ଘୁମୁସର ବନଖଣ୍ଡରେ ବଢୁଛି ମଣିଷ ହାତୀ ଲଢେଇ: ଶିକାରୀ ସହ ୨ ବନ୍ଧୁକ ଜବତ

ଭଞ୍ଜନଗର,୧୦।୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡରେ ବିଗତ କିଛିମାସ ହେବ ମଣିଷ ହାତୀ ଲଢ଼େଇ ବଢୁଛି। କେଉଁଠି ଫସଲ ପାଇଁ ଏହି ଲଢ଼େଇ ହେଉଥିବା ବେଳେ ଆଉ କେଉଁଠି ହାତୀର ଦାନ୍ତ ପାଇଁ ଶିକାରୀ ଓ ହାତୀ ମଧ୍ୟରେ ଲଢ଼େଇ ହେଉଛି। ଯାହାକୁ ନେଇ ପରିବେଶବିଦ୍‌ ମାନେ ଚିନ୍ତା ପ୍ରକଟ କରିଛନ୍ତି। ଆଗାମୀ ଦିନରେ ଏହି ବିବାଦ ବଢିବା ସମ୍ଭାବନା ରହିଛି। ଜଙ୍ଗଲରେ ମିଳୁଥିବା ନିୟମିତ ଖାଦ୍ୟ ଆଉ ହାତୀଙ୍କୁ ପସନ୍ଦ ନାହିଁ। ତେଣେ ସେମାନେ ଅନେକ ସମୟରେ ଖାଦ୍ୟ ଅନେୱଷଣରେ ଜଙ୍ଗଲ ବାହାରକୁ ଚାଲି ଆସୁଛନ୍ତି। ଏହି ସମୟରେ ମଣିଷ ଓ ହାତୀ ମଧ୍ୟରେ ଲଢ଼େଇ ହେବା ସହ ଉଭୟ ବିପଦରେ ପଡ଼ୁଛନ୍ତି। ଦୁଇଦିନ ପୂର୍ବେ ଜଗନ୍ନାଥପ୍ରସାଦ ରେଞ୍ଜରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ୍ୟୁବରଣ କରିଥିଲେ। ଏହା ପୁର୍ବରୁ ଶିକାରୀ ଆକ୍ରମଣରେ ଗୋଟିଏ ହାତୀ ମୁଜାଗଡ ରେଞ୍ଜରେ ମୃତ୍ୟୁବରଣ କରିଛିି। ଏହିଭଳି ପରିସ୍ଥିତିରେ ତାରସିଂ ପୋଲିସ ଶୁକ୍ରବାର ରାତିରେ ଖୁରୁଡୁଗୋଛା ଜଙ୍ଗଲରୁ ଜଣେ ଶିକାରୀଙ୍କୁ ଗିରଫ କରିଛନ୍ତି । ସେ ହେଲେ ବିଶ୍ୱନାଥ ବାଗ। ତାଙ୍କ ଠାରୁ ଦୁଇଟି ଚୋରା ବନ୍ଧୁକ ଜବତ କରାଯାଇଛି। ବାଗ ବନ୍ୟପ୍ରାଣୀ ଶିକାରୀ ପାଇଁ ଜଙ୍ଗଲ ଭିତରେ ଘୁରି ବୁଲୁଥିବା ବେଳେ କୌଣସି ସୂତ୍ରରୁ ପୋଲିସ ସୂଚନା ପାଇ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ। ଶନିବାର ଅପରାହ୍ନରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି। ଅନେକ ସମୟରେ ଶିକାରୀମାନେ ଜଙ୍ଗଲରେ ଅବାଧରେ ଘୁରି ବୁଲୁଥିବା ଅଭିଯୋଗ ହେଉଛି।
ଅନ୍ୟପଟେ ହାତୀମାନେ ଖାଦ୍ୟ ଅନ୍ବେଷଣରେ ଜଙ୍ଗଲରୁ ବାହାରି ଶୁକ୍ରବାର ରାତିରେ ଦୁବସ୍ଥିତ ସୁଶାନ୍ତ ପ୍ରଧାନଙ୍କ
କୃଷି ଫାମ୍‌ରେ ଲକ୍ଷାଧିକ ଟଙ୍କାର ଫସଲ କ୍ଷତି କରିଛନ୍ତି। ସୁଶାନ୍ତ ଲଗାଇଥିବା ୭୦୦ ପାମ ଗଛକୁ ହାତୀପଲ ପଶି ସମ୍ପୂର୍ଣ୍ଣ ନଷ୍ଟ କରିଦେଇଛନ୍ତି। ଏଥିସହ ଗୋଦାମ ଘରେ ଥିବା ୨୦ରୁ ଊର୍ଦ୍ଧ୍ୱ ମାଛ ଦାନା ପ୍ୟାକେଟକୁ ବୋହି ନେଇ ପୋଖରୀରେ ପକାଇ ଦେଇଛନ୍ତି। ଏଥିସହ ପାଣି ପାଇପ ଉପାଡ଼ି ନଷ୍ଟ କରିଦେଇଛନ୍ତି। ଯାହାକୁ ନେଇ ଚାଷୀ ସୁଶାନ୍ତ ପ୍ରଧାନ ହତୋତ୍ସାହିତ ହୋଇପଡିଛନ୍ତି। ଏଥିସହ ସୋସିଆଲ ମିଡିଆରେ ଚାଷୀ ମାନଙ୍କ ପ୍ରତି କିଭଳି ଜଙ୍ଗଲ ଓ ବିଦ୍ୟୁତ୍‌ ବିଭାଗ ପକ୍ଷରୁ ଅବହେଳା କରାଯାଉଛି ସେନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ହାତୀ ଯେଉଁ ଆଡ଼େ ଯାଉଛନ୍ତି ସେହି ଅଞ୍ଚଳରେ ବିଦ୍ୟୁତ୍‌ ସେବାକୁ ରାତି ତମାମ କାଟିଦିଆଯାଉଛି । ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଗକୁ ସମସ୍ତ ବୋର୍ଡ ପରୀକ୍ଷା। ଏହିଭଳି ଯଦି ବିଦ୍ୟୁତ୍‌ କାଟ ହେବ ତେବେ ଏହାଦ୍ବାରା ଛାତ୍ରୀଛାତ୍ର ମାନଙ୍କ ଭବିଷ୍ୟତ ପ୍ରଭାବିତ ହେବାର ସମ୍ଭାବନା ରହିଛି। ତେଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଛୋଟ ପିଲା ଖେଳିଲେ ହୋଲି : ପ୍ଲାଷ୍ଟିକ ଡବା ବଜାଇ…

କେସିଙ୍ଗା,୪।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବାଲସି ଗ୍ରାମରେ ପବିତ୍ର ହୋଲି ପର୍ବ ବୁଧବାର ଧୂମଧାମରେ ପାଳନ ହୋଇଛି। କୁନିକୁନି ଛାତ୍ରୀଛାତ୍ର ରଙ୍ଗ ଲଗାଇ ଏହି…

ଭାରତୀୟ ମହିଳା କ୍ରିକେଟ ଟିମ୍‌ଙ୍କୁ ଝଟ୍‌କା, ଦଳରୁ ହଠାତ୍‌ ବାହାରିଲେ ମ୍ୟାଚ୍‌ ଓ଼୍ବିନର୍‌

ନୂଆଦିଲ୍ଲୀ,୪।୩: ଅଷ୍ଟ୍ରେଲିଆ ଗସ୍ତ କରୁଥିବା ଭାରତୀୟ ମହିଳା କ୍ରିକେଟ ଦଳକୁ ଏକ ବଡ଼ ଝଟକା ଲାଗିଲା ଯେତେବେଳେ ବରିଷ୍ଠ ପେସର ରେଣୁକା ସିଂହ ଠାକୁରଙ୍କୁ କାର୍ଯ୍ୟଭାର ପରିଚାଳନା…

ବଡ଼ଛତ୍ରଙ୍ଗରେ ଉତ୍ସାହର ସହ ପାଳିତ ହେଲା ହୋଲି :  ସାଂସ୍କୃତିକ କାର୍ଯ୍ୟକ୍ରମରେ କମ୍ପିଲା ଗାଁ

ଥୁଆମୂଳରାମପୁର, ୪।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ବ୍ଲକର ବଡ଼ଛତ୍ରଙ୍ଗ ଗ୍ରାମରେ ରାଧାକୃଷ୍ଣ ପୂଜା କମିଟି ପକ୍ଷରୁ ଚଳିତ ବର୍ଷର ପବିତ୍ର ହୋଲି ଉତ୍ସବ ଅତ୍ୟନ୍ତ…

ହୋଲି ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲି। ଏ ନେଇ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି, ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶୁଭେଚ୍ଛା ଜଣାଇ ‘ଏକ୍ସ’ରେ ଲେଖିଛନ୍ତି,‘ରଙ୍ଗର…

ସ୍ତ୍ରୀଙ୍କ ରକ୍ତରେ ହୋଲି : ଛୁରି ଭୁସିି

ଭୁବନେଶ୍ୱର,୪।୩: ରଙ୍ଗର ପର୍ବ ହୋଲିରେ ଭୁବନେଶ୍ୱରରେ ଚାଞ୍ଚଲ୍ୟ। ସ୍ତ୍ରୀଙ୍କ ରକ୍ତରେ ହୋଲି ଖେଳିଲେ ସ୍ବାମୀ। ହୋଲିରେ ସ୍ତ୍ରୀଙ୍କୁ ଛୁରି ଭୁସିି ହତ୍ୟା କଲେ ସ୍ବାମୀ। ଏଭଳି ଅଭାବନୀୟ…

୧,୯୯,୭୦,୦୦,୦୦,୦୦,୦୦୦ ଆମେରିକାର ଯୁଦ୍ଧର ଖର୍ଚ୍ଚ, ଟ୍ରମ୍ପ କହିଲେ ଏତିକି ଦିନ ଯାଏ ଚାଲିବ ଯୁଦ୍ଧ

ଓ୍ବାଶିଂଟନ୍‌,୪।୩: ଆମେରିକା ପୁଣି ଥରେ ଯୁଦ୍ଧରେ ଜଡିତ। ଜୀବନ ଏବଂ ସମ୍ପତ୍ତି କ୍ଷତି ସହିତ, ଦେଶ ଏକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କ୍ଷତିର ସମ୍ମୁଖୀନ ହେଉଛି। ରିପୋର୍ଟଗୁଡ଼ିକ ସୂଚିତ…

ଛାତ୍ରାବାସରୁ ୧୦ ଛାତ୍ର ହଷ୍ଟେଲରୁ ଫେରାର୍‌ ଘଟଣା: ଜଙ୍ଗଲରେ ରାତି ବିତାଇଲେ ଦ୍ୱିତୀୟ ଶ୍ରେଣୀ ଛାତ୍ର, ଭୋର୍‌ରୁ ହେଲେ ଉଦ୍ଧାର

ଦାରିଙ୍ଗବାଡି, ୪।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତିଲୋରୀ ପଞ୍ଚାୟତ ସାମନବାଡି ସରକାରୀ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୪୦ଶଯ୍ୟା ବିଶିଷ୍ଟ ଛାତ୍ରାବାସରୁ ମଙ୍ଗଳବାର…

ଜୀବନର ରଙ୍ଗ ଛଡେଇନେଲା ଦନ୍ତା ହାତୀ:  ଯୁବକଙ୍କ ମୃତ୍ୟୁ

ମୋରଡା/ରାସଗୋବିନ୍ଦପୁର,୪/୩ (ସ୍ମାରକ ମାଜୀ/ସତ୍ୟବାଦୀ ପରିଡା):ରଙ୍ଗର ପର୍ବ ହୋଲିରେ ମଉଳି ଗଲା ଯୁବକଙ୍କ ଜୀବନର ରଙ୍ଗ। ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଦୁଖଃଦ ଘଟଣା ଘଟିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri