Posted inଜାତୀୟ

ଗିରିରାଜ ସିଂଙ୍କ ବିବାଦୀୟ ବୟାନ, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ

ନୂଆଦିଲ୍ଲୀ,୭।୧୨: ଭାରତୀୟ ଜନତା ପାର୍ଟି ଏମପି ଗିରିରାଜ ସିଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। କୋଲକାତା ଅନ୍ତରାଷ୍ଟ୍ରୀୟ ଫିଲ୍ମ ମହୋତ୍ସବରେ ମମତା ଯୋଗଦେବା ନେଇ ସେ ସମାଲୋଚନା କରିଛନ୍ତି। କାର୍ଯ୍ୟକ୍ରମରେ ବଲିଉଡ ଅଭିନେତା ସଲମାନ ଖାନଙ୍କ ସହ ମମତା ନାଚୁଥିବା ଦେଖିବାକୁ ମିଳିଥିଲା। ସୋସିଆଲ

ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ପ୍ରତିକ୍ରିୟା ଦେଇ ଗିରିରାଜ କହିଛନ୍ତି, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ। ତାଙ୍କର ଏହି ବୟାନକୁ ଲୋକସଭା ଏମପି ମହୁଆ ମୋଇତ୍ରା ଓ ତୃଣମୂଳ କଂଗ୍ରେସର ଅନେକ ନେତା କଡା ନିନ୍ଦା କରିଛନ୍ତି।

ଟିଏମସି ନେତାଙ୍କ ଆଲୋଚନାକୁ ନେଇ ଗିରିରାଜ କହିଛନ୍ତି, ପଶ୍ଚିମବଙ୍ଗ ଭ୍ରଷ୍ଟାଚାରରେ ବୁଡି ରହିଥିବାଳେ ମମତା ଫିଲ୍ମ ମହୋତ୍ସବ ପାଳନ କରୁଛନ୍ତି। ତାଙ୍କୁ ସମାଲୋଚନା କରିବା ଭୁଲ ନୁହେଁ।

ତୃଣମୂଳ କଂଗ୍ରେସ ନିଜ ସରକାରୀ ହ୍ୟାଣ୍ଡେଲରେ ଭିଡିଓଟି ପୋଷ୍ଟ କରିଛି। ଯେଉଁଥିରେ ଗିରିରାଜ କହିଛନ୍ତି, ଫିଲ୍ମ ଫେଷ୍ଟିଭାଲରେ ମମତା ଠୁମକା ଲଗାଇବା ଉଚିତ ନୁହେଁ। କଥା କହୁଥିବା ସମୟରେ ଗିରିରାଜଙ୍କୁ ମମତାଙ୍କ ଠୁମକା ଲଗାଇବା ଅନ୍ଦାଜକୁ ତାଚ୍ଛଲ୍ୟ କରିଥିଲେ। ତାଙ୍କର ଏପରି ଟିପ୍ପଣୀକୁ ନେଇ ଟିଏମସି କହିଛି, ଠୁମକା ଶଦ୍ଦକୁ ଦୁଇ ଦୁଇ ଥର କହିବା ସହ ଭୁଲ ଅର୍ଥ ବାହାର କରିବା ଭଳି ଇଶାରା ମଧ୍ୟ କରୁଛନ୍ତି। ଏହା ଲଜ୍ଜାଜନକ ଟିପ୍ପଣୀ ଅଟେ।

ଏସବୁ ଭିତରେ ଲୋକସଭା ଏମପି ମହୁଆ ମଧ୍ୟ ଗିରିରାଜଙ୍କ ବୟାନକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ମିଷ୍ଟର ସିଂହ, ଆମେ ପଶ୍ଚିମବଙ୍ଗରେ ଉତ୍ସବ ମଧ୍ୟ ପାଳନ କରୁଛୁ। କିନ୍ତୁ ଆପଣଙ୍କ ଭଳି ସ୍ତ୍ରୀ-ଦ୍ୱେଷ ଲୋକ ଏପରି ଜିନିଷ ସହ୍ୟ କରିପାରନ୍ତି ନାହିଁ। ଆପଣ ମମତାଙ୍କୁ ଉଚିତ ଓ ଅନୁଚିତ କହିବାକୁ କିଏ।

 


Enter your email to get our daily news in your inbox.

All Right Reserved By Dharitri.Com

ତଣ୍ଟି କାଟି ଯୁବକଙ୍କୁ ନିର୍ମମ ହତ୍ୟା, ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତା ଉପରେ ଯୁବକ…

ବାଲେଶ୍ଵର, ୨୪/୩( ବାଞ୍ଛାନିଧି ଦେ): ବାଲେଶ୍ଵର ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ରେଲୱେ ଷ୍ଟେସନ ନିକଟ ସାଇ ମନ୍ଦିର ଗଳି ନିକଟରେ ଜଣେ ଯୁବକକୁ ତଣ୍ଟି କାଟି ନିର୍ମମ…

ଟ୍ରମ୍ପଙ୍କ ଓ୍ବାର ବ୍ରେକ ଘୋଷଣା ପରେ ଆସିଲା ଇରାନର ବୟାନ, ଜାଣନ୍ତୁ ଯୁଦ୍ଧ ବନ୍ଦ ହେଲା କି ନାହିଁ

ତେହରାନ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ଏକ ପ୍ରମୁଖ ବିବୃତ୍ତି ଜାରି କରି ଘୋଷଣା କରିଛନ୍ତି ଯେ ଆମେରିକା ଆଗାମୀ ପାଞ୍ଚ ଦିନ ପାଇଁ…

ଡବଲ ମର୍ଡର : ସ୍ତ୍ରୀ ସହ ପ୍ରେମିକଙ୍କୁ ଗୁଳି କରିଦେଲେ ସ୍ବାମୀ, ସମ୍ପୂର୍ଣ୍ଣ ଘଟଣା ଜାଣିଲେ ଥରିଉଠିବ ଛାତି

ଗାଜିଆବାଦ,୨୪।୩: ଗାଜିଆବାଦର ଟ୍ରୋନିକା ସିଟି ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ଡବଲ ମର୍ଡର ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ଜଣେ ବ୍ୟକ୍ତି ତାଙ୍କ ସ୍ତ୍ରୀ ଏବଂ ପ୍ରେମିକଙ୍କୁ…

ସାଙ୍ଗକୁ ହସ୍ପିଟାଲରେ ଭର୍ତ୍ତି କରି ଫେରୁଥିବା ବେଳେ ସଡ଼କ ଦୁର୍ଘଟଣା, ଅଧାବାଟରେ ଚାଲିଗଲା ଜୀବନ

ଗଜପତି,୨୪।୩(ଗିରିଧାରୀ ପରିଛା): ଗଜପତି ଜିଲା ଗୋଷାଣି ବ୍ଲକ ଅନ୍ତର୍ଗତ ୩୨୬-ଏ ଜାତୀୟ ରାଜପଥର ଆର୍.ସୀତାପୁର ଗ୍ରାମ ନିକଟସ୍ଥ ଏକ ବୁଲାଣିଆ ରାସ୍ତାରେ ସଡ଼କ ଦୁର୍ଘଟଣା । ସୋମବାର…

ଲୁଗା ଶୁଖାଇବା ବେଳେ ଲାଗିଗଲା କରେଣ୍ଟ, ତାପରେ…

ଭଞ୍ଜନଗର,୨୪।୩(ବାବୁଲା ପ୍ରଧାନ) : ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ ନବଗୋଛା ଗ୍ରାମରେ ଅଘଟଣ । ବିଦ୍ୟୁତ ଆଘାତରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ…

ତାରାତାରିଣୀଙ୍କ ତୃତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା, ସରସ୍ବତୀ ବେଶରେ ଦୁଇ ଭଉଣୀ

ପୁରୁଷୋତ୍ତମପୁର,୨୪।୩(ସବିତା ମିଶ୍ର ): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ତୃତୀୟ ଚୈତ୍ର ମଙ୍ଗଳବାର ଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତଙ୍କ ଗହଳିରେ…

ଖାମେନେଇଙ୍କ ମୃତ୍ୟୁର ୪୮ ଘଣ୍ଟା ପୂର୍ବରୁ ଟ୍ରମ୍ପଙ୍କୁ ଫୋନ କରିଥିଲେ ନେତାନ୍ୟାହୁ, କହିଥିଲେ ବଡ଼ ଗୁମର କଥା, ଜାଣନ୍ତୁ…

ଓ୍ବାଶିଂଟନ,୨୪।୩: ଇରାନ ଉପରେ ଆମେରିକା-ଇସ୍ରାଏଲ ଆକ୍ରମଣ ଆରମ୍ଭ ହେବାର ୪୮ ଘଣ୍ଟା ପୂର୍ବରୁ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଫୋନ…

ଜୀବନର ନୈତିକ ମୂଲ୍ୟବୋଧ

କଥାରେ ଅଛି-‘ଥିଲେ ଥାଉ ପଛେ ଗୁଣ ହଜାର, ଚରିତ୍ର ନଥିଲେ ସବୁ ଅସାର।’ ସୁତରାଂ ଆମ ଜୀବନରେ ନୈତିକ ମୂଲ୍ୟବୋଧର ଏକ ମୁଖ୍ୟ ଆଧାର ହେଉଛି –…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri