Categories: ଫୁରସତ

କୁକୁରର ଜନ୍ମଦିନ ପାର୍ଟି, ଖାଇଲେ ୫ ହଜାର ଲୋକ

ବେଙ୍ଗାଲୁରୁ: କୁକୁରର ଜନ୍ମଦିନ ଖୁସିରେ ଆୟୋଜିତ ହେଲା ଭବ୍ୟ ଜନ୍ମଦିନ ପାର୍ଟି। ଯେଉଁଥିରେ ୫ ହଜାର ଲୋକଙ୍କୁ ଖାଇବାକୁ ଦିଆଯାଇଛି। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କର୍ନାଟକର ବେଲଗାଭି ଜିଲାର ତୁକ୍କାନତୀ ଗ୍ରାମରେ। ଯାହାକୁ ଶୁଣିଲେ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ। କ୍ରିସ ନାମକ ଗୋଟିଏ କୁକୁର ଛୁଆର ଜନ୍ମଦିନ ଖୁସିରେ ଭୋଜିଭାତର ଆୟୋଜନ କରିଛନ୍ତି ମାଲିକ ଶିବପ୍ପା ୟାଲାପ୍ପା ମାର୍ଦି । ପ୍ରାୟ ୫ ହଜାର ଲୋକଙ୍କୁ ଖାଇବାକୁ ଦିଆଯାଇଥିବା ବେଳେ ୧୦୦ କିଲୋଗ୍ରାମର ଏକ କେକ୍‌ କଟାଯାଇଛି ।
ସୂଚନାଯୋଗ୍ୟ, ଶିବପ୍ପା ଗତ ୨୦ ବର୍ଷ ଧରି ସ୍ଥାନୀୟ ଗ୍ରାମ ପଞ୍ଚାୟତର ସଦସ୍ୟ ରହିଆସିଛନ୍ତି। ଥରେ ଜଣେ ସଦସ୍ୟ ତାଙ୍କ ଜନ୍ମଦିନରେ ପୁରୁଣା ସଦସ୍ୟମାନଙ୍କ ବିଷୟରେ ଅପମାନଜନକ ମନ୍ତବ୍ୟ ଦେଇଥିଲେ। କୁକୁର ଭଳି ଖାଇବା କହି ଅପମାନିତ ଦେଇଥିଲେ ।ଏହିପରି ଶିବପ୍ପା ସେହି ସଦସ୍ୟଙ୍କ ମନ୍ତବ୍ୟର ଉତ୍ତର ଦେବାକୁ ଯାଇ ଏକ ବଡ଼ ଉପାୟରେ କୁକୁରର ଜନ୍ମଦିନ ପାଳନ କରିଥିଲେ ।

Share