Posted inଫୁରସତ

ମୁମ୍ବାଇ ଲୋକାଲ ଟ୍ରେନର ଭାଇରାଲ ହେଲା ଭିଡିଓ, ଟ୍ରେନର ଗେଟ୍‌ ପାଖରେ ମୋବାଇଲ ଝୁଲାଇ ଶୁଣିଲେ ଗୀତ…

ମୁମ୍ବାଇ ଲୋକାଲ ଟ୍ରେନକୁ ଦେଶର ଆର୍ଥିକ ଟ୍ରେନ ଭାବରେ ମଧ୍ୟ ବୁଝାଯାଏ। ଅଫିସ ଟାଇମ ହୋଇଗଲେ ଟ୍ରେନରେ ଖଚାଖଚ ଭିଡ ହୋଇଯାଏ। ଯେଉଁଥିରେ ପଶିବା ଅସମ୍ଭବ ହୋଇପଡେ। ଠିକ୍‌ ସମୟରେ ଟ୍ରେନରେ ଆସି ନ ପହଞ୍ଚିଲେ ଟ୍ରେନ ଛାଡିଦେବାର ସମ୍ଭାବନା ମଧ୍ୟ ରହିଥାଏ। ଏହି ସମୟରେ ଠିକଣାସ୍ଥଳକୁ ପହଞ୍ଚିବାକୁ ଲୋକେ ଏତେ ବ୍ୟଗ୍ର ଥା’ନ୍ତି ଯେ, ଟ୍ରେନ ଭିତରେ ଠିଆ ହୋଇ ମଧ୍ୟ ଯାତ୍ରା କରିଥାନ୍ତି।
ଦିଲ୍ଲୀ ମେଟ୍ରୋରେ ଏପରି ଭିଡ ନ ହେଲେ ମଧ୍ୟ ଯାତ୍ରୀଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟକଳାପର ଭିଡିଓ ଭାଇରାଲ ହେଉଥିବାର ଦେଖିବାକୁ ପାଇଛୁ। କେତେବେଳେ କେଉଁଠି ଝଗଡା ଲାଗିଲାଣି ତ କେଉଁଠି କିଏ ଡ୍ୟାନ୍ସ କି ଗୀତ ଗାଇଲେଣି। ସେହିପରି ଏବେ ମୁମ୍ବାଇ ଲୋକାଲ ଟ୍ରେନର ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।

ମୁମ୍ବାଇ ଲୋକାଲ ଟ୍ରେନର ଗୋଟିଏ ବଗିରେ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି। ଯାତ୍ରୀ ସିଟ୍‌ ନ ପାଇ ବହୁଜଣ ଠିଆ ହୋଇ ଯାତ୍ରା କରୁଛନ୍ତି। ଏହି ସମୟରେ ଜଣେ ବ୍ୟକ୍ତି ଏତେ ଭିଡରେ କାନରେ ଇଅରଫୋନ ଲଗାଇ ଗୀତ ଶୁଣୁଛନ୍ତି। କାନରେ ଗୀତ ଲଗାଇ ଶୁଣିବାରେ କିଛି ଅସୁବିଧା ନାହିଁ ହେଲେ ସେ ଯେଉଁ ସ୍ଥାନରେ ଫୋନଟିକୁ ରଖିଛନ୍ତି ସେ ବିଷୟରେ ଜାଣିେଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବ୍ୟକ୍ତିଜଣକ ଟ୍ରେନର ଗେଟ୍‌ ପାଖରେ ବାହାରକୁ ଥିବା ଏକ ଥାକରେ ମୋବାଇଲ ଫୋନକୁ ଝୁଲାଇ ରଖିଛନ୍ତି। ତେବେ ସେଥିରୁ ଇଅରଫୋନ କନେକ୍ଟ କରି ଟ୍ରେନ ଦୁଆର ମୁହଁରେ ଠିଆ ହୋଇ ଗୀତ ଶୁଣୁଛନ୍ତି। ବ୍ୟକ୍ତିଙ୍କର ଏପରି କାର୍ଯ୍ୟକଳାପ ଦେଖି ଷ୍ଟେଶନରେ ଥିବା କିଛି ଲୋକ ତାଙ୍କର ଭିଡିଓ କରୁଛନ୍ତି। ଏହି ଭିଡିଓଟି ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

ଝଡତୋଫାନ, ବଜ୍ରପାତରେ ନେଲା ଜୀବନ

ପାତ୍ରପୁର,୫।୦(ଉମା ଚରଣ ନେପାକ): କାଳବୈଶାଖୀ ପ୍ରଭାବରେ ରବିବାର ଅପରାହ୍ନରେ ଗଞ୍ଜାମ ଜିଲା ପାତ୍ରପୁର ବ୍ଳକର ବିଭିନ୍ନ ସ୍ଥାନରେ ଝଡତୋଫାନ ସହ କୁଆପଥର ବର୍ଷା ହୋଇଛି। ଏପରିକି ବଜ୍ରପାତ…

ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ପରେ ବଳାତ୍କାର: ବନ୍ଧା ହେଲେ ଅଭିଯୁକ୍ତ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅଧୀନ ୧୫ ବର୍ଷୀୟା ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଏବଂ ବଳାତ୍କାର ମାମଲାରେ ସମ୍ପୃକ୍ତ ଅଭିଯୁକ୍ତ…

ରାଜ୍ୟରେ ଝଡ଼ବର୍ଷା ଆଲର୍ଟ

ଭୁବନେଶ୍ୱର,୫ା୪: ରାଜ୍ୟରେ କିଛିଦିନ ହେଲା ପ୍ରବଳ ଗରମ ଗୁଳୁଗୁଳି ଅନୁଭୂତ ହେଉଛି। ହେଲେ ଅପରାହ୍ନରେ ହଠାତ୍‌ ବଦଳି ଯାଉଛି ପାଗ। ମାଡ଼ି ଆସୁଛି କାଳବୈଶାଖୀ। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri