ଦିଗପହଣ୍ଡି,୧୧୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ପ୍ରଥମ ଶ୍ରେଣୀ ବିଚାରବିଭାଗୀୟ ମାଜିଷ୍ଟ୍ରେଟ ନିଳିମା ଷଡ଼ଙ୍ଗୀ ଗତ ୨୦୧୨ ମସିହାର ଏକ ଆକ୍ରମଣ ଓ ଚୋରି ମାମଲାର ଚୂଡାନ୍ତ ରାୟ ପ୍ରକାଶ କରି ଅଭିଯୁକ୍ତ ଦୁଇଭାଇଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଅଭିଯୁକ୍ତ ଦ୍ୱୟ ହେଲେ ଦିଗପହଣ୍ଡି ବ୍ଲକ ଭିଷ୍ମଗିରି ଗ୍ରାମର ଏ. ତବତିଆ ଓ ଏ. ଜଗନ୍ନାଥ।ଆଇପିସିର ଦଫା ୩୨୩ରେ ୫ ଶହ ଟଙ୍କା ଏବଂ ଦଫା ୩୭୯ରେ ୧ହଜାର ଟଙ୍କା ଲେଖାଏ ଜରିମାନା ଦେବାପାଇଁ ଦୁଇଭାଇଙ୍କୁ ନିର୍ଦ୍ଦେଶ ଦେବାପରେ ଦୁହେଁ କୋର୍ଟରେ ଜରିମାନା ଦାଖଲ କରିଥିବା ଜଣାପଡିଛି।
ଗତ ୩.୧୨.୨୦୧୨ ତାରିଖରେ ଅଭିଯୋଗକାରୀ ବିଶ୍ବନାଥ ଗୌଡ ଓ ତାଙ୍କ ପୁଅ ବିଲରେ ଚାଷ କରୁଥିବା ସମୟରେ ଅଭିଯୁକ୍ତ ଦୁଇଭାଇ ତାଙ୍କୁ ମାଡମାରି ବିଶ୍ବନାଥଙ୍କ ବଳଦ ଦୁଇଟିକୁ ନେଇଯାଇଥିଲେ। ଏହି ମାମଲାରେ ସମୁଦାୟ ୭ଜଣ ସାକ୍ଷୀ କୋର୍ଟରେ ବିଚାରଣା ହୋଇଥିଲେ। ସାକ୍ଷ୍ୟମାନଙ୍କ ବୟାନ ଓ ଅନ୍ୟ ପ୍ରମାଣ ଆଧାରରେ ମାଜିଷ୍ଟ୍ରେଟ ଅଭିଯୁକ୍ତ ଦୁଇଭାଇଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରିଥିବାବେଳେ ଅଭିଯୋଗକାରୀଙ୍କ ପକ୍ଷରୁ ସରକାରୀ ଓକିଲ ନକୁଳ ପ୍ରଧାନ ମାମଲା ପରିଚାଳନା କରୁଥିଲେ।


