
ଟେନ୍ସା,୨୪।୩(ସମୀର କୁମାର ପାଢୀ): ସ୍ତ୍ରୀର ମୃତ୍ୟୁକୁ ଅତି ସହଜରେ ଗ୍ରହଣ କରି ପାରିଲେନି ସ୍ବାମୀ। ସ୍ତ୍ରୀ ମୃତ୍ୟୁର ୩ ଦିନ ପରେ ଆତ୍ମହତ୍ୟା କଲେ ସ୍ବାମୀ। ଏଭଳି ଘଟଣା ଘଟିଛି ସୁନ୍ଦରଗଡ ଜିଲା କୋଇଡା ବ୍ଲକ ଟେନ୍ସା ଫାଣ୍ଡି ଜିରୋ ପଏଣ୍ଟ ଅଞ୍ଚଳରେ। ତାଙ୍କର ୩ ମାସର ଏକ କୁନି ଝିଅ ମଧ୍ୟ ରହିଛି।
ମିଳିଥିବା ସୂଚନା ଅନୁଯାୟୀ, ଜାନୁଆରୀ ୨୬ରେ ସ୍ତ୍ରୀ ଜିନେସ କାଣ୍ଡୁଲାନା ନିଆଁ ପୋଉଁଥିଲେ। ଅସାବଧାନତା ଯୋଗୁ ସେହି ନିଆଁରେ ପୋଡି ହୋଇ ରାଉରକେଲାର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଗତ ୨୦ ତାରିଖରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ସହ୍ୟ କରି ନ ପାରି ନନ୍ଦଲାଲ ଚାମ୍ପିଆ ଶନିବାର ଘର ପାଖ ଆମ୍ବ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଏହି ଘଟଣା ଏବେ ପୁରା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।