Posted inଫୁରସତ

ଦାନ୍ତ ପାଇଁ ୮ ଲକ୍ଷ ଖର୍ଚ୍ଚ କଲେ ଏହି ବ୍ୟକ୍ତି

ଭଗବାନ ସମସ୍ତଙ୍କୁ ବିଶେଷ ବୈଶିଷ୍ଟ୍ୟ ସହିତ ଦୁନିଆକୁ ପଠାଇଛନ୍ତି। କିନ୍ତୁ କିଛି ଲୋକ ଏହି ବୈଶିଷ୍ଟ୍ୟଗୁଡ଼ିକରେ ପରିବର୍ତ୍ତନ କରିବାକୁ ଚାହିଁଥାନ୍ତି। ଏଥିପାଇଁ ସେମାନେ କସ୍‌ମେଟିକ ସର୍ଜରୀ କରାଇଥାନ୍ତି। କିଛି ଲୋକ ସେମାନଙ୍କ ଦାନ୍ତର ଗଠନକୁ ପରିବର୍ତ୍ତନ କରିଥାନ୍ତି। ଏହା ବ୍ୟତୀତ ହଳଦିଆ ଦାନ୍ତ ପାଇଁ ଚିକିତ୍ସା ମଧ୍ୟ ଅନେକ ଥର କରାଇଥାନ୍ତି।

ସୋସିଆଲ ମିଡିଆରେ ସେହିପରି ଜାମି ଗ୍ରିଫ୍‌ଥ ନାମକ ଜଣେ ବ୍ୟକ୍ତି ଦାନ୍ତରେ ଚମକତା ଆଣିବା ପାଇଁ ଦାନ୍ତ ଚିକିତ୍ସା କରାଇଥିଲେ। ଏହି ଚିକିତ୍ସା ପାଇଁ ଜାମି ବ୍ରିଟେନରୁ ତୁର୍କୀ ଯାଇଥିଲେ। କିନ୍ତୁ ଯେତେବେଳେ ସେ ସେଠାରୁ ଫେରି ଲୋକମାନଙ୍କ ସହିତ ଦାନ୍ତର ଫଟୋ ଶେୟାର କଲେ, ସମସ୍ତେ ତାଙ୍କୁ ଦେଖି ପରିହାସ କରିବାକୁ ଲାଗିଲେ। ତାଙ୍କର ବହୁତ ଧଳା ଦାନ୍ତ ଦେଖିବା ପରେ ବିଭିନ୍ନ ଲୋକ ବିଭିନ୍ନ କଥା କହିଥିଲେ। ଦାନ୍ତକୁ ପଲିସ କରିବା ପାଇଁ ଜାମି ପ୍ରାୟ ୮ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ପ୍ରଶଂସା ପରିବର୍ତ୍ତେ ଥଟ୍ଟା କରାଯାଉଥିବା ଦେଖି ସେ ବହୁତ ଦୁଃଖ ଅନୁଭବ କଲେ।

ଜାମି ଏହି ଭିଡିଓକୁ ତାଙ୍କ ଟିକ୍‌ଟକ୍‌ ଆକାଉଣ୍ଟରେ ଶେୟାର କରିଛନ୍ତି। ଭିଡିଓରେ ଏପର୍ଯ୍ୟନ୍ତ ହଜାର ହଜାର ଲାଇକ୍‌ ଆସିଛି। ସୋସିଆଲ ମିଡିଆରେ ଜାମିଙ୍କୁ ବହୁତ ପରିହାସ କରାଯାଉଛି। ଜଣେ ୟୁଜର ଲେଖିଛନ୍ତି, ବର୍ତ୍ତମାନ ଜାମିଙ୍କର ଟର୍ଚ୍ଚର କୌଣସି ଆବଶ୍ୟକତା ରହିବ ନାହିଁ। ଏଥି ସହିତ ଆଉ ଜଣେ ୟୁଜର ଲେଖିଛନ୍ତି, ଜାମିଙ୍କ ଫଟୋ ଦେଖିବା ପାଇଁ ତାଙ୍କୁ ଚଷମା ଦରକାର। ଜାମି ଅନେକ ଥଟ୍ଟା ପରିହାସର ପାତ୍ର ହୋଇଥିଲେ। ନିକଟରେ ବିସିସିଆଇ ଦ୍ୱାରା କରାଯାଇଥିବା ଏକ ସର୍ଭେରୁ ଜଣାପଡ଼ିଛି, ପ୍ରତିବର୍ଷ ଅନେକ ଲୋକ ଦାନ୍ତ କାମ କରିବାକୁ ତୁର୍କୀ ଯାଆନ୍ତି। ଏହି ଲୋକମାନଙ୍କ ମଧ୍ୟରୁ ଅଧିକାଂଶ ଏଥିରେ ୫ ଲକ୍ଷରୁ ଅଧିକ ଖର୍ଚ୍ଚ କରିବା ପରେ ଫେରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

ଆଦେଶ ପାଳନ କଲେ ଜିଲାପାଳ, ପିଛିଲା ତାରିଖ ପକାଇ ୨୧ ଦିନ ପରେ ଅର୍ଡର ପ୍ରେରଣ

କେନ୍ଦୁଝର/ହାଟଡିହୀ,୩l୪(ନରେଶ ଚନ୍ଦ୍ର ପଟ୍ଟନାୟକ/ଶୁଭକାନ୍ତ ନାୟକ):ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ଧାର୍ଯ୍ୟ ସମୟରେ ପାଳନ ନ କରିବା ଫଳରେ ଅଦାଲତ ଅବମାନନା ମାମଲା ଦାୟର ହେବା ଏବଂ ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri