ଗୁଗୁଲ ମ୍ୟାପ ଦ୍ୱାରା ଫେରି ପାଇଲେ ଚୋରି ହୋଇଯାଇଥିବା ଫୋନ

ଚେନ୍ନାଇ,୮।୨: ଫୋନ ଚୋରି ହୋଇଗଲେ କିମ୍ବା ହଜିଗଲେ ମିଳିବା କଷ୍ଟକର ହୋଇପଡେ। ଫୋନ ସ୍ବିଚଅଫ ହୋଇଯାଏ ଅଥବା ସିମ୍‌ ଚେଞ୍ଜ ହୋଇଯାଏ। ଯାହାଯୋଗୁ ମୋବାଇଲକୁ କନେକ୍ଟ କରିବା କଷ୍ଟ ହୋଇପଡେ। କିନ୍ତୁ ଜଣେ ବ୍ୟକ୍ତି ଗୁଗୁଲ ମ୍ୟାପରେ ଖୋଜି ଖୋଜି ନିଜ ଫୋନର ସନ୍ଧାନ ପାଇଛନ୍ତି। ଆଶ୍ଚର୍ଯ୍ୟ ଳାଗୁଥିଲେ ବି ସତ। ସୋସିଆଲ ମିଡିଆରେ ଏହି ବ୍ୟକ୍ତିଙ୍କୁ ଲୋକେ ଲୋକପ୍ରିୟ ଡିଟେକ୍ଟିଭ ଜେମସ ବଣ୍ଡ ବୋଲି ଆଖ୍ୟା ଦେଉଛନ୍ତି।

ତାମିଲନାଡୁର ଏହିବ୍ୟକ୍ତି ନିଜ ବାପାଙ୍କ ଚୋରି ହୋଇଯାଇଥିବା ଫୋନ ଓ ବ୍ୟାଗକୁ ଖୋଜିବା ପାଇଁ ଏପରି ରାସ୍ତା ଆପଣାଇଛନ୍ତି। ବ୍ୟକ୍ତିଜଣକ ହେଲେ ରାଜ ଭଗତ। ଘଟଣା ଏପରି କି, ରାଜଙ୍କ ବାପା ନାଗରକୋଇଲ କାଚିଗୁଡା ଏକ୍ସପ୍ରେସରେ ନାଗରକୋଇଲିରୁ ତ୍ରେଚି ଯାଉଥିଲେ। ଏହି ଯାତ୍ରା ଭିତରେ ଚୋରଜଣକ ଭିଡର ଫାଇଦା ଉଠାଇ ତାଙ୍କ ଜିନିଷ ଚୋରି କରିଦେଲେ। ପରେ ଯେତେବେଳେ ତାଙ୍କ ବାପାଙ୍କୁ ଏସମ୍ପର୍କରେ ଜଣାପଡିଲା ସେ ଟ୍ରେନ୍‌ ଭିତରେ ଖୋଜାଖୋଜି କରିବାରେ ଲାଗିପଡିଲେ। ସାଙ୍ଗେସାଙ୍ଗେ ସେ ପୁଅ ରାଜଙ୍କୁ ଫୋନ କରି ଜଣାଇଲେ।

ଏସମ୍ପର୍କରେ ରାଜ କହିଛନ୍ତି, ଆମ ପରିବାରର ସମସ୍ତଙ୍କ ଫୋନରେ ଲୋକେଶନ ଶେୟାରିଂ ଅନ୍‌ ରହିଥାଏ। ତେଣୁ ମୁଁ ଗୁଗୁଲ ମ୍ୟାପ ଦ୍ୱାରା ଫୋନ ଟ୍ରାକିଂ କରିବାରେ ଲାଗିପଡିଲି। ପ୍ରଥମେ ଜଣାପଡିଲା କି, ଫୋନ ତିରୁନେଲବଲିର ମେଲାପଲାୟମ ଇଲାକାରେ ରହିଛି। ସେଥିରୁ ମୁଁ ଅନୁମାନ ଲଗାଇଲି କି, ଚୋର ଅନ୍ୟଏକ ଟ୍ରେନରେ ନାଗରକୋଇଲ ଫେରୁଛନ୍ତି। ଡେରି ନ କରି ନିଜ ସାଙ୍ଗମାନଙ୍କ ସହ ମିଶି ସ୍ଥାନୀୟ ପୋଲିସର ସାହାଯ୍ୟ ମାଗିଲି। ଏହାରି ଭିତରେ ଚୋରର ରିଅଲ ଲୋକେଶନ ଟ୍ରାକ୍‌ କରୁଥିଲି। ଏହାପରେ ସେ ଚୋରଜଣକ ଟ୍ରେନରୁ ଓହ୍ଲାଇ ବସ୍‌ଷ୍ଟାଣ୍ଡରେ ଅପେକ୍ଷା କରୁଥିଲେ। ତାହା ମୋତେ ଗୁଗୁଲ ମ୍ୟାପରୁ ଜଣାପଡୁଥିଲା। ସେଠାରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ଦ୍ୱାରା ତାଙ୍କୁ କାବୁ କରିଥିଲୁ। ଆଉ ମୁଁ ଫୋନ ଫେରି ପାଇଥିଲି।


Enter your email to get our daily news in your inbox.

All Right Reserved By Dharitri.Com

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

ଛାନିଆ ହୋଇଗଲେ କି ଯାତ୍ରା ମାଲିକ ନାଣ୍ଡୁ! ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ…

ଭୁବନେଶ୍ୱର,୬।୨: ଖଳନାୟକ ସାଇ ସତ୍ୟଜିତଙ୍କ ମା’ଙ୍କ ଅଭିଯୋଗ ପରେ ଖଣ୍ଡଗିରି ଥାନାରେ ହାଜର ହେଲେ ‘ତୁଳସୀ’ ଗଣନାଟ୍ୟ ମାଲିକ ଅନନ୍ତ ଧଳ ଓରଫ ନାଣ୍ଡୁ। ସାଇଙ୍କ ମା’ଙ୍କ…

ଅଲିମ୍ପିଆନ ସୁଶୀଲଙ୍କ ଜାମିନ ଖାରଜ

ନୂଆଦିଲ୍ଲୀ,୬ା୨: ସ୍ଥାନୀୟ ଛତ୍ରସାଲ ଷ୍ଟାଡିୟମରେ ପୂର୍ବତନ ଜାତୀୟ ଜୁନିୟର କୁସ୍ତି ଚାମ୍ପିୟନ ସାଗର ଧନକରଙ୍କ ହତ୍ୟା ମାମଲାରେ ଗିରଫ ଅଲିମ୍ପିଆନ ସୁଶିଲ କୁମାରଙ୍କ ଜାମିନ ଆବେଦନକୁ ଦିଲ୍ଲୀର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri