ବ୍ୟକ୍ତିଙ୍କୁ ଗୁଳିକରି ହତ୍ୟା: ୨ ରାଉଣ୍ଡ ଗୁଳି ଜବତ, ସାଇଣ୍ଟିଫିକ୍‌ ଟିମ୍‌ର ତଦନ୍ତ ଜାରି

ବଡ଼ବିଲ,୮ା୪(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଠାକୁରାଣୀ ଦଲକି ବସ୍ତିରେ ରହୁଥିବା ଓଏମ୍‌ଡି କମ୍ପାନୀର କର୍ମଚାରୀଙ୍କୁ ଗୁଳି କରି ହତ୍ୟା ହୋଇଛି। ମୃତକ ହେଲେ ଦୁଃଶାସନ ବାରିକ (୫୫)। ଦାମୁ ହଟିଂସ୍ଥିତ ଇଲେକ୍ଟ୍ରିକ ଗ୍ରୀଡ୍‌ ନିକଟ ଏକ ହାଇ ଟେନସନ ଟାଓ୍ବାର ତଳେ ପଡ଼ିଥିବା ଦୁଃଶାସନଙ୍କ ମୃତଦେହକୁ ପୋଲିସ ଠାବ କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସାଇଣ୍ଟିଫିକ୍‌ ଟିମ୍‌ ଭିଡିଓ ରେକର୍ଡିଂ ସହ ନମୁନା ସଂଗ୍ରହ କରିଛି। ଘଟଣାସ୍ଥଳରୁ ପୋଲିସ ୨ଟି ୯ ଏମ୍‌ଏମ୍‌ ଜୀବନ୍ତ ଗୁଳି ଜବତ କରିଥିଲାବେଳେ ଜମିଜମା ସଂକ୍ରାନ୍ତୀୟ ବିବାଦରୁ ସମ୍ପର୍କୀୟମାନେ ହତ୍ୟା କରିଥିବା ସନ୍ଦେହ ଉପୁଜିଛି।

ସୂଚନାନୁଯାୟୀ, ଓଏମ୍‌ଡି କମ୍ପାନୀରେ କାର୍ଯ୍ୟରେ କର୍ମଚାରୀ ଦୁଃଶାସନ ଶୁକ୍ରବାର ମଧ୍ୟାହ୍ନ ବିରତି ପରେ ଡ୍ୟୁଟିକୁ ଯାଇ ଆଉ ଫରି ନ ଥିଲେ। ସନ୍ଧ୍ୟା ସୁଦ୍ଧା ଦୁଃଶାସନ ଘରକୁ ନ ଫେରିବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି ପରେ ନ ପାଇ ପୋଲିସକୁ ରାତିରେ ସୂଚନା ଦେଇଥିଲେ। ଶନିବାର ସକାଳେ ଦୁଃଶାସନଙ୍କ ମୃତଦେହ ଦାମୁ ହଟିଂସ୍ଥିତ ଇଲେକ୍ଟ୍ରିକ ଗ୍ରୀଡ୍‌ ନିକଟ ଏକ ହାଇ ଟେନ୍‌ସନ୍‌ ଟାଓ୍ବାର ତଳେ ପଡ଼ିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦୁଃଶାସନଙ୍କ ପରିବାରକୁ ମୃତଦେହ ଚିହ୍ନଟ ନିମନ୍ତେ ଜଣାଇଥିଲେ। ଦୁଃଶାସନଙ୍କ ପୁଅ ଯଶୋବନ୍ତ ଘଟଣାସ୍ଥଳରେ ପହଞ୍ଚି ମୃତଦେହଟି ଦୁଃଶାସନଙ୍କର ବୋଲି ଚିହ୍ନଟ କରିଥିଲେ। ମୃତ ଦୁଃଶାସନଙ୍କ ମୁଣ୍ଡରେ ଗୁଳି ବାଜିଥିବା ଚିହ୍ନ ରହିଥିଲାବେଳେ ଅଳ୍ପ ଦୂରରେ ତାଙ୍କ ବାଇକ୍‌ଟି ଥିବା ଦେଖିବାକୁ ମିଳିଥିଲା। ମୃତଦେହ ନିକଟରେ ପଡ଼ିଥିବା ୩ଟି ବିୟର ବୋତଲ ଓ ଦୁଇଟି ୯ ଏମ୍‌ଏମ୍‌ ଜୀବନ୍ତ ଗୁଳିକୁ ପୋଲିସ ଜବତ କରିଛି। ପୋଲିସକୁ ତଦନ୍ତରେ ସହାୟତା ନିମନ୍ତେ କେନ୍ଦୁଝର ଜିଲା ମୁଖ୍ୟାଳୟରୁ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ଘଟଣାସ୍ଥଳରୁ ନମୁନା ସଂଗ୍ରହ କରିଥିବା ଜଣାପଡ଼ିଛି। ତେବେ ମୃତକଙ୍କ ପରିବାରର ଅଭିଯୋଗ ଅନୁଯାୟୀ, ଜମିଜମା ବିବାଦକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରିଛନ୍ତି। ଜମି ପାର୍ଟିସନ ନିମନ୍ତେ ଗତ କିଛି ଦିନ ତଳେ ଦୁଃଶାସନ ଆବେଦନ କରିଥିଲାବେଳେ ଏହାକୁ ତାଙ୍କ ଭଉଣୀ, ଭିଣୋଇ ଓ ଭଣଜାଙ୍କ ସହ ବିବାଦ ରହିଥିଲା ଓ ବିବାଦ ତୁଟାଇବା ନିମନ୍ତେ ଆପୋଷ ବୁଝାମଣା ହୋଇ ୨୦ ଲକ୍ଷ ଟଙ୍କା ଦେବାକୁ ଦୁଃଶାସନ ସହମତି ପ୍ରକାଶ କରିଥିଲେ। ସେଥି ନିମନ୍ତେ ୪ ଲକ୍ଷ ଟଙ୍କା ଅଗ୍ରୀମ ମଧ୍ୟ ଭଉଣୀ, ଭିଣୋଇଙ୍କୁ ଦେଇଥିଲେ। ତେବେ ପରବର୍ତ୍ତୀ ସମୟରେ ୫ ତାରିଖ ବୁଧବାର ପୁଣି ବିବାଦ ଉପୁଜିବାରୁ ଅଗ୍ରୀମ ଟଙ୍କା ଫେରାଇବାକୁ ଦୁଃଶାସନ କହିଥିଲେ ଓ ତିକ୍ତତା ବଢ଼ିବାରେ ଲାଗିଥିଲା। ଯାହାକୁ ନେଇ ଏହି ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରିଛନ୍ତି ପରିବାର ଲୋକେ। ମୃତକଙ୍କ ପରିବାର ପକ୍ଷରୁ ଏ ନେଇ ବଡ଼ବିଲ ଥାନାରେ ଲିଖିତ ଏତଲା ଦେବା ପରେ କେସ୍‌ ନଂ ୧୦୯/୨୩ରେ ଏକ ହତ୍ୟାକାଣ୍ଡ ମାମଲା ରୁଜୁ କରି ପରିବାର ଲୋକଙ୍କୁ ପଚରାଉଚରା କରି ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨ ରନ୍‌ର ଟାର୍ଗେଟ୍ ମାତ୍ର ୧୫.୪ ଓଭରରେ ଶେଷ! ଆଇପିଏଲ୍‌ରେ ଆରସିବିର ନୂଆ ରେକର୍ଡ

ବେଙ୍ଗାଲୁର,୨୮।୩: ଆଇପିଏଲ୍‌ ୨୦୨୬ର ଶୁଭାରମ୍ଭ ଅତି ଜବରଦସ୍ତ ଶୈଳୀରେ ହୋଇଛି। ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) ସନରାଇଜର୍ସ ହାଇଦ୍ରାବାଦ (SRH) ବିପକ୍ଷରେ ଏକ…

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ହର୍ମୁଜରେ ଯୁଦ୍ଧର କାଉଣ୍ଟଡାଉନ୍‌: ପୁରା ଆରବକୁ ମାଟିରେ ମିଶାଇଦେବ ଇରାନ? ମୋଜତାବାଙ୍କ ଚେତାବନୀରେ ଥରିଲା ଦୁନିଆ

ତେହେରାନ/ୱାଶିଂଟନ,୨୮।୩: ମଧ୍ୟପ୍ରାଚ୍ୟରେ ବିଶ୍ୱଯୁଦ୍ଧର ପଦଧ୍ୱନି ଶୁଣାଗଲାଣି। ଆମେରିକାର ‘ଗ୍ରାଉଣ୍ଡ ଅପରେଶନ’ ଘୋଷଣା ପରେ ଇରାନ ଏହାର ଭୟଙ୍କର ଜବାବୀ ରଣନୀତି ପ୍ରସ୍ତୁତ କରିଛି। ଇରାନର ସର୍ବୋଚ୍ଚ ନେତା…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା

ଥୁଆମୂଳ ରାମପୁର, ୨୮ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ତାଲବନ୍ଦ ପଡ଼ାରେ ମା’ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ବା ଘଣ୍ଟ ଯାତ୍ରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri