Categories: ଫୁରସତ

କୁର୍‌କୁରେ ଖାଉଛି ଗୁଣ୍ଡୁଚିମୂଷା ,ଭିଡିଓ ଦେଖିଲେ…

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ଫଟୋ, ଭିଡିଓ ଭାଇରାଲ ହେବାରେ ଲାଗିଥାଏ। ଠିକ୍‌ ସେପରି ଏକ ଭିଡିଓ ଶୋସିଆଲ ମିଡିଆରେ ଶେୟାର ହୋଇଛି। ଯେଉଁଥିରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ବାହାରେ ବସି କୁର୍‌କୁରେ ଖାଉଥିଲେ। ସେତିକି ବେଳେ ଏ ଗୁଣ୍ଡୁଚିମୂଷା ତାଙ୍କ ପାଖକୁ ଆସିଥିଲା ଆଉ ସେହି ବ୍ୟକ୍ତି ଜଣଙ୍କ ଗୁଣ୍ଡୁଚିମୂଷାକୁ କୁର୍‌କୁରେ ଖାଇବାକୁ ଦେଇଥିଲେ। ଯାହାକୁ ସେ ସମ୍ପୂର୍ଣ୍ଣ ଭାବେ ଖାଇଦେଇଥିଲା। ଏହା ପରେ ବ୍ୟକ୍ତି ଜଣଙ୍କ ପ୍ୟାକେଟ୍‌ରୁ ଗୋଟିଏ ପରେ ଗୋଟିଏ କୁର୍‌କୁରେ ଖୋଲି ଖାଇବାକୁ ଦେଉଥିବା ବେଳେ ସେ ସବୁତକ ଖାଇ ଦେଇଥିଲା। କିଛି ସମୟ ପରେ ଆହୁରି ଅଧିକ ଗୁଣ୍ଡୁଚିମୂଷା ଖାଇବା ପାଇଁ ସେହି ବ୍ୟକ୍ତିଙ୍କ ଚାରିପାଖରେ ଘେରିଯାଇଥିଲେ। ଏହି ଭିଡିଓକୁ ୧୦ ଲକ୍ଷରୁ ଅଧିକ ୟୁଜର୍ସ ଦେଖିସାରିଲେଣି।

Share