ଇଭି ଇଣ୍ଡଷ୍ଟ୍ରିରେ ଟେକ୍ନୋ-ଇନୋଭେଶନ ପରିଚାଳନା

ଭୁବନେଶ୍ୱର, ୯।୯ (ଅଭୟ ଦାଶ): ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ବୈଦ୍ୟୁତିକ ଯାନ (ଇଭି) ଦିବସ ପାଳିତ ହୋଇଯାଇଛି। ଏପରି କି ଉଚ୍ଚମାନର ବିଶ୍ୱସ୍ତରୀୟ ଉପତ୍ାଦ ପରିସର ମଧ୍ୟରେ କମ୍ପାନୀ ଇଭି ଶିଳ୍ପର ବୃଦ୍ଧି ପାଇଁ ଟେକ୍ନୋ-ଇନୋଭେଶନ ପରିଚାଳନା କରୁଛି, କମ୍ପାନୀର ଅତ୍ୟାଧୁନିକ ଉପତ୍ାଦ ପୋର୍ଟଫୋଲିଓରେ ଇଞ୍ଜିନ ବ୍ଲକ ଓ ସିଲିଣ୍ଡର ହେଡ ପ୍ରୟୋଗ, ବ୍ୟାଟେରି କାସିଙ୍ଗ ପାଇଁ ବିଲେଟ, ଏଚ୍‌ଭିଏସି ସିଷ୍ଟମ ଓ ଇଭି ଫ୍ରେମ୍‌ ପାଇଁ ପ୍ରାଥମିକ ଫାଉଣ୍ଡ୍ରି ଆଲଏଜ ଅନ୍ତର୍ଭୁକ୍ତ ରହିଛି। ବିଶେଷ କରି ଏହା କାର୍ବନ ଫୁଟ ପ୍ରିଣ୍ଟକୁ କମ୍‌ କରିବା ସହିତ ଯୋଗାଣ ଶୃଙ୍ଖଳା ନିର୍ଭରଯୋଗ୍ୟତା ଦ୍ୱାରା ସମର୍ଥିତ ଶ୍ରେଷ୍ଠ ଶ୍ରେଣୀ ମୂଲ୍ୟଯୁକ୍ତ ଉପତ୍ାଦଗୁଡ଼ିକୁ ପ୍ରବେଶ କରିବାକୁ ଅଟୋମୋବାଇଲ ଶିଳ୍ପକୁ ସକ୍ଷମ କରାଏ। ସେହିଭଳି ଆଲୁମିନିୟମ୍‌ର ଅନନ୍ୟ ଗୁଣ ଯଥା ଉଚ୍ଚ ଶକ୍ତି ଓଜନ ଅନୁପାତ, ସୁଲଭ କ୍ଷତି ପ୍ରତିରୋଧକ, ବ୍ୟତିକ୍ରମିକ ଡିଜାଇନ ନମନୀୟତା ଇତ୍ୟାଦି ରହିଛି। ଇଭି ଶିଳ୍ପରେ ଆଲୁମିନିୟମର ଅଧିକ ବ୍ୟବହାର ବ୍ୟାଟେରି ଓଜନ ଅଫ୍‌ସେଟ କରି ଏହାର ପରିଚାଳନା ପରିସରକୁ ବୃଦ୍ଧି କରିଥାଏ; ଯାହାଦ୍ୱାରା ଅତିରିକ୍ତ ସୁରକ୍ଷା ଯୋଗ ହୋଇଥାଏ। ଏ ସମ୍ପର୍କରେ ବେଦାନ୍ତ ଲିମିଟେଡ୍‌ର ସିଓଓ (ଆଲୁମିନିୟମ ବ୍ୟବସାୟ) ସୁନୀଲ ଗୁପ୍ତା କହିଛନ୍ତି, ଆଗାମୀ ଦିନରେ ଇଭି ଶିଳ୍ପ ଏକ ସ୍ଥାୟୀ ଓ ପରିବେଶ ଉପଯୋଗୀ ଭୂମିକା ଗ୍ରହଣ କରିବ। ଏହା ଦ୍ୱାରା କାର୍ବନ ଫୁଟ ପ୍ରିଣ୍ଟ କମ୍‌ ହେବା ସହିତ ବିଶ୍ୱସ୍ତରୀୟ ଉପତ୍ାଦର ବିକାଶ ହେବା ସମ୍ଭବ ହୋଇପାରିବ। ଫଳରେ ଆମର ଉପତ୍ାଦଗୁଡ଼ିକ ମଧ୍ୟ ଗୁଣାତ୍ମକ ମାନର ହୋଇପାରିବ। ଏପରି କି କମ୍ପାନୀ ନିକଟରେ ଅନେକ ବିଶ୍ୱସ୍ତରୀୟ ପ୍ରମାଣପତ୍ର ଲାଭ କରିଛି ଓ ସ୍ଥିରତା ଏବଂ ଗୁଣବତ୍ତାକୁ ସୁନିଶ୍ଚିତ କରୁଛି। ସେହିଭଳି ବାଲ୍‌କୋର ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ତଥା ସିଇଓ ରାଜେଶ କୁମାର କହିଛନ୍ତି, ଆମେ ସର୍ବଦା ବିଶ୍ୱସ୍ତରୀୟ ଉପତ୍ାଦ ପ୍ରସ୍ତୁତି ଲକ୍ଷ୍ୟରେ ଅଛୁ। ଏହା ସହିତ ଆମର ଆର୍‌ ଏଣ୍ଡ ଡି ନବସୃଜନ ଓ ବିଶ୍ୱସ୍ତରୀୟ ବୈଷୟିକ ଜ୍ଞାନକୌଶଳକୁ ଏକାଠି କରିବା ପାଇଁ ସେଣ୍ଟର ଅଫ ଏକ୍ସଲେନ୍‌ସ ପ୍ରତିଷ୍ଠା କରିଛୁ। ଶ୍ରେଷ୍ଠ ଶ୍ରେଣୀର ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଆମେ ଆମର ଉପତ୍ାଦର ବ୍ୟାପକ ପୋର୍ଟଫୋଲିଓ ସହ ବେଦାନ୍ତ ଆଲୁମିନିୟମ ଇଭିର ଦ୍ରୁତ ବିକାଶଶୀଳ ଚାହିଦାକୁ ପୂରଣ କରିବା ଲାଗି ଭଲ ସ୍ଥିତିରେ ଅଛି। ଅପରପକ୍ଷରେ ଇଭି ଶିଳ୍ପର କଞ୍ଚାମାଲ ଆବଶ୍ୟକତାକୁ ଦୃଷ୍ଟି ଦେଇ ବେଦାନ୍ତ ଆଲୁମିନିୟମ ଇଭି ପ୍ରଯୁକ୍ତି ଗ୍ରହଣ କରିବାରେ ଏକ ଅଗ୍ରଣୀ ଭୂମିକା ବହନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ମୃତ୍ୟୁ ସମାଜରେ ବଡ଼ କଳଙ୍କ: ସୁପ୍ରିମକୋଟ

ନୂଆଦିଲ୍ଲୀ,୨୭।୩(ପି.ଟି.):  ଯୌତୁକ ମୃତ୍ୟୁ ସମାଜରେ ଏକ ବଡ଼ କଳଙ୍କ ବୋଲି ସୁପ୍ରିମକୋର୍ଟ ଟିପ୍ପଣୀ ଦେବା ସହ ଆଇନଗତ ପ୍ରତିକାର ସତ୍ତ୍ୱେ ଉକ୍ତ ପ୍ରଥା ଜାରି ରହିଥିବା କହିଛନ୍ତି…

ପୁଣିଥରେ ପଛଘୁଞ୍ଚା ଦେଲେ ଟ୍ରମ୍ପ, ୧୦ ଦିନ ଯୁଦ୍ଧବିରତି ଅବଧି ବଢ଼ାଇଲେ

ନୂଆଦିଲ୍ଲୀ,୨୭।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ବିଶେଷକରି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ…

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri