Categories: ଫୁରସତ

ମହଙ୍ଗା ପଡ଼ିଲା ରାସ୍ତା ମଝିରେ ଷ୍ଟଣ୍ଟ ଦେଖାଇବା

ମୁମ୍ବାଇ: ନିକଟରେ ମୁମ୍ବାଇ ସହରରେ ଏକ ବାଇକ୍‌ ଷ୍ଟଣ୍ଟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଷ୍ଟଣ୍ଟ ଦେଖାଉଥିବା ଯୁବକଙ୍କୁ ନିକଟରେ ପୋଲିସ ଗିରଫ କରିଥିବା ଜଣାପଡିଛି। ତାଙ୍କ ନାମ ପୈୟାଜ୍‌ କାଦରୀ ବୋଲି ଜଣାପଡିଛି। ବାଇକ୍‌ରେ ଥିବା ଅନ୍ୟ ୨ ଜଣ ଝିଅଙ୍କୁ ପୋଲିସ ଖୋଜିବାରେ ଲାଗିଛି। ରିପୋର୍ଟ ମୁତାବକ, ଏହି ଘଟଣା ଶୁକ୍ରବାର ପୋଲିସ ଷ୍ଟେଶନ ଅଞ୍ଚଳରେ ହୋଇଥିବା ଜଣାପଡିଛି। ଯେଉଁଥିରେ କି ଯୁବକ ଜଣେ ଝିଅଙ୍କୁ ଆଗରେ ଏବଂ ଅନ୍ୟଜଣଙ୍କୁ ବାଇକ୍‌ ପଛରେ ବସାଇ ଜୋରର୍‌ ଗା଼ଡ଼ି ଚଲାଇ ଷ୍ଟଣ୍ଟ ଦେଖାଉଥିଲେ। ଏହି ଭିଡିଓକୁ ଜଣେ ସାମାଜିକ କର୍ମୀ ତାଙ୍କ ଟୁଇଟରରେ ପୋଷ୍ଟ କରି ମୁମ୍ବାଇ ପୋଲିସକୁ ଟ୍ୟାଗ କରିଥିଲେ। ଯାହା ଫଳରେ ମୁମ୍ବାଇ ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା।

Share