Categories: ଫୁରସତ

ଫୁଡ୍‌ ଡେଲିଭରୀ ବୟ ଲୋକେଶନ ନ ପାଇବାରୁ ଏମିତି କଲେ ଗ୍ରାହକ

ଅନ୍‌ଲାଇନ୍‌ରେ ଖାଦ୍ୟ ମଗାଇବା ବର୍ତ୍ତମାନ ସାଧାରଣ ହୋଇଗଲାଣି। ଏହାକୁ ଲକ୍‌ଡାଉନର ପ୍ରଭାବ କହିପାରିବା। କିନ୍ତୁ ରେଷ୍ଟୁରାଣ୍ଟ ଯିବା ବଦଳରେ ଏବେ ଅନ୍‌ଲାଇନରେ ଖାଦ୍ୟ ମଗାଇବାକୁ ଲୋକେ ଅଧିକ ପସନ୍ଦ କରୁଛନ୍ତି। ତେବେ ଖାଦ୍ୟ ନେଇକି ଆସୁଥିବା ଡେଲିଭରୀ ବୟକୁ ସଠିକ୍‌ ଲୋକେଶନ ଦେବା ପାଇଁ କିଛି ୟୁଜର୍ସଙ୍କୁ ନାକେଦମ ହେବାକୁ ପଡ଼ିଥାଏ। ଏହି ସମସ୍ୟାର ସହଜ ଓ ସରଳ ଉପାୟ ଖୋଜି ବାହାର କରିଛନ୍ତି ଜଣେ ୟୁଜର। ଡେଲିଭରୀ ବୟ ବାଟ ଦେଖାଇବା ପାଇଁ ଜଣେ ୟୁଜର ବ୍ୟବହାର କରିଛନ୍ତି ବିକନ ଲାଇଟ୍‌।

ଆକାଶରେ ଦେଖାଯାଉଥିବା ବିକନ ଲାଇଟ୍‌କୁ ପିଛା କରିବାକୁ ଡେଲିଭରୀ ବୟଙ୍କୁ କହିଥିଲେ ୟୁଜର। ଏହି ଘଟଣା ଫଟୋ ଓ ଡେଲିଭରୀ ବୟ ସହ ୟୁଜରଙ୍କ ଚାଟିଂ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି। ମୂଳତଃ ରେଡିଟ୍‌ ପକ୍ଷରୁ ଶେୟାର କରାଯାଇଥିବା ଫଟୋକୁ ପ୍ରାୟ ୭୮୫ ହଜାର ଲାଇକ୍‌ ଓ ୧ ଲକ୍ଷରୁ ଅଧିକ ରିଟୁଇଟ୍‌ ହୋଇସାରିଛି।

Share