‘ବବି କହିଥିଲେ ତୁମ କଥା ବୁଝାଯିବ’, ବଡ଼ ଅଭିଯୋଗ ଆଣିଲେ ମମତା ମହନ୍ତ

ଭୁବନେଶ୍ୱର, ୦୬।୦୮: ବିଜୁ ଜନତା ଦଳ ତଥା ରାଜ୍ୟସଭାରୁ ଇସ୍ତଫା ଦେଇଥିବା ମମତା ମହନ୍ତ ବିଜେଡି ନେତା ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାଁରେ ବଡ ଅଭିଯୋଗ ଆଣିଛନ୍ତି। ଦଳ ଭିତରେ ତାଙ୍କୁ ଅଣଦେଖା କରାଯିବା ସହିତ ରାଜ୍ୟସଭାରୁ କାଢ଼ିଦେବାକୁ କୁହାଯାଇଥିବା ସେ ପ୍ରକାଶ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ, ”ଗତ ପଞ୍ଚାୟତ ନିର୍ବାଚନ ପର୍ଯ୍ୟନ୍ତ ସବୁକିଛି ଠିକ ଥିଲା, ଦଳ ସବୁ କଥାରେ ପଚାରୁଥିଲା । କିନ୍ତୁ ପଞ୍ଚାୟତ ନିର୍ବାଚନ ପରେ ଦଳ ମୋତେ ଅଣଦେଖା କରୁଥିବା ଅନୁଭବ କରିଲି । ଦଳ କିମ୍ବା କୌଣସି ସରକାରୀ କାର୍ଯ୍ୟକ୍ରମରେ ମୋତେ ଡକାଯାଇ ନଥିଲା । ଏମିତିକି ମୋ ଘର କଡ଼ରେ ଲକ୍ଷ୍ମୀ ବସ ଉଦଘାଟନ କାର୍ଯ୍ୟକ୍ରମକୁ ମଧ୍ୟ ମୋତେ ଡାକି ନଥିଲେ । ମୋତେ ବାରମ୍ବାର ଅଣଦେଖା କରାଯିବ କଥା ସମସ୍ତଙ୍କୁ ଜଣାଇଥିଲି । କିନ୍ତୁ କେହି ଶୁଣି ନ ଥିଲେ । ଏମିତିକି ୪ ତାରିଖ ହେଉ ତୋତେ ରାଜ୍ୟସଭାରୁ କାଢି ଦିଆଯିବ ବୋଲି କୁହାଯାଇଥିଲା । ବବି ଦାସ କହିଥିଲେ ୪ ତାରିଖରେ ତୁମର ବିଚାର କରାଯିବ । ତେଣୁ ଯେଉଁଠି ସମ୍ମାନ କି ସୁଯୋଗ ମିଳେନାହିଁ, ସେଠି ରହିବାକୁ ଚାହିଁଲି ନାହିଁ।’

ନିକଟରେ ମମତା ବିଜେଡିରୁ ଇସ୍ତଫା ଦେବା ପରେ ଭାଜପାରେ ଯୋଗ ଦେଇଥିଲେ। ଯାହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି । ମମତାଙ୍କ ଇସ୍ତଫା ପରେ ରାଜ୍ୟ ସଭାରେ ବିଜେଡି ସଂଖ୍ୟା ୮କୁ ଖସିବା ପରେ ବିଧାନସଭା ଗଣିତ ଅନୁଯାୟୀ ଏହି ଆସନ ଏବେ ଭାଜପା ହାତକୁ ଯିବ।

ତେବେ ଭାଜପା କାହାକୁ ରାଜ୍ୟସଭା ପଠାଇବ, ତାକୁ ନେଇ ଜୋରଦାର ଚର୍ଚ୍ଚା ହେଉଛି । ରାଜ୍ୟ ସଭା ସମୀକରଣ ଓ ରାଜନୈତିକ ସ୍ଥିତି ଦେଖି କୁହାଯାଉଛି। ଭାଜପା ସଭାପତି ମନମୋହନ ସାମଲଙ୍କ ସହ ଅନେକ ଭାଜପା ନେତାଙ୍କ ନାଁ ଚର୍ଚ୍ଚା ସହିତ ମମତାଙ୍କୁ ରିପିଟ୍ କରିପାରେ ବୋଲି ମଧ୍ୟ ଆଲୋଚନା ହେଉଛି।

କାରଣ ମମତା ମହନ୍ତଙ୍କ କାର୍ଯ୍ୟକାଳ ଆଉ ମାତ୍ର ଦେଢ ବର୍ଷ ବାକି ରହିଛି। ବହୁତ କମ୍ ସମୟ ଥିବାରୁ ଭାଜପା ମନମୋହନଙ୍କୁ ରାଜ୍ୟସଭା ନପଠାଇପାରେ। ଏଭଳି ସ୍ଥିତିରେ ବିଜେପି ପାଇଁ ମମତା ମହନ୍ତ ହିଁ ଏକ ସୁସ୍ଥ ଚୟନ ହୋଇପାରନ୍ତି । ମମତାଙ୍କୁ ରାଜ୍ୟସଭା ପଠାଇ ଗୋଟିଏ ତୀରରେ ଅନେକ ଶୀକାର କରିବାକୁ ଉଦ୍ୟମ କରିପାରେ ଦଳ । କାରଣ ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଛି, ସେତେବେଳେ ମୟୂରଭଞ୍ଜରେ ଦଖଲ ମଜଭୁତ କରିବା ସହ ଆମଦାନୀ ନେତା ଯେ ଭଜାପରେ ଅଲୋଡା ନୁହେଁ ସେନେଇ ସନ୍ଦେଶ ଦେଇପାରେ ।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି।…

କ୍ୱାର୍ଟରରେ ଶୋଇଥିଲେ ମହିଳା ANM, ଲାଗିଗଲା ନିଆଁ: ସନ୍ଦେହଜନକ ଭାବେ…

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri