ମାସେ ଯାଏଁ ରହିଲା ବିଅରର ହ୍ୟାଙ୍ଗଓଭର, ସୃଷ୍ଟି କଲେ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୩।୧୧: ମଦ୍ୟପାନ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। ସ୍ବାସ୍ଥ୍ୟ ବିଶେଷଜ୍ଞ ଅନୁସାରେ ଅତ୍ୟଧିକ ମଦ୍ୟପାନ କରିବା ଦ୍ୱାରା କ୍ୟାନସର, ଯକୃତ ରୋଗ, ଷ୍ଟ୍ରୋକ ଏବଂ ହୃଦରୋଗ ହେବାର ଆଶଙ୍କା ବଢିଥାଏ। କିନ୍ତୁ ଅତ୍ୟଧିକ ମଦ୍ୟପାନ କରୁଥିବା ମଦ୍ୟପମାନେ ଏହି ସତର୍କ ବାଣୀକୁ ଅଣଦେଖା କରି ଅଧିକ ମଦ ପିଇଥାନ୍ତି। ତେବେ ମଦ୍ୟପାନ କରିବା ପରେ କିଛି ସମୟ ବା ଗୋଟିଏ ଦିନ ଯାଏଁ ହ୍ୟାଙ୍ଗଓଭର ରହିଥାଏ ଯାହାକି କିଛି ଘଣ୍ଟା ମଧ୍ୟରେ ଚାଲିଯାଏ। କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ବ୍ୟକ୍ତିଙ୍କ ବିଷୟରେ କହିବାକୁ ଯାଉଛୁ, ଯାହଙ୍କର ହ୍ୟାଙ୍ଗଓଭର ମାସେ ଯାଏଁ ରହିଥିଲା। ଏଥିପାଇଁ ସେ ବିଶ୍ୱ ରେକର୍ଡ ମଧ୍ୟ ସୃଷ୍ଟି କରିଛନ୍ତି।

ସ୍କଟଲ୍ୟାଣ୍ଡର ‘ଦ ଲାନସେଟ’ ନାମକ ଏକ ପତ୍ରିକାରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ କୁହାଯାଇଥିଲା ଯେ ଜଣେ ୩୭ ବର୍ଷ ବୟସ୍କା ବ୍ୟକ୍ତି ବହୁଦିନ ଧରି ମୁଣ୍ଡବିନ୍ଧା ଏବଂ ସ୍ପଷ୍ଟ ଦେଖା ନ ଯିବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଏହି ସମସ୍ୟାଗୁଡିକୁ ସେ କେବଳ ୨-୪ ଦିନ ନୁହେଁ ବରଂ ପ୍ରାୟ ଏକ ମାସ ଧରି ଭୋଗୁଥିଲେ। ପ୍ରାରମ୍ଭରେ ଡାକ୍ତରମାନେ ତାଙ୍କ ସମସ୍ୟାର କାରଣ ନ ବୁଝିପାରିବାରୁ ସିଟି ସ୍କାନ କରାଇଥିଲେ। ପରେ ରିପୋର୍ଟ ଦେଖି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

ରିପୋର୍ଟ ମିଳିବା ପରେ ଡାକ୍ତରମାନେ ଉକ୍ତ ବ୍ୟକ୍ତିଙ୍କ ଜୀବନଶୈଳୀ ବିଷୟରେ ପଚାରି ବୁଝିଥିଲେ। ଏହାପରେ ତାଙ୍କର ରୋଗର କାରଣ ଜଣାପଡିଥିଲା। ବ୍ୟକ୍ତି ଜଣକ ୨୮ ଲିଟର ବିୟର ପିଇଥିବା ନେଇ କହିଥିଲେ। ଯାହାକୁ ଶୁଣି ଡାକ୍ତରମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏତେ ମାତ୍ରାରେ ମଦ ପିଇବା ଯୋଗୁ ମାସ ଯାକ ତାଙ୍କ ହ୍ୟାଙ୍ଗଓଭର ଯାଉ ନ ଥିଲା। ରିପୋର୍ଟରୁ ଜଣାପଡିଥିଲା କି ବ୍ୟକ୍ତିଙ୍କ ଶରୀରରେ ଉଚ୍ଚ ସ୍ତରର ଲୁପସ ଆଣ୍ଟିକୋଏଗୁଲାଣ୍ଟ ଅଛି। ଏତେ ପରିମାଣର ବିଅର ପିଇବା ହେତୁ ସେହି ବ୍ୟକ୍ତିଙ୍କ ନିଶା ପ୍ରାୟ ୪ ସପ୍ତାହ ପର୍ଯ୍ୟନ୍ତ ଛାଡି ନ ଥିଲା। ଏଥିପାଇଁ ସେ ଦୀର୍ଘ ସମୟ ହ୍ୟାଙ୍ଗଓଭର ରହିଥିବା ବ୍ୟକ୍ତି ଭାବେ ରେକର୍ଡ ସୃଷ୍ଟି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ମୋଦିଙ୍କୁ ଫୋନ କଲେ ଟ୍ରମ୍ପ, ଯୁଦ୍ଧ ନେବ ଭୟଙ୍କର ମୋଡ!

ନୂଆଦିଲ୍ଲୀ,୨୪।୩: ଯୁଦ୍ଧ ଭିତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରାଚ୍ୟରେ ସଂଘର୍ଷ ସମ୍ପର୍କରେ ଫୋନରେ କଥା ହୋଇଛନ୍ତି। ଉଭୟ ନେତା…

ଯୁଦ୍ଧ ବୁଡାଜାହାଜ ପଠାଇଲା ଆମେରିକା, ଚାଇନା ସହ ଯୁଦ୍ଧ ସଙ୍କେତ! ୩ ମହାସାଗରରେ ହଲଚଲ…

ବେଜିଂ,୨୪।୩: ଚୀନ ଏକ ବିଶାଳ ଜଳମଗ୍ନ ସର୍ଭେ ଏବଂ ମ୍ୟାପିଂ ଅପରେସନ ଆରମ୍ଭ କରୁଛି। ଏହାର ଉଦ୍ଦେଶ୍ୟ ହେଉଛି ସମୁଦ୍ର ବିଷୟରେ ଗଭୀର ସୂଚନା ସଂଗ୍ରହ କରିବା,…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ଆମେରିକାକୁ ସମର୍ଥନ କରି ଯୁଦ୍ଧକୁ ଡେଇଁବେ ଏହି ୨ ମୁସଲିମ ଦେଶ, ଛାନିଆ ହେଲା ଇରାନ

ଓ୍ବାଶିଂଟନ୍‌,୨୪।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ଯୁଦ୍ଧରେ ଏବେ ଦୁଇଟି ପ୍ରମୁଖ ମୁସଲିମ ଦେଶ ଆମେରିକାକୁ ସମର୍ଥନ କରି ଯୁଦ୍ଧରେ ଡେଇଁବାକୁ ପ୍ରସ୍ତୁତ ହେଉଛନ୍ତି। ଏହାର ଅର୍ଥ…

ଯୁଦ୍ଧ ବନ୍ଦ ଘୋଷଣା କରି ଟ୍ରମ୍ପ କମାଉଛନ୍ତି ମୋଟା ଅଙ୍କର ଟଙ୍କା! ଜାଣିଲେ ଉଡିବ ହୋସ୍‌

ଓ଼୍ବାଶିଂଟନ,୨୪।୩: ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଟ୍ରମ୍ପ ଇରାନକୁ 48 ଘଣ୍ଟାର ଅଲଟିମେଟମ ଦେଇଥିଲେ: ଶତ୍ରୁତା ବନ୍ଦ କର, ନଚେତ ଆମେରିକା ଇରାନର…

LPG ବୁକିଂ ନେଇ ଆସିଲା ନୂଆ ନିୟମ: ଗୋଟିଏ ମାସରେ କେତେ ଗ୍ୟାସ ସିଲିଣ୍ଡର ହୋଇପାରିବ ବୁକ୍‌, ଜାଣନ୍ତୁ…

ନୂଆଦିଲ୍ଲୀ,୨୪।୩: ପଶ୍ଚିମ ଏସିଆରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରତ୍ୟେକ ଘରକୁ ନିରବଚ୍ଛିନ୍ନ ଗ୍ୟାସ ଯୋଗାଣ ସୁନିଶ୍ଚିତ କରିବା ପାଇଁ, ସରକାର କିଛି ନିୟମ ସ୍ଥାପନ କରିଛନ୍ତି। ପ୍ରତ୍ୟେକ…

ଯୁଦ୍ଧ ସଙ୍କଟକୁ ନେଇ ରାଜ୍ୟ ସଭାରେ ଏମିତି କ’ଣ କହିଲେ ପ୍ରଧାନମନ୍ତ୍ରୀ ମୋଦି, ସାରା ବିଶ୍ୱରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ରାଜ୍ୟ ସଭାରେ ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ଏବଂ ଭାରତର ରଣନୀତିର ବିଭିନ୍ନ ଦିଗ ଉପରେ ଆଲୋଚନା କରିଛନ୍ତି। ପଶ୍ଚିମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri