Categories: ବାଣିଜ୍ୟ

୭୮୦୦କୋଟି ଟଙ୍କା ସଂଗ୍ରହ କରିବ ମଣପୁରମ୍‌ ଫାଇନାନ୍ସ

ନୂଆଦିଲ୍ଲୀ,୨୭ା୩: ଆସନ୍ତା ଆର୍ଥିକ ବର୍ଷ ଅର୍ଥାତ୍‌ ୨୦୨୨-୨୩ରେ ୭,୮୦୦କୋଟି ଟଙ୍କା ସଂଗ୍ରହ ପ୍ରସ୍ତାବକୁ ଏହାର ବୋର୍ଡ ଅନୁମୋଦନ କରିଥିବା ମଣପୁରମ୍‌ ଫାଇନାନ୍ସ ପକ୍ଷରୁ ଶନିବାର ସୂଚନା ଦିଆଯାଇଛି। ଶନିବାର ଆୟୋଜିତ ବୈଠକରେ, ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କମ୍ପାନୀର ଫଣ୍ଡ ସଂଗ୍ରହ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ଏବଂ ଅନୁମୋଦନ କରାଯାଇଛି। ବୈଠକରେ ଘରୋଇ ପ୍ଲେସ୍‌ମେଣ୍ଟ ମାଧ୍ୟମରେ ୭୮୦୦କୋଟି ଟଙ୍କା ପର୍ଯ୍ୟନ୍ତ ପ୍ରତିଦେୟ ଅଣ-ପରିବର୍ତ୍ତନୀୟ ଡିବେଞ୍ଚର ଜାରି କରାଯିବ ବୋଲି ଆଲୋଚନା ହୋଇଛି। ଏହାଛଡ଼ା ଉକ୍ତ ଗୋଲ୍ଡ ଫାଇନାନ୍ସର ପକ୍ଷରୁ କୁହାଯାଇଛି ଯେ, ଏହାକୁ ବିଏସ୍‌ଇ ଏବଂ ଏନ୍‌ଏସ୍‌ଇ ବଣ୍ଡ୍‌ ତାଲିକାଭୁକ୍ତ କରିବାକୁ ପ୍ରସ୍ତାହ ଦିଆଯାଇଛି। ବଣ୍ଟନ ସମୟରେ ଉପକରଣର କାର୍ଯ୍ୟକାଳ, ଆବଣ୍ଟନ ତାରିଖ, ପରିପକ୍ୱତା ଏବଂ କୁପନ ସମ୍ପର୍କରେ ବୋର୍ଡ ଦ୍ୱାରା ସ୍ଥିର କରାଯିବ।

Share