ପୋଷା କୁକୁରକୁ ବୁଲାଇ ନେବା ପାଇଁ ଛାଡିଦେଲେ ସରକାରୀ ଚାକିରୀ, ରିଜାଇନ ଲେଟରରେ ଦେଲେ ଏପରି କାରଣ

ବର୍ଲିନ,୯।୧: ଯଦି କୌଣସି ଟ୍ରିପ୍‌ରେ ଯିବା ପାଇଁ ଆପଣଙ୍କୁ ଚାକିରୀ ଛାଡି ଦେବାକୁ କୁହାଯାଏ, କ’ଣ ଆପଣ ଚାକିରୀ ଛାଡିଦେବେ? ନୁହେଁ ନା। ସାଧାରଣତଃ ଟ୍ରିପ୍‌ କିମ୍ବା ଭ୍ୟାକେଶନ କଥା ଉଠିଲେ ଲୋକଙ୍କ ପାଟିରୁ ବାହାରିଥାଏ, ମାଲିକ କିମ୍ବା ଅଫିସରେ ବୁଝି ଏ ସମ୍ପର୍କରେ ଜଣାଉଛି। ଆଉ ଯଦି ଏହି ଟ୍ରିପ୍‌ ଲମ୍ବା ସମୟର ଥାଏ ତେବେ ବାଧ୍ୟ ହୋଇ ଏହାକୁ କ୍ୟାନଶଲ କରିବାକୁ ପଡେ। ନିକଟରେ ଜର୍ମାନୀରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ବ୍ୟକ୍ତିଜଣକ ନିଜ କୁକୁରଙ୍କୁ ବୁଲାଇବା ପାଇଁ ଚାକିରୀ ଛାଡି ଦେଇଛନ୍ତି।

୨୭ ବର୍ଷିୟ ୟାନିକ ବ୍ଲୋଜମ୍ୟାନ ନିଜ କୁକୁର କାର୍ଲଙ୍କୁ ବୁଲାଇବାକୁ ଚାକିରୀ ଛାଡି ଦେଇଛନ୍ତି। ଚାକିରୀ ଛାଡି ସେ ଏବେ କାର୍ଲଙ୍କ ସହ ବିଶ୍ୱ ଭ୍ରମଣରେ ବାହାରିଛନ୍ତି। ଏଯାଏଁ ସେ ନରୱେରୁ ଇଟାଲୀ ପର୍ଯ୍ୟନ୍ତ ୩୭୨୮ ମାଇଲ ଯାତ୍ରା କରୁଛନ୍ତି। ନିଜ ପୋଷା କୁକୁର କାର୍ଲ ସହ ବିଶ୍ୱ ଭ୍ରମଣ ପାଇଁ ୟାନିକ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଚାକିରୀ ସୁଦ୍ଧା ଛାଡି ଦେଇଥିଲେ।
ୟାନିକ ୨୦୨୩ ଜୁଲାଇରେ ନିଜରର ଯାତ୍ରା ଆରମ୍ଭ କରିଥିଲେ। ସେ ଜର୍ମାନୀରୁ ନରୱେ, ଡେନମାର୍କ, ସ୍ବିଜରଲ୍ୟାଣ୍ଡ ଏବଂ ଇଟାଲୀକୁ ଯାତ୍ରା କରିଥିଲେ।

ଏସମ୍ପର୍କରେ ସେ କହିଛନ୍ତି, ୟାନିକ ଓ କାର୍ଲ ଯାତ୍ରା ସମୟରେ ଜଙ୍ଗଲ, ବେଳାଭୂମି, ତୁଷାରପାତ ହେଉଥିବା ଚମତ୍କାର ସ୍ଥାନ, ମରୁଭୂମି ଓ ପାହାଡ ଉପଭୋଗ କରିଥିଲ। ଏହିପରି ଦୈନିକ ଆମେ ୧୩ ମାଇଲ ଯାତ୍ରା କରୁଛୁ। କାର୍ଲ ସହ କିଛିି ସ୍ମୃତି ସଂଗ୍ରହ ପାଇଁ ଏହିଭଳି ଅହରହ ଯାତ୍ରା କରୁଛୁ। ଯାତ୍ରା ଆରମ୍ଭ କରିବା ପୂର୍ବରୁ ମୋ ପାଖରେ ୩ଟି ବିକଳ୍ପ ଥିଲା। ଚାକିରୀ କରିବି, ଅଧ୍ୟୟନ କରିବି କିମ୍ବା ମୋର ସଉକ ବା ହବିକୁ ପୂରଣ କରିବି। ଶେଷରେ ମୁଁ ୩ୟ ବିକଳ୍ପକୁ ବାଛିଥିଲି।
ନିଜର ସଉକକୁ ପୂରଣ କରିବା ପାଇଁ ଗୋଟିଏ ବର୍ଷ କାମ କରି ୫.୫୦ ଲକ୍ଷ ଟଙ୍କା ସଞ୍ଚୟ କରଥିଲି। ଏହାପରେ ଯାତ୍ରା ଆରମ୍ଭ କରିଥିଲି। ଏବେ ୟୁରୋପ ଦେଇ ଯାତ୍ରା କରୁଛୁ। ମୋର ନିଷ୍ପତ୍ତି ମୋତେ ବହୁତ ଖୁସି ଦେଉଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ଏନଏସି ହେବ ମ୍ୟୁନିସିପାଲଟି, ଜିଲା  ସଦର ମହକୁମାକୁ ନୂଆବର୍ଷର ଭେଟି 

ଛତ୍ରପୁର,୨୮।୧୨: ପ୍ରଥମ ପର୍ଯ୍ୟାୟରେ ଗଞ୍ଜାମ ଜିଲାର ଭଞ୍ଜନଗର, ପୋଲସରା ଓ କବିସୂର୍ଯ୍ୟନଗର ଏନ୍‌ଏସିକୁ ମ୍ୟୁନିସିପାଲଟି ମାନ୍ୟତା ଦିଆଯାଇଥିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯାହାକି ଗଞ୍ଜାମ...

ଶୀତ ମହୋତ୍ସବରେ ଯୋଗଦେବେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର: ଭାଜପା କର୍ମକର୍ତ୍ତଙ୍କୁ ଭେଟି …

ଦାରିଙ୍ଗବାଡି,୨୭।୧୨(ଅରୁଣ ସାହୁ ): ଦାରିଙ୍ଗବାଡିରେ ଆସନ୍ତା ଜାନୁଆରୀ ୮ରୁ୧୧ ପର୍ଯ୍ୟନ୍ତ ଶୀତ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଗତ ୨୦୧୫ରୁ ପ୍ରଥମଥର ପାଇଁ ତାଜ୍ୟ ସ୍ତରୀୟ...

ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା: ଭଞ୍ଜନଗର ଆଇଆରବି ବାଟାଲିୟନ ରନର୍ସ ଅପ୍‌

ଭଞ୍ଜନଗର, ୨ ୮।୧୨(ବାବୁଲା ପ୍ରଧାନ): ସ୍ପେଶାଲ ଅପରେଶନ ଗ୍ରୁପ (ଏସଓଜି) ଚନ୍ଦକା ଠାରେ ୮ମ ରାଜ୍ୟ ପୋଲିସ ଆନ୍ତଃ ବାଟାଲିୟନ କମାଣ୍ଡୋ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି...

ମ୍ଭାରୀଗୁଡା ରାସ୍ତାପଟେ ବୃଦ୍ଧା ଯାଉଥିବା ବେଳେ ହଠାତ୍‌ ଆସିଲା ଭାଲୁ : ପରେ…

ନୂଆପଡ଼ା/ସିନାପାଲି,୨୮ା୧୨ (ମକାରୁ ବେମାଲ/ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ଥାନା ଗଣ୍ଡାବାହାଲି ଗାଁରେ ଶୁକ୍ରବାର ଭାଲୁ ଆକ୍ରମଣରେ ଜଣେ ବୃଦ୍ଧାଙ୍କ ମୁତ୍ୟୁ ଘଟିଛି। ସେ ହେଲେ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

କାଠଗଡ଼ାକୁ ଯିବେ ରହମାନ୍‌ ଡକୈତ

ମୁମ୍ୱାଇ,୨୮ା୧୨: ‘ଧୁରନ୍ଧର’ ଫିଲ୍ମର ସୁପରହିଟ୍‌ ସଫଳତା ପରେ ଅଭିନେତା ଅକ୍ଷୟ ଖାନ୍ନାଙ୍କ ଡିମାଣ୍ଡ ରାତାରାତି ବଢ଼ିଯାଇଛି। ସେ ନିଜ ସାଲାରି ୩ ଗୁଣା ବଢ଼ାଇଦେଇଛନ୍ତି। ଏପରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri