Posted inଜାତୀୟ

ଗର୍ଭବତୀ ପତ୍ନୀଙ୍କୁ ହତ୍ୟା, ମୃତଦେହକୁ ଖଣ୍ଡବିଖଣ୍ଡ କରି ଫିଙ୍ଗୁଥିବା ବେଳେ ସ୍ୱାମୀ ଗିରଫ

ହାଇଦ୍ରାବାଦ,୨୪।୮: ତେଲଙ୍ଗାନାରେ ଜଣେ ବ୍ୟକ୍ତି ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡବିଖଣ୍ଡ କରି ଫିଙ୍ଗୁଥିବା ବେଳେ ଧରାପଡ଼ିବା ଘଟଣା ଆତଙ୍କ ଓ ଆକ୍ରୋଶ ସୃଷ୍ଟି କରିଛି। ଅଭିଯୁକ୍ତ ମହେନ୍ଦର ତାଙ୍କ ପତ୍ନୀଙ୍କ ମୁଣ୍ଡ, ହାତ ଓ ଗୋଡ଼କୁ ମୁସୀ ନଦୀରେ ଫିଙ୍ଗି ଦେଇଥିଲେ, କିନ୍ତୁ ତାଙ୍କ ଘରେ ମୃତଦେହର ଖଣ୍ଡବିଖଣ୍ଡିତ ଅବସ୍ଥାରେ ମିଳିଛି। ମୃତା ସ୍ୱାତୀ (୨୧) ପାଞ୍ଚ ମାସର ଗର୍ଭବତୀ ଥିଲେ।

ଘଟଣାଟି ହାଇଦ୍ରାବାଦର ମେଦିପାଲ୍ଲୀ ଅଞ୍ଚଳର ବାଲାଜୀ ହିଲ୍ସରେ ଘଟିଛି। ବିକାରାବାଦ ଜିଲ୍ଲାର କାମାରେଡ୍ଡୀଗୁଡାର ସ୍ୱାତୀ ଓ ମହେନ୍ଦର ପ୍ରେମ ବିବାହ କରି ବାଲାଜୀ ହିଲ୍ସକୁ ସ୍ଥାନାନ୍ତରିତ ହୋଇଥିଲେ।

ପୋଲିସ କହିଛି, ଶନିବାର ଅପରାହ୍ନ ପ୍ରାୟ ୪:୩୦ରେ ରାଇଡ ହେଲିଂ କମ୍ପାନୀରେ ଡ୍ରାଇଭର ଭାବେ କାମ କରୁଥିବା ମହେନ୍ଦର ସ୍ୱାତୀଙ୍କୁ ହତ୍ୟା କରି ଶରୀରକୁ ଖଣ୍ଡବିଖଣ୍ଡ କରି କିଛି ଅଂଶ ଫିଙ୍ଗି ଦେଇଥିଲେ। ପରେ ସେ ତାଙ୍କ ଭଉଣୀକୁ ଫୋନ କରି ପତ୍ନୀ ନିଖୋଜ ଥିବା କହିଥିଲେ। ସନ୍ଦେହ ହେବାରୁ ଭଉଣୀ ଜଣେ ସମ୍ପର୍କୀୟଙ୍କୁ ଜଣାଇଥିଲେ, ଯିଏ ମହେନ୍ଦରଙ୍କୁ ଥାନାକୁ ନେଇଥିଲେ। ଥାନାରେ ମହେନ୍ଦର ପ୍ରଥମେ ପତ୍ନୀ ନିଖୋଜ ବୋଲି ଦାବି କରିଥିଲେ, କିନ୍ତୁ ଜେରା ବେଳେ ହତ୍ୟାର କଥା ସ୍ୱୀକାର କରିଥିଲେ ବୋଲି ଡିସିପି (ମାଲକାଜଗିରି ଜୋନ) ପି ଭି ପଦ୍ମଜା କହିଛନ୍ତି।

ମହେନ୍ଦରଙ୍କୁ ଗିରଫ କରାଯାଇ ହେପାଜତରେ ରଖାଯାଇଛି। ପୋଲିସ ତାଙ୍କୁ ଜେରା କରୁଛି। ସ୍ୱାତୀଙ୍କ ମୁଣ୍ଡ, ହାତ ଓ ଗୋଡ଼ ମୁସୀ ନଦୀରେ ଫିଙ୍ଗାଯାଇଥିଲେ ମଧ୍ୟ ଡାଇଭରମାନେ ଏହା ଖୋଜି ପାଇନାହାଁନ୍ତି। ମୃତଦେହର ଧଡ଼ ତାଙ୍କ ଘରେ ଲୁଚାଯାଇଥିବା ଅବସ୍ଥାରେ ମିଳିଛି।

ଡିସିପି କହିଛନ୍ତି, “ଆମେ ଫରେନସିକ ପ୍ରମାଣ ସଂଗ୍ରହ କରିଛୁ। କେବଳ ମୃତାଙ୍କ ଧଡ଼ ମିଳିଛି। ମୃତଦେହର ପରିଚୟ ପାଇଁ ଡିଏନଏ ପରୀକ୍ଷା କରାଯିବ। ବିଏନଏସ ଧାରାରେ ମାମଲା ରୁଜୁ ହୋଇଛି ଏବଂ ଦ୍ରୁତ ତଦନ୍ତ ଓ ବିଚାର ପ୍ରକ୍ରିୟା ଆରମ୍ଭ ହେବ।”

ସ୍ୱାତୀଙ୍କ ବାପା କହିଛନ୍ତି, ତାଙ୍କ ଓ ଜ୍ୱାଇଁଙ୍କ ମଧ୍ୟରେ କିଛି ମତଭେଦ ଥିଲା, ଯେଉଁଥିପାଇଁ ସେମାନେ କଥାବାର୍ତ୍ତା ବନ୍ଦ କରିଥିଲେ। ସେ କହିଛନ୍ତି, “ମୋ ଝିଅ କହୁଥିଲା ସେମାନେ ଭଲ ଅଛନ୍ତି, କିନ୍ତୁ ସେ ତାକୁ ନିରନ୍ତର ନିର୍ଯାତନା ଦେଉଥିଲା। ଯେଉଁଭଳି ସେ ମୋ ଝିଅକୁ କଷ୍ଟ ଦେଇଛି, ତାକୁ ସେହିଭଳି ଦଣ୍ଡ ମିଳୁ।”


Enter your email to get our daily news in your inbox.

All Right Reserved By Dharitri.Com

ନେପାଳ ରାଜନୀତିର ରଣନୀତିକାର

ନେପାଳ ୨୦୨୫ ସେପ୍ଟେମ୍ବରରେ ଦେଖିଥିଲା ଜେନ୍‌ ଜି ବିପ୍ଳବ। ଏହାର ପ୍ରଭାବ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଅନୁଭୂତ ହୋଇଥିଲା। ପରିଣାମ ସ୍ବରୂପ ନେପାଳରେ କେ.ପି. ଶର୍ମା ଓଲିଙ୍କ…

ପୁଷ୍ପଗିରି ବିଶ୍ୱବିଦ୍ୟାଳୟ: ଅସ୍ମିତାର ପରିଚୟ

ଇଉରୋପରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବାର ବହୁ ପୂର୍ବରୁ ଭାରତରେ ବିଶ୍ୱବିଦ୍ୟାଳୟ ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଥିବାର ପ୍ରମାଣ ମିଳେ। ଭାରତରେ ଉଚ୍ଚ ଶିକ୍ଷା ଅଧ୍ୟୟନ ଅତି ପୁରାତନ। ପ୍ରାଚୀନ…

ସାହସ ନାହିଁ

ଏକ ଦେଶ ଭାବରେ ଆମେ ସବୁବେଳେ କିମ୍ବା ପ୍ରାୟତଃ ଯାହା ଚାହୁଁ ତାହା ପାଇପାରିବୁ ନାହିଁ, ଏହି ବାସ୍ତବତାକୁ ସ୍ବୀକାର କରିବାରେ ମୋର କୌଣସି ସମସ୍ୟା ନାହିଁ।…

ଯୁଦ୍ଧ ଭିତରୁ ଏବେ ପର୍ଯ୍ୟନ୍ତ କେତେ ଭାରତୀୟ ସୁରକ୍ଷିତ ଫେରିଛନ୍ତି ସ୍ବଦେଶ ସରକାର ଦେଲେ ତଥ୍ୟ

ନୂଆଦିଲ୍ଲୀ,୮।୩: ଇରାନ ଉପରେ ଆମେରିକା ଏବଂ ଇସ୍ରାଏଲୀ ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଏହାକୁ ନେଇ ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି…

ସରକାରୀ ଉଚ୍ଚ ମାଧ୍ୟମିକ ଛାତ୍ରାବାସରେ ପିଲାଙ୍କ ସହ ମିଶି ମଧ୍ୟାହ୍ନ ଭୋଜନ କଲେ ଓଡିଶା ପର୍ଯ୍ୟଟନ ବିଭାଗ ସଚିବ ବଳବନ୍ତ ସିଂ

ଦାରିଙ୍ଗବାଡି, ୭ ।୩ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳକୁ ଶନିବାର ଓଡିଶା ପର୍ଯ୍ୟଟନ ବିଭାଗର ସଚିବ ତଥା ବରିଷ୍ଠ ଭାରତୀୟ ପ୍ରଶାସନିକ ଅଧିକାରୀ ବଳବନ୍ତ…

ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ ମ୍ୟାଚ୍‌: ହୋଟେଲ ରୁମ୍‌ ଭଡ଼ା ୪୦୦% ବୃଦ୍ଧି

ଅହମଦାବାଦ,୭।୩:  ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ସନ୍ଧ୍ୟାରେ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏଥିଲାଗି ସହରର ପ୍ରାୟତଃ ହୋଟେଲରେ ରୁମ୍‌…

ପଶ୍ଚିମବଙ୍ଗରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅପମାନ: ମୋଦି-ମମତା ମୁହାଁମୁହିଁ, ଦୁର୍ଭାଗ୍ୟଜନକ କହି…

ନୂଆଦିଲ୍ଲୀ/କୋଲକାତା,୭।୩: ପଶ୍ଚିମବଙ୍ଗ ଗସ୍ତରେ ଥିବା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି। ସିଲିଗୁଡ଼ିରେ ଆୟୋଜିତ ଆନ୍ତର୍ଜାତୀୟ ସାନ୍ତାଳ ସମ୍ମିଳନୀ ପାଇଁ ଉପଯୁକ୍ତ ସ୍ଥାନ…

ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri