ଉଲଗ୍ନ ହୋଇ ରାଜପଥରେ ଦୌଡ଼ିଲେ ଯୁବକ, ଲୋକେ କହିଲେ ଏମିତି

ଆମେରିକାର ଓହିଓର ରାଜପଥରେ, ଯେତେବେଳେ ଜଣେ ଯୁବକ ହାତରେ ସେଲଫି ଷ୍ଟିକ ଧରି ସମ୍ପୂର୍ଣ୍ଣ ଉଲଗ୍ନ ହୋଇ ରାଜପଥରେ ଦୌଡିବାକୁ ଲାଗିଲେ। ତାଙ୍କୁ ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଡିସେମ୍ବର ୧୫ରେ ଏହି ଘଟଣା ଘଟିଥିବା ବେଳେ ବର୍ତ୍ତମାନ ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ଯୁବକ ଜଣକ କାହିଁକି ଏପରି କଲେ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ସେ ଓହିଓର କଲମ୍ବସରେ ଆଠ ଲେନ ବିଶିଷ୍ଟ ହାଇୱେ ଆଇ-୬୭୦ ରେ ସ୍କେଟିଂ ଜୋତା ପିନ୍ଧି ଉଲଗ୍ନ ଦୌଡିଥିଲେ। ଯୁବକ ଜଣଙ୍କ ମୁଣ୍ଡରେ ଟୋପି ପିନ୍ଧିଥିବା ବେଳେ ତାଙ୍କ ମୁଁହ ସମ୍ପୂର୍ଣ୍ଣ ଦେଖାଯାଉ ନ ଥିଲା। ଏହିପରି ଅବସ୍ଥାରେ ତାଙ୍କୁ ଦେଖି ଅନେକ ଲୋକ ବିରକ୍ତ ହୋଇ ଗାଳିଗୁଲଜ ମଧ୍ୟ କରିଥିଲେ। ରାଜପଥରେ ଏପରି ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ଷ୍ଟଣ୍ଟ ଓହିଓ ପରିବହନ ବିଭାଗର ସମସ୍ୟା ବଢ଼ାଇଥିଲା। ତେବେ ଯେଉଁଠାରେ ବ୍ୟକ୍ତି ସ୍କେଟିଂ ଜୋତା ପିନ୍ଧି ଦୌଡୁଥିଲେ, ସେହି ଆନ୍ତଃ ରାଜ୍ୟ ରାଜପଥରେ ପାଦରେ ଚାଲିବାକୁ ଅନୁମତି ନାହିଁ। ତେଣୁ ଲୋକମାନେ ଏହାକୁ ଏକ ଅପରାଧ ବୋଲି କହି ଉକ୍ତ ଯୁବକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Share