Posted inଫୁରସତ

ନିଜ ପୁଅଠାରୁ ସାନ ୩୬ ବର୍ଷୀୟ ଯୁବକଙ୍କୁ ବିବାହ କଲେ ଏହି ୮୧ ବର୍ଷର ମହିଳା: ଲୋକେ କହୁଛନ୍ତି ଏଭଳି..

ବ୍ରିଟେନରେ ରହୁଥିବା ଜଣେ ୮୧ ବର୍ଷୀୟା ମହିଳା ଆଇରିସ ଜୋନ୍ସ ତାଙ୍କ ଛାଡ଼ପତ୍ରକୁ ୪୦ ବର୍ଷ ପୂରିଥିଲେ ସୁଦ୍ଧା ଜଣେ ୩୬ ବର୍ଷୀୟ ଯୁବକ ତଥା ତାଙ୍କ ପୁଙ୍କଠାରୁ ବୟସରେ ସାନ ମହମ୍ମଦ ଅହମ୍ମଦ ଇବ୍ରାହିମଙ୍କ ପ୍ରେମରେ ପଡ଼ିଥିଲେ। ପରେ ତାଙ୍କୁ ବିବାହ କରିଛନ୍ତି। ଏହି ଘଟଣାଙ୍କୁ ଆଇରିସଙ୍କ ପୁଅ ପସନ୍ଦ କରୁ ନଥିଲେ ହେଁ ପରେ ସେମାନେ ମଧ୍ୟ ବୁଝିଛନ୍ତି।

କିଛି ଦିନ ପୂର୍ବେ ଉଭୟ ଫେସ୍‌ବୁକ୍‌ରେ କଥା ହେବା ଆରମ୍ଭ କରିଥିଲେ। ଉଭୟଙ୍କ ମଧ୍ୟରେ ୪୫ ବର୍ଷର ବ୍ୟବଧାନ ଥାଇ ମଧ୍ୟ ସେମାନେ ବିବାହ କରିଛନ୍ତି। ବର୍ତ୍ତମାନ ଇଜିପ୍ଟରେ ରହୁଥିବା ମହମ୍ମଦ ଭିଜା ସମସ୍ୟା କାରଣରୁ ଜୋନ୍ସଙ୍କଠାରୁ ଦୂରରେ ଅଛନ୍ତି।

ମହମ୍ମଦଙ୍କୁ ଏଯାଏ ଭିଜା ମିଳିପାରି ନାହିଁ। ଏହି କାରଣରୁ ଉଭୟ ସ୍ତ୍ରୀ-ସ୍ବାମୀ ଅଲଗା ରହୁଥିଲେ ହେଁ ସୋସିଆଲ ମିଡିଆ ସାହାଯ୍ୟରେ ସ୍ତ୍ରୀଙ୍କ ପ୍ରତି ନିଜର ପ୍ରେମ ବ୍ୟକ୍ତ କରିଛନ୍ତି ମହମ୍ମଦ। ନିକଟରେ ସେ ଫେସ୍‌ବୁକରେ ଆଇରିସ ପାଇଁ ଏକ ପୋଷ୍ଟ ଲେଖିଥିଲେ- ‘ ଜୀବନର ଶେଷ ପର୍ଯ୍ୟନ୍ତ ମୋର ପ୍ରେମ ତୁମ ପାଇଁ ରହିବ। ମୋର ରାଣୀ ଆଇରିସ।

ଆଇରିସ କହିଛନ୍ତି ଯେ, ମୁଁ ଅହମ୍ମଦଙ୍କୁ ବହୁତ ମନେ ପକାଉଛି। ମୁଁ ତିନିଥର ଇଜିପ୍ଟ ଗଲି ମାତ୍ର ମୋତେ ମହମ୍ମଦଙ୍କ ବିନା ଫେରିବାକୁ ପଡିଲା। ମୁଁ ବାରମ୍ବାର ମିଶରକୁ ଯାଇପାରିବି ନାହିଁ । ସେହି ଦେଶ ମୋ ପାଇଁ ଅନୁକୂଳ ନୁହେଁ। ସେଠାରେ ବହୁତ ଉତ୍ତାପ, ଧୂଳି ଏବଂ ଟ୍ରାଫିକ ସମସ୍ୟା ରହିଛି। ମୁଁ ସେଠାକାର ଖାଦ୍ୟକୁ ମଧ୍ୟ ପସନ୍ଦ କରେ ନାହିଁ। ତେବେ ଆଇରିସଙ୍କ ଏହି ସମ୍ପର୍କକୁ ଦୁଇ ପୁଅ ପସନ୍ଦ କରୁ ନଥିଲେ। ଯଦିଓ ପରେ ଏହା ସ୍ବଭାବିକ ହୋଇଛି। ତାଙ୍କ ଦୁଇ ପୁଅଙ୍କ ବୟସ ୫୦ ବର୍ଷରୁ ଅଧିକ। ଆଇରିସ କହିଛନ୍ତି, ମୋ ପୁଅ ବର୍ତ୍ତମାନ ବୁଝି ସାରିଛନ୍ତି ଯେ, ଏହି ସମ୍ପର୍କରେ ସଚ୍ଚୋଟତା ଅଛି ଏବଂ ଆମେ ପରସ୍ପରକୁ ପସନ୍ଦ କରୁ। ଉଭୟ ମିଶରରେ ପାରମ୍ପରିକ ପରିବର୍ତ୍ତେ କେବଳ କାଗଜପତ୍ରରେ ବିବାହ କରିଥିଲେ। ପରେ ଉତ୍ସବ ପାଳନ କରିବାକୁ ହୋଟେଲ୍‌ ଯାଇଥିଲେ।

ଆଇରିସ କହିଛନ୍ତି, ‘ମୁଁ ଭାବି ନଥିଲି ଯେ ମୋ ବୟସରେ ଏହା ଘଟିବ ଯେ ମୁଁ ଜଣେ ଯୁବକଙ୍କ ପ୍ରେମରେ ପଡ଼ିବି। ମୁଁ ୪୦ ବର୍ଷ ପୂର୍ବେ ଛାଡପତ୍ର ହୋଇଥିଲି ଏବଂ ମୁଁ ବହୁତ ଖୁସି ଯେ ଏହି ବୟସରେ ମଧ୍ୟ ମୁଁ ଜଣେ ରୋମାଣ୍ଟିକ ପାର୍ଟନର ପାଇଛି।
ସୂଚନାଯୋଗ୍ୟ, ଆଇରିସ ସରକାରଙ୍କଠାରୁ ପେନ୍ସନ ପାଆନ୍ତି। ଅନେକ ଲୋକ ଏହି ଦମ୍ପତିଙ୍କୁ ଟ୍ରୋଲ କରୁଛନ୍ତି। ଏବଂ କହୁଛନ୍ତି ମହମ୍ମଦ ଜଣେ ୮୧ ବର୍ଷ ବୟସ୍କା ମହିଳାଙ୍କୁ କେବଳ ବ୍ରିଟେନର ଭିସା ପାଇବା ପାଇଁ ଡେଟ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟରେ ନୂତନ ସ୍ଥାୟୀ କୁଳପତି ନିଯୁକ୍ତ: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭବାନୀପାଟଣା,୬।୪(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶରୀ ବିଶ୍ୱ ବିଦ୍ୟାଳୟର ନୂତନ ସ୍ଥାୟୀ କୁଳପତି ଭାବେ ଡ଼.ପବନ କୁମାର ଅଗ୍ରୱାଲ ସୋମବାର ନିଯୁକ୍ତ ହୋଇଛନ୍ତି। ଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri