ପ୍ରେମ ସମ୍ପର୍କରୁ ଯୁବତୀଙ୍କୁ ୩୧ ଖଣ୍ଡ, ମାଟିତଳୁ ମିଳିଲା ଖଣ୍ଡ ବିଖଣ୍ଡିତ ମୃତଦେହ

ନବରଙ୍ଗପୁର,୨୫।୧୧(ସଦାଶିବ ପ୍ରହରାଜ/କିରଣ ପଟ୍ଟନାୟକ): ନବରଙ୍ଗପୁର ଜିଲା ରାଇଘର ଥାନା ଅଞ୍ଚଳରୁ ଶନିବାର ଜଣେ ଯୁବତୀଙ୍କ ମୃତଦେହ ମାଟିତଳୁ ମିଳିଛି। ତାଙ୍କୁ ୩୧ ଖଣ୍ଡ କରି କାଟି ପ୍ରେମିକ ପୋତି ଦେଇଥିବା ପୋଲିସ ପ୍ରାଥମିକ ଅନୁସନ୍ଧାନରୁ ଜାଣିବାକୁ ପାଇଛି। ରାଇଘର ପୋଲିସ ମାଟିତଳୁ ମୃତଦେହ ଜବତ କରିଛି। ମୃତକ ହେଲେ ବାଗବେଢ଼ା ଗ୍ରାମର ତିଲା ଗଣ୍ଡ (୨୩)। ପ୍ରେମ ସମ୍ପର୍କରୁ ତାଙ୍କୁ ହତ୍ୟା କରାଯାଇଥିବା ନେଇ ପୋଲିସ ପ୍ରାଥମିକ ତଦନ୍ତରୁ ସନ୍ଦେହ କରୁଛି।

ସୂଚନା ଅନୁଯାୟୀ ତିଲାଙ୍କର ମୁରୁମଡିହି ଗ୍ରାମର ଚନ୍ଦ୍ର ରାଉତଙ୍କ ସହ ପ୍ରେମ ସମ୍ପର୍କ ଥିଲା। ରାଇଘର ପୋଲିସ ନମ୍ବର ୨୦୬/୨୩ରେ ମାମଲା ରୁଜୁକରି ଘଟଣାର ତଦନ୍ତ ସହ ଚନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ତିଲା ବୁଧବାର ଅପରାହ୍ନରୁ ଘରୁ କେଉଁଆଡେ ପଳାଇ ଯାଇଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ପାଇ ନ ଥିଲେ। ଏହା ମଧ୍ୟରେ ଶନିବାର ମୁରମଡ଼ିହି ଜଙ୍ଗଲରେ ରକ୍ତ ଛିଟା ଦେଖି କେତେଜଣ ଲୋକ ଗ୍ରାମବାସୀଙ୍କୁ ଜଣାଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ତିଲାଙ୍କ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ।ରାଇଘର ପୋଲିସ ଓ ସାଇଣ୍ଟଫିକ୍‌ ଟିମ୍‌ ମଧ୍ୟ ଜଙ୍ଗଲରେ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଥିଲା। ମାଟି ତଳୁ ତିଲାଙ୍କ ମୃତଦେହର ଖଣ୍ଡବିଖଣ୍ଡିତ ଅଂଶ ପୋଲିସ ଜବତ କରିଛି।

ଘଟଣାସ୍ଥଳରୁ କଟୁରି, କାଠ ଖଣ୍ଡ ଓ ଶାଢ଼ି ଜବତ କରାଯାଇଥିବା ପୋଲିସ କହିଛି। ପୂର୍ବରୁ ବିବାହିତ ଓ ୫ ସନ୍ତାନ ଥିବା ଚନ୍ଦ୍ରଙ୍କ ସହ ତିଲାଙ୍କର ପ୍ରେମ ସମ୍ପର୍କ ଥିଲା। ଯାହାକୁ ନେଇ ଚନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହୁଥିଲା। ତେଣୁ ତିଲାଙ୍କୁ ଚନ୍ଦ୍ର ଓ ତାଙ୍କ ସ୍ତ୍ରୀ ହତ୍ୟାକରି ମୃତଦେହକୁ କାଟି ପୋତି ଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି। ଚନ୍ଦ୍ର ଓ ତାଙ୍କ ସ୍ତ୍ରୀଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି। ପୋଲିସ ମୃତଦେହ ବ୍ୟବଚ୍ଛେଦକରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ପରିବାର ଲୋକେ ଓ ବାଗବେଢ଼ା ଗ୍ରାମବାସୀ ତିଲାଙ୍କ ମୃତଦେହ ଚନ୍ଦ୍ରଙ୍କ ଘର ଆଗରେ ପୋତିବାକୁ ଜିଦ୍‌ ଧରି ବସିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚତ୍ ସେମାନଙ୍କୁ ବୁଝାଶୁଝା କରୁଛି। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଛି। ଉମରକୋଟରୁ ଅଧିକ ଫୋର୍ସ ମଗାଯାଇଥିବା ପୋଲିସ ସୂଚନା ଦେଇଛି। ଥାନାଧିକାରୀ ରଘୁନାଥ ମାଝି ଓ ଏସ୍‌ଡିପିଓ ଆଦିତ୍ୟ ସେନ ଘଟଣାର ଅଧିକ ତଦନ୍ତ ଚଳାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

ଗୁଗଲ୍ ମ୍ୟାପ୍ ଦେଖାଇଲା ଭୁଲ୍ ବାଟ: ସିଙ୍ଗାରି ଘାଟିରେ ୫ ଘଣ୍ଟା ଫସିଲା ୧୪ ଚକିଆ ଟ୍ରକ୍, ହନ୍ତସନ୍ତ…

ଥୁଆମୂଳ ରାମପୁର, ୨୬ା୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଓ କଲମପୁର ବ୍ଲକକୁ ସଂଯୋଗ କରୁଥିବା ମୁଖ୍ୟ ଜୀବନରେଖା ସଦୃଶ ସିଙ୍ଗାରି ଘାଟି ରାସ୍ତାରେ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri