Posted inଜାତୀୟ

ସୁପ୍ରିମକୋର୍ଟ ଗଲେ ମମତା

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏବଂ ଭାଜପା ମଧ୍ୟରେ କ୍ଷମତା ପାଇଁ ଲଢ଼େଇ ଜାରି ରହିଥିବାବେଳେ ଜୁଲାଇ ୮ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ହେବାକୁ ଯାଉଛି। ବ୍ୟାପକ ହିଂସାକୁ ଦୃଷ୍ଟିରେ ରଖି ନିର୍ବାଚନ ବେଳେ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବଳ ମୁତୟନ ପାଇଁ ଭାଜପା କୋଲକାତା ହାଇକୋର୍ଟରେ ଆବେଦନ କରିଥିଲା। ୪୮ ଘଣ୍ଟା ମଧ୍ୟରେ କେନ୍ଦ୍ରୀୟ ବଳ ମଗାଇ ମୁତୟନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିବାବେଳେ ଏହା ବିରୋଧରେ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଏହାକୁ ନେଇ ଶାସକ ଓ ବିରୋଧୀ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଛି।

କୋଲକାତା, ୧୮।୬(ପ୍ରସ୍ତୁତି: ଅରୂପାନନ୍ଦ ଦେଠୀ): ପଶ୍ଚିମବଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଜୁଲାଇ ୮ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଏହା ପୂର୍ବରୁ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସାକାଣ୍ଡ ଦେଖାଦେଇଛି। ନାମାଙ୍କନପତ୍ର ଦାଖଲ ବେଳେ ପ୍ରାର୍ଥୀମାନେ ବିରୋଧର ସମ୍ମୁଖୀନ ହେବା ସହ ହିଂସାକାଣ୍ଡ ସୃଷ୍ଟି ହେଉଛି। ଫଳରେ ପଶ୍ଚିମବଙ୍ଗରେ ମୁକ୍ତ ଓ ଅବାଧ ନିର୍ବାଚନ ବାଧାପ୍ରାପ୍ତ ହେବା ଆଶଙ୍କା ପ୍ରକାଶ ପାଇଛି। ଏନେଇ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ, କଂଗ୍ରେସ ଏମ୍‌ପି ଅଧୀର ରଞ୍ଜନ ଚୌଧୁରୀଙ୍କ ସମେତ ବିରୋଧୀ ନେତାମାନେ କେନ୍ଦ୍ରୀୟ ବଳ ମୁତୟନ ଲାଗି ଅଦାଲତରେ ଆବେଦନ କରିଥିଲେ। ପଞ୍ଚାୟତ ନିର୍ବାଚନ ବେଳେ ରାଜ୍ୟରେ କେନ୍ଦ୍ରୀୟ ବଳ ନିୟୋଜିତ କରିବାକୁ କୋଲକାତା ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ କେନ୍ଦ୍ରୀୟ ବଳ ମଗାଇ ରାଜ୍ୟରେ ମୁତୟନ କରିବା ଲାଗି ହାଇକୋର୍ଟ ଗୁରୁବାର ରାଜ୍ୟ ନିର୍ବାଚନ କମିଶନ (ଏସ୍‌ଇସି)କୁ କହିଥିଲେ। ପଶ୍ଚିମବଙ୍ଗ ସରକାର ଏବଂ ଏସ୍‌ଇସି ଶନିବାର ଏହାକୁ ମିଳିତ ଭାବେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି। ଶୁକ୍ରବାର ରାଜ୍ୟର ଆଇନ ପରାମର୍ଶଦାତାଙ୍କ ସହ ସରକାର ଏବଂ ରାଜ୍ୟ ନିର୍ବାଚନ କମିଶନ୍‌ର ବରିଷ୍ଠ ଅଧିକାରୀମାନଙ୍କ ବୈଠକ ପରେ ସୁପ୍ରିମକୋର୍ଟ ଯିବା ଲାଗି ନିଷ୍ପତ୍ତି ନିଆଯାଇଥିଲା।
ନିର୍ବାଚନ ପାଇଁ ଗତ ୯ ତାରିଖରୁ ପ୍ରାର୍ଥତ୍ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ହିଂସା ଜାରି ରହିଛି। ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ ଶେଷ ଦିନରେ ଉତ୍ତର ଦିନାଜପୁର ଏବଂ ଦକ୍ଷିଣ ୨୪ ପ୍ରଗଣା ଜିଲାରେ ହିଂସାକାଣ୍ଡ ଘଟି ୪ ଜଣଙ୍କ ଜୀବନ ଯାଇଛି। ବିରୋଧୀ ପ୍ରାର୍ଥୀଙ୍କୁ ନାମାଙ୍କନ କରାଇ ନ ଦେବା ଲାଗି ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଗୁଣ୍ଡାମାନଙ୍କୁ ନିୟୋଜିତ କରିଥିବା ଅଭିଯୋଗ ହୋଇଛି। ହିଂସାକୁ ବରଦାସ୍ତ କରାଯିବନି ଏବଂ ଯେଉଁମାନେ ହିଂସାରେ ସମ୍ପୃକ୍ତ ଆଇନ ଅନୁଯାୟୀ ସେମାନଙ୍କ ମୁହଁ ସବୁଦିନ ପାଇଁ ବନ୍ଦ କରିଦିଆଯିବ ବୋଲି ରାଜ୍ୟପାଳ ସି.ଭି. ଆନନ୍ଦ ବୋଷ ଶୁକ୍ରବାର ହିଂସାଗ୍ରସ୍ତ ଦକ୍ଷିଣ ଚବିଶ ପ୍ରଗଣା ଜିଲା ଗସ୍ତରେ ଯାଇ କହିଥିଲେ। ରାଜ୍ୟପାଳ ଏନେଇ ରାଜ୍ୟ ନିର୍ବାଚନ କମିଶନର ରାଜୀବ ସିଂହ୍ନାଙ୍କୁ ରାଜଭବନ ଡାକିଥିବାବେଳେ ସେ ପଞ୍ଚାୟତ ନିର୍ବାଚନ କାର୍ଯ୍ୟରେ ବ୍ୟସ୍ତ ଯୋଗୁ ଶନିବାର ଯୋଗ ଦେଇପାରି ନାହାନ୍ତି। ତାଙ୍କୁ ଅନ୍ୟ ଦିନରେ ଭେଟିବା ପାଇଁ ଅନୁମତି ଦେବାକୁ ସିଇସି ରାଜ୍ୟପାଳଙ୍କୁ ନିବେଦନ କରିଛନ୍ତି। ଗ୍ରାମ ପଞ୍ଚାୟତ, ପଞ୍ଚାୟତ ସମିତି ଏବଂ ଜିଲା ପରିଷଦ ନିର୍ବାଚନରେ ପାଖାପାଖି ୭୪,୦୦୦ ପ୍ରାର୍ଥୀଙ୍କୁ ନିର୍ବାଚିତ କରିବା ଲାଗି ୫ କୋଟିରୁ ଊର୍ଦ୍ଧ୍ୱ ଭୋଟର ଜୁଲାଇ ୮ରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ଜୁଲାଇ ୮ ନିର୍ବାଚନ ପାଇଁ ଟିଏମ୍‌ସିରୁ ୮୫,୮୧୭ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ସିଇସି ଘୋଷଣା କରିଛନ୍ତି।
ସେପଟେ କୁଚ୍‌ବିହାର ଜିଲାରେ ଶନିବାର କେନ୍ଦ୍ରମନ୍ତ୍ରୀ ନୀତୀଶ ପ୍ରମାଣିକଙ୍କ ଗାଡ଼ି ଉପରେ ଆକ୍ରମଣ ହୋଇଛି। ଟିଏମ୍‌ସି ସମର୍ଥକମାନେ ଏହି ଆକ୍ରମଣରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ସାହିବଗଞ୍ଜ ଅଞ୍ଚଳରେ ନିର୍ବାଚନ ପାଇଁ ନାମାଙ୍କନପତ୍ର ଯାଞ୍ଚ ଚାଲିଥିବା ବିଡିଓଙ୍କ କାର୍ଯ୍ୟାଳୟକୁ ଯିବା ଲାଗି ମନ୍ତ୍ରୀ ପ୍ରମାଣିକ ଉଦ୍ୟମ କରୁଥିବାବେଳେ ଏଭଳି ଘଟଣା ଘଟିଛି। ଟିଏମ୍‌ସି କର୍ମୀମାନେ ବିଡିଓଙ୍କ ଅଫିସକୁ ରାସ୍ତା ଅବରୋଧ କରିବା ସହ ଗଣ୍ଡଗୋଳରେ ସମ୍ପୃକ୍ତ ଥିବା ଖବର ପାଇଁ ପ୍ରମାଣିକ ସେଠାକୁ ଯାଇଥିଲେ ବୋଲି କହିଛନ୍ତି। ଏହି ସମୟରେ ତାଙ୍କ ଗାଡ଼ି ଉପରକୁ ଟେକାମାଡ଼ ହୋଇଥିଲା। ଟିଏମ୍‌ସି କର୍ମୀମାନେ ଆମ ଦଳୀୟ କର୍ମୀଙ୍କୁ ମାଡ଼ ମାରିବା ସହ ପ୍ରାର୍ଥୀମାନଙ୍କ ଦସ୍ତାବିଜ୍‌ ନଷ୍ଟ କରିଦେଇଛନ୍ତି। ସେଠାରେ ପୋଲିସ ନୀରବ ଦର୍ଶକ ସାଜିବା ଲଜ୍ଜାଜନକ ବୋଲି ପ୍ରମାଣିକ କହିଛନ୍ତି। ନିର୍ବାଚନକୁ ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଆହ୍ବାନକ୍ରମେ ଶନିବାର ଅପରାହ୍ନରେ ତାଙ୍କ କୋଲକାତା ବାସଭବନରେ ଶାସକ ଦଳର ଏକ ଜରୁରୀ ବୈଠକ ବସିଥିଲା। ପ୍ରାକ୍‌ ନିର୍ବାଚନୀ ହିଂସାକୁ ନେଇ ମମତା କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା: ଚାଷୀ ଶୁଣିଲେ ହୋଇଯିବେ ଖୁସି

ନୂଆଦିଲ୍ଲୀ,୩୦।୩: ଦେଶରେ ଆଗାମୀ ଖରିଫ ଋତୁକୁ ନେଇ ଚାଷୀମାନେ କିଛି ଆଶ୍ୱସ୍ତି ପାଇଛନ୍ତି। କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି ଯେ ଦେଶରେ ପ୍ରଚୁର ପରିମାଣରେ ସାର ଗଚ୍ଛିତ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଏନ୍‌ଏଚ୍‌ଏଆଇର ବଡ଼ ଘୋଷଣା: ଏପ୍ରିଲ ୧ରୁ ବଢ଼ିବ…

ନୂଆଦିଲ୍ଲୀ,୩୦ା୩: ଏପ୍ରିଲ ୧ରୁ ଫାସ୍‌ଟାଗ୍‌ ବାର୍ଷିକ ଦେୟ ବଢ଼ିବ ବୋଲି ଭାରତର ଜାତୀୟ ରାଜପଥ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ପକ୍ଷରୁ ଘୋଷଣା କରାଯାଇଛି। ଗତବର୍ଷ ଆରମ୍ଭ ହୋଇଥିବା ଏହି…

ଲିଭ-ଇନ୍‌ରେ ରହୁଥିଲେ ମିଳିବ ବିବାହିତ ମାନ୍ୟତା, ଏଥର ଜନଗଣନାର ନୂଆ ନିୟମ ବିଷୟରେ ଜାଣନ୍ତୁ…

ନୂଆଦିଲ୍ଲୀ,୩୦।୩: ଦେଶର ସର୍ବବୃହତ ପ୍ରଶାସନିକ କାର୍ଯ୍ୟ, ଜନଗଣନା, ଏବେ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଇ ଗତି କରୁଛି। ସରକାର ୨୦୨୭ ଜନଗଣନାକୁ ଦୁଇଟି ପର୍ଯ୍ୟାୟରେ କରିବାକୁ ନିଷ୍ପତ୍ତି ନେଇଛନ୍ତି,…

ଏଣିକି ଗୁଳିର ଜବାବ ଗୁଳିରେ ଦେବୁ: ଲୋକ ସଭାରେ କାହିଁକି ଏମିତି କହିଲେ ଅମିତ ଶାହା

ନୂଆଦିଲ୍ଲୀ,୩୦।୩: ଲୋକ ସଭାରେ ‘ନକ୍ସଲମୁକ୍ତ ଭାରତ’ ସମ୍ପର୍କରେ ଆଲୋଚନାରେ ଭାଗ ନେଇ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କଂଗ୍ରେସକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି ଯେ,…

ତହସିଲଦାରଙ୍କୁ ବିଧାୟିକା ସ୍ବାମୀଙ୍କ ହତ୍ୟା ଧମକ ମାମଲା: ୱାରେଣ୍ଟ ପାଇଁ କୋର୍ଟରେ ଆବେଦନ କଲା ପୋଲିସ

ଭବାନୀପାଟଣା,୩୦।୩(ଉତ୍ତମ କୁମାର ଦାଶ): ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଏବଂ ତହସିଲଦାରଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କଳାହାଣ୍ଡି ଜିଲା ନର୍ଲା ବିଜେଡି ବିଧାୟିକା ମନୋରମା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri