଣ୍ଡି କଲେଜରେ ୨୦୧୮ ଶିକ୍ଷାବର୍ଷରେ ଯୁକ୍ତ ୩ ବିଜ୍ଞାନ ରସାୟନ ବିଭାଗର ଛାତ୍ରୀ ଥିଲେ। ସେ ଘରେ ରହୁଥିବା ବେଳେ ବିଭିନ୍ନ ଆର୍ଟ ସହ ମେହେନ୍ଦି ଡିଜାଇନ କରି ନିଜର ୟୁ ଟ୍ୟୁବ୍‌ ଆକାଉଣ୍ଟରେ ପୋଷ୍ଟ କରୁଥିଲେ। ପରେ ସେ ମହାଭାରତ ଯୁଦ୍ଧର କଥା ବସ୍ତୁକୁ ବଡ଼ ବଡ଼ ଡ୍ରଇଂ ସିଟ୍‌ ପେନ୍‌ସିଲ ଆର୍ଟ କରି ନିଜର ୟୁ ଟ୍ୟୁବ୍‌ ଆକାଉଣ୍ଟରେ ପୋଷ୍ଟ କଲେ। ସେ ସବୁ କଳାକୃତି ଇଣ୍ଡିଆ ବୁକ ଅଫ୍‌ ରେକର୍ଡରେ ସ୍ଥାନ ପାଇବା ପାଇଁ ଆବେଦନ କରିବା ପରେ ଏହି ସଫଳତା ମିଳିଛି ବୋଲି ମନସ୍ବିନୀ କହିଛନ୍ତି। ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ ଟାଇଟଲ ହାସଲ ପରେ ନିଜେ ଓ ସମସ୍ତ ପରିବାର ଖୁସି ଥିବା ସେ ଜଣାଇଛନ୍ତି।