Posted inଖେଳ

ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ: ଶ୍ରୀନିବାସନ

ନୂଆଦିଲ୍ଲୀ, ୩।୮(ପି.ଟି.): ସୁରେଶ ରାଇନା ମୋ ପୁଅ ଭଳି। ତେବେ ମୁଁ ତାଙ୍କ ମାଲିକ ନୁହେଁ। ଏକଥା କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ମାଲିକ ଏନ୍‌ ଶ୍ରୀନିବାସନ। ରାଇନା ହଠାତ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ଓହରିବା ପରେ ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଚର୍ଚ୍ଚା ହେଉଛି। ଏ ନେଇ ଶ୍ରୀନିବାସନ ନିଜର ମତ ରଖିଛନ୍ତି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ଅଧ୍ୟକ୍ଷତାରେ ଟିମ୍‌ ମ୍ୟାନେଜମେଣ୍ଟ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ନିଷ୍ପତ୍ତି ନେବ ବୋଲି ଶ୍ରୀନିବାସନ ସ୍ପଷ୍ଟ କରିଛନ୍ତି।
ଗତ ସପ୍ତାହରେ ଦୀପକ ଜହରଙ୍କ ସମେତ ସିଏସ୍‌କେ ଦଳରେ ୧୩ଟି କୋଭିଡ୍‌-୧୯ କେସ୍‌ ଦେଖିବାକୁ ମିଳିଥିଲା। ତେବେ ଜୈବ ସୁରକ୍ଷିତ ପରିବେଶ ବା ବାୟୋ ବବଲର ଉଲ୍ଲଂଘନ ନେଇ ବିବାଦ ସୃଷ୍ଟି ହୋଇଥିଲା। ଖେଳାଳିମାନେ ଏହାକୁ ଖଣ୍ଡନ କରିଥିଲେ। ରାଇନା ଓହରିଯିବା ପରେ ପୂର୍ବତନ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ଶ୍ରୀନିବାସନ ଅସନ୍ତୋଷ ଜାହିର କରିଥିଲେ। ତେବେ ପରେ ସେ ନରମ ସ୍ବଭାବ ପ୍ରଦର୍ଶନ କରିଥିଲେ।
ରାଇନାଙ୍କୁ ପୁଅ ଭଳି ଦେଖେ। କ୍ରିକେଟ ମାମଲାରେ ଫ୍ରାଞ୍ଚାଇଜ୍‌ କେବେ ମୁଣ୍ଡ ପୂରାଏନି। ୬୦ ଦଶକରୁ ଇଣ୍ଡିଆ ସିମେଣ୍ଟ କ୍ରିକେଟ ପରିଚାଳନା କରୁଛି। ଏହି ଆଭିମୁଖ୍ୟକୁ ଆମେ ଆଗକୁ ମଧ୍ୟ ବଜାୟ ରଖିବୁ। ତେବେ ରାଇନାଙ୍କ ପ୍ରତ୍ୟାବର୍ତ୍ତନ ସମ୍ପର୍କରେ ମୋର କିଛି କରିବାର ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏ ନେଇ ନିଷ୍ପତ୍ତି ନେବାର ଅଧିକାର ମଧ୍ୟ ମୋର ନାହିଁ। ଆମେ ଟିମ୍‌ ତଥା ଫ୍ରାଞ୍ଚାଇଜ୍‌ର ମାଲିକ। କିନ୍ତୁ ଖେଳାଳିଙ୍କର ନୁହେଁ। ରାଇନାଙ୍କ ସମେତ କୌଣସି ଖେଳାଳିଙ୍କର ମାଲିକ ମୁଁ ନୁହେଁ। ଏ ସମ୍ପର୍କରେ ଟିମ୍‌ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ। ଅଧିନାୟକ ଧୋନୀ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ କେ.ଏସ୍‌. ବିଶ୍ୱନାଥଙ୍କ ଉପରେ ସବୁ କିଛି ନିର୍ଭର କରେ। ମୁଁ କ୍ରିକେଟ ଅଧିନାୟକ ନୁହେଁ। ଦଳରେ କିଏ ଖେଳିବ ଓ ନ ଖେଳିବ ସେ ନେଇ କେବେ ନିଜର ମତ ଦେଇନାହିଁ। କ୍ରିକେଟ ବ୍ୟାପାରରେ ମୁଣ୍ଡ କେବେ ଖେଳାଇନାହିଁ ବୋଲି ସେ କହିଛନ୍ତି। ସିଏସ୍‌କେ ଆଇପିଏଲ୍‌ରେ ୩ଥର ଚାମ୍ପୟନ ଓ ଏକାଧିକବାର ରନର୍ସଅପ୍‌ ହେବାର ସୌଭାଗ୍ୟ ଅର୍ଜନ କରିଛି। କୋଭିଡ୍‌-୧୯ ମହାମାରୀ କାରଣରୁ ଆଇପିଏଲ୍‌ ଭାରତରୁ ସ୍ଥାନନ୍ତର ହୋଇ ୟୁନାଇଟେଡ ଆରବ ଏମିରେଟ୍‌ (ୟୁଏଇ)ରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ବେଆଇନ ବେଟିଂ ଆପ ମାମଲାରେ ଇଡିର ବଡ଼ ଆକ୍ସନ: ପୂର୍ବତନ କ୍ରିକେଟର, ବଲିଉଡ ସେଲିବିଟ୍ରିଙ୍କ ସମ୍ପତ୍ତି ଜବତ, ଜାଣନ୍ତୁ କାହାଠୁ କେତେ…

ନୂଆଦିଲ୍ଲୀ,୧୯।୧୨: ବେଆଇନ ବେଟିଂ ଆପ ମାମଲାରେ ଇଡି ବଡ଼ ଆକ୍ସନ ନେଇଛି। ପୂର୍ବତନ କ୍ରିକେଟର ଓ ବଲିଉଡ ସେଲିବେଟ୍ରିଙ୍କ ସମ୍ପତ୍ତି ଜବତ କରାଯାଇଛି। ଯୁବରାଜ ସିଂଙ୍କ...

୨୦୨୬ ଟି-୨୦ ବିଶ୍ୱକପ ଭାରତୀୟ ଦଳ: ଏହି ୫ ଖେଳାଳି ଦଳରୁ ପଡିପାରନ୍ତି ବାଦ୍‌, ଜାଣନ୍ତୁ ସେମାନେ କିଏ…

ନୂଆଦିଲ୍ଲୀ,୧୯।୧୨: ୨୦୨୫ ବର୍ଷ ଶେଷ ହେବା ସହିତ, ୨୦୨୬ ଟି୨୦ ବିଶ୍ୱକପ ପାଇଁ ଅପେକ୍ଷା ମଧ୍ୟ କମ ହେବାରେ ଲାଗିଛି। ଆସନ୍ତା ବର୍ଷ ଟି୨୦ ବିଶ୍ୱକପ...

IPL ୨୦୨୬ ନିଲାମ ପରେ ହଠାତ୍‌ ଅଧିନାୟକ ହେଲେ ଭେଙ୍କଟେଶ ଆୟର, ଏହି ଖେଳାଳିଙ୍କ ସ୍ଥାନ ନେବେ…

ନୂଆଦିଲ୍ଲୀ,୧୯।୧୨: IPL ୨୦୨୬ ନିଲାମର କିଛି ଦିନ ପରେ, ଭେଙ୍କଟେଶ ଆୟର ଅଧିନାୟକ ହୋଇଛନ୍ତି। ଏହା ଦେଖାଯାଉଛି ଯେ IPL ୨୦୨୫ ସିଜିନ ଖରାପ ରହିବା...

ଟି-୨୦ ବିଶ୍ୱକପ ପାଇଁ ଏହି ଦିନ ଘୋଷଣା ହେବ ଟିମ ଇଣ୍ଡିଆ, ସମ୍ଭାବ୍ୟ ତାଲିକାରେ ଏମାନେ…

ନୂଆଦିଲ୍ଲୀ,୧୯।୧୨: ଆସନ୍ତା ବର୍ଷ ଫେବୃଆରୀରେ ଭାରତ ଏବଂ ଶ୍ରୀଲଙ୍କାରେ ICC ପୁରୁଷ ଟି-୨୦ ବିଶ୍ୱକପ ୨୦୨୬ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ କେବେ ଏବଂ...

୮.୬ କୋଟି ମିଳିବା ପରେ ବଦଳିଗଲା ମନ? IPL ୨୦୨୬ ପାଇଁ ୟୁଟର୍ନ ନେବେ ଜୋଶ ଇଂଲିଶ!

ନୂଆଦିଲ୍ଲୀ,୧୯।୧୨: ଅଷ୍ଟ୍ରେଲିୟ ଉଇକେଟ୍‌କିପର-ବ୍ୟାଟସମ୍ୟାନ ଜୋଶ ଇଂଲିଶଙ୍କୁ ନେଇ IPL ୨୦୨୬ ନିଲାମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ପଞ୍ଜାବ କିଙ୍ଗସ ଦ୍ୱାରା ମୁକ୍ତ ହେବା ପରେ, ଏହା...

ଖେଳ ଜଗତରେ ଶୋକର ଛାୟା: ବିମାନ ଦୁର୍ଘଟଣାରେ ଚାଲିଗଲା ଏହି ଖେଳାଳିଙ୍କ ଜୀବନ, ସ୍ତ୍ରୀ ପିଲା ବି…

ନୂଆଦିଲ୍ଲୀ,୧୯।୧୨: ରେସିଂ ଜଗତରୁ ଏକ ଦୁଃଖଦ ଖବର ଆସିଛି। ଉତ୍ତର କାରୋଲିନାର ଷ୍ଟେଟସଭିଲ ଆଞ୍ଚଳିକ ବିମାନବନ୍ଦର ନିକଟରେ ଏକ ଘରୋଇ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ...

IND vs SA 5th T20: ଆଜି ନିର୍ଣ୍ଣାୟକ ଲଢ଼େଇ, କେଉଁଠି କେମିତି ଦେଖିବେ ମ୍ୟାଚ ଜାଣନ୍ତୁ

ନୂଆଦିଲ୍ଲୀ,୧୯ା୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ ଅନ୍ତର୍ଜାତୀୟ ସିରିଜ୍ ସବୁଠାରୁ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ଆଜି ସିରିଜର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri