Posted inଖେଳ

ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ: ଶ୍ରୀନିବାସନ

ନୂଆଦିଲ୍ଲୀ, ୩।୮(ପି.ଟି.): ସୁରେଶ ରାଇନା ମୋ ପୁଅ ଭଳି। ତେବେ ମୁଁ ତାଙ୍କ ମାଲିକ ନୁହେଁ। ଏକଥା କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମାଲିକ ଏନ୍‌ ଶ୍ରୀନିବାସନ। ରାଇନା ହଠାତ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିବା ପରେ ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ହେଉଛି। ଏ ନେଇ ଶ୍ରୀନିବାସନ ନିଜର ମତ ରଖିଛନ୍ତି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଧ୍ୟକ୍ଷତାରେ ଟିମ୍‌ ମ୍ୟାନେଜମେଣ୍ଟ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ନିଷ୍ପତ୍ତି ନେବ ବୋଲି ଶ୍ରୀନିବାସନ ସ୍ପଷ୍ଟ କରିଛନ୍ତି।
ଗତ ସପ୍ତାହରେ ଦୀପକ ଜହରଙ୍କ ସମେତ ସିଏସ୍‌କେ ଦଳରେ ୧୩ଟି କୋଭିଡ୍‌-୧୯ କେସ୍‌ ଦେଖିବାକୁ ମିଳିଥିଲା। ତେବେ ଜୈବ ସୁରକ୍ଷିତ ପରିବେଶ ବା ବାୟୋ ବବଲର ଉଲ୍ଲଂଘନ ନେଇ ବିବାଦ ସୃଷ୍ଟି ହୋଇଥିଲା। ଖେଳାଳିମାନେ ଏହାକୁ ଖଣ୍ଡନ କରିଥିଲେ। ରାଇନା ଓହରିଯିବା ପରେ ପୂର୍ବତନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ଶ୍ରୀନିବାସନ ଅସନ୍ତୋଷ ଜାହିର କରିଥିଲେ। ତେବେ ପରେ ସେ ନରମ ସ୍ବଭାବ ପ୍ରଦର୍ଶନ କରିଥିଲେ।
ରାଇନାଙ୍କୁ ପୁଅ ଭଳି ଦେଖେ। କ୍ରିକେଟ ମାମଲାରେ ଫ୍ରାଞ୍ଚାଇଜ୍‌ କେବେ ମୁଣ୍ଡ ପୂରାଏନି। ୬୦ ଦଶକରୁ ଇଣ୍ଡିଆ ସିମେଣ୍ଟ କ୍ରିକେଟ ପରିଚାଳନା କରୁଛି। ଏହି ଆଭିମୁଖ୍ୟକୁ ଆମେ ଆଗକୁ ମଧ୍ୟ ବଜାୟ ରଖିବୁ। ତେବେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ମୋର କିଛି କରିବାର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏ ନେଇ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ମୋର ନାହିଁ। ଆମେ ଟିମ୍‌ ତଥା ଫ୍ରାଞ୍ଚାଇଜ୍‌ର ମାଲିକ। କିନ୍ତୁ ଖେଳାଳିଙ୍କର ନୁହେଁ। ରାଇନାଙ୍କ ସମେତ କୌଣସି ଖେଳାଳିଙ୍କର ମାଲିକ ମୁଁ ନୁହେଁ। ଏ ସମ୍ପର୍କରେ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ। ଅଧିନାୟକ ଧୋନୀ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ କେ.ଏସ୍‌. ବିଶ୍ୱନାଥଙ୍କ ଉପରେ ସବୁ କିଛି ନିର୍ଭର କରେ। ମୁଁ କ୍ରିକେଟ ଅଧିନାୟକ ନୁହେଁ। ଦଳରେ କିଏ ଖେଳିବ ଓ ନ ଖେଳିବ ସେ ନେଇ କେବେ ନିଜର ମତ ଦେଇନାହିଁ। କ୍ରିକେଟ ବ୍ୟାପାରରେ ମୁଣ୍ଡ କେବେ ଖେଳାଇନାହିଁ ବୋଲି ସେ କହିଛନ୍ତି। ସିଏସ୍‌କେ ଆଇପିଏଲ୍‌ରେ ୩ଥର ଚାମ୍ପୟନ ଓ ଏକାଧିକବାର ରନର୍ସଅପ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଆଇପିଏଲ୍‌ ଭାରତରୁ ସ୍ଥାନନ୍ତର ହୋଇ ୟୁନାଇଟେଡ ଆରବ ଏମିରେଟ୍‌ (ୟୁଏଇ)ରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀ, କପିଲଙ୍କୁ କ୍ଷମା ମାଗିଲେ ଯୁବରାଜ, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୩ା୪: କିମ୍ୱଦନ୍ତୀ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବାପା ଯୋଗରାଜ ସିଂ କିଛି ବର୍ଷ ତଳେ ଦେଶର ଦୁଇ ମହାନ୍‌ କ୍ରିକେଟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଓ…

ସଞ୍ଜୁ ସାମସନଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ମୋଦି, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୩।୪: ଟିମ ଇଣ୍ଡିଆ ନିକଟରେ ICC ଟି୨୦ ବିଶ୍ୱକପ ୨୦୨୬ ଜିତି ଇତିହାସ ରଚିଛି। ଷ୍ଟାର ଭାରତୀୟ ଉଇକେଟ୍‌କିପର-ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଏହି ଟାଇଟଲ ବିଜୟର ହିରୋ…

IPL ନିଲାମରେ ମୁହଁମୋଡ଼ି ଦେଇଥିଲେ ସବୁ ଦଳ: ବଦଳ ଭାବେ ଆସି ଚମତ୍କାର କଲେ ଏହି କ୍ରିକେଟର୍‌

କୋଲକାତା,୩।୪: IPL 2026ର ଷଷ୍ଠ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଇଡେନ ଗାର୍ଡେନରେ ଏକ ଧମାକାଦାର ବ୍ୟାଟିଂ ପ୍ରଦର୍ଶନ କରି ୨୦ ଓଭରରେ ୨୨୬ ରନର ବିଶାଳ ସ୍କୋର…

ଅଭିଷେକ ଶର୍ମାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ବିସିସିଆଇ, ଜାଣନ୍ତୁ କାହିଁକି ମିଳିଲା ଦଣ୍ଡ

ନୂଆଦିଲ୍ଲୀ,୩।୪: କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ଗୁରୁବାର ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ସେ ମାତ୍ର ୨୧ ବଲ…

LSG ମାଲିକ ସଞ୍ଜିବ ଗୋଏଙ୍କାଙ୍କ ଉପରେ ରାଗିଲେ ଲଳିତ ମୋଦି; ପନ୍ତଙ୍କୁ କଲେ ସମର୍ଥନ

ନୂଆଦିଲ୍ଲୀ,୩।୪: ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ପରାଜୟ ପରେ, ଲକ୍ଷ୍ନୌ ସୁପର ଜାଏଣ୍ଟସ ମାଲିକ ସଞ୍ଜିବ ଗୋଏଙ୍କା, ଅଧିନାୟକ ରିଷଭ ପନ୍ତ ଏବଂ ମୁଖ୍ୟ ପ୍ରଶିକ୍ଷକ ଜଷ୍ଟିନ ଲାଙ୍ଗରଙ୍କ…

୨୦୨୭ ରୁ ଆଇପିଏଲ ମ୍ୟାଚ ସଂଖ୍ୟା ବୃଦ୍ଧି ପାଇବ? ଅଧ୍ୟକ୍ଷଙ୍କ ଗୁରୁତ୍ୱପୂର୍ଣ୍ଣ ବୟାନ

ନୂଆଦିଲ୍ଲୀ,୩।୪: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସଂସ୍କରଣ ବର୍ତ୍ତମାନ ଚାଲିଛି; ଛଅଟି ମ୍ୟାଚ ଖେଳାଯାଇସାରିଛି, ଏବଂ ଶୁକ୍ରବାର ଚେନ୍ନାଇ ସୁପର କିଙ୍ଗସ ଏବଂ ପଞ୍ଜାବ କିଙ୍ଗସ ମଧ୍ୟରେ…

IPLରେ ଅଭିଷେକଙ୍କ ବଡ଼ କାରନାମା: ୪ ଛକା ମାରି କଲେ ଅନନ୍ୟ ରେକର୍ଡ

କୋଲକାତା,୩।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ଅଭିଷେକ ଶର୍ମା ୪୮ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ୨୨୮.୫୭ ଷ୍ଟ୍ରାଇକ ରେଟରେ ଖେଳି ଅଭିଷେକ…

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri