ରାଗିଗଲେ ଦିଦି! ନିଜ ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଲେ ମମତା ବାନାର୍ଜୀ, ଭିଡିଓ ଭାଇରାଲ୍

କୋଲକାତା,୮।୭: କୋଲକାତାରେ ଏକ ଦଳୀୟ ପ୍ରତିବାଦ ସମୟରେ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବୁଧବାର ଜଣେ ତୃଣମୂଳ କଂଗ୍ରେସ (ଟିଏମସି) କର୍ମୀଙ୍କୁ ଚାପୁଡ଼ା ମାରିଛନ୍ତି। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଦେଖାଯାଉଛି ଯେ ଜଣେ ବ୍ୟକ୍ତି ଭିଡ଼କୁ ନିୟନ୍ତ୍ରଣ କରିବାକୁ ଏବଂ ମମତା ବାନାର୍ଜୀଙ୍କ ପାଇଁ ରାସ୍ତା ସଫା କରିବାକୁ ଚେଷ୍ଟା କରୁଛନ୍ତି। କିଛି ମୁହୂର୍ତ୍ତ ପରେ, ସେ ତାଙ୍କର ରାଗ ନିୟନ୍ତ୍ରଣ କରିନପାରି ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଛନ୍ତି।

ଭାଜପା ଏମପି ରାଜୁ ବିଷ୍ଟ ଜଣେ ଟିଏମସି କର୍ମୀଙ୍କୁ ଚାପୁଡ଼ା ମାରିବାର ଏକ ଭିଡିଓ ସେୟାର କରି ଏହି ଘଟଣା ପାଇଁ ବାନାର୍ଜୀଙ୍କୁ ସମାଲୋଚନା କରିଛନ୍ତି। X ରେ ଏକ ପୋଷ୍ଟରେ ବିଷ୍ଟ ଲେଖିଛନ୍ତି, “ଟିଏମସି ପ୍ରତିବାଦ ସମୟରେ ମମତା ବାନାର୍ଜୀ ଜଣେ ବ୍ୟକ୍ତିଙ୍କୁ ଚାପୁଡ଼ା ମାରିଥିଲେ। ସେହି ବ୍ୟକ୍ତି ଭିଡ଼କୁ ନିୟନ୍ତ୍ରଣ କରିବାକୁ ଏବଂ ମମତାଙ୍କ ପାଇଁ ରାସ୍ତା ସଫା କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ସେ ନିଜର ରାଗ ରାଗ ନିୟନ୍ତ୍ରଣ କରିନପାରି ଦଳୀୟ କର୍ମୀଙ୍କୁ ଚାପୁଡ଼ା ମାରିଥିଲେ।”

ମମତା ବାନାର୍ଜୀ ୧୧ ବର୍ଷୀୟ ନାବାଳିକା ବଳାତ୍କାର ଏବଂ ହତ୍ୟା ବିରୋଧରେ ବାରୁଇପୁରରେ ଏକ ପ୍ରତିବାଦ ଶୋଭାଯାତ୍ରାର ନେତୃତ୍ୱ ନେଇଥିଲେ। ବାନାର୍ଜୀ ଅଭିଯୋଗ କରିଥିଲେ ଯେ କୋଲକାତା ହାଇକୋର୍ଟଙ୍କ ରାଲି ପାଇଁ ଅନୁମତି ପ୍ରଦାନ କରିଥିବା ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରିବା ପରିବର୍ତ୍ତେ ପୋଲିସ ଭାଜପାର ଏକ ଶାଖା ପରି କାର୍ଯ୍ୟ କରିଥିଲା। ଦକ୍ଷିଣ କୋଲକାତାର ହାଜରା କ୍ରସିଂରେ ଶୋଭାଯାତ୍ରା ଶେଷ ହେବା ପରେ ଏକ ସମାବେଶକୁ ସମ୍ବୋଧିତ କରି ବାନାର୍ଜୀ ଅଭିଯୋଗ କରିଥିଲେ ଯେ ବିଭାଜପା ସମର୍ଥକମାନେ ରାଲିରେ ବାଧା ସୃଷ୍ଟି କରିଥିଲେ ଏବଂ ରାସ୍ତାରେ ଅନେକ ସ୍ଥାନରେ ତୃଣମୂଳ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଥିଲେ।

ସେ କହିଥିଲେ, “ହାଇକୋର୍ଟ ଆମ ରାଲି ପାଇଁ ଅନୁମତି ଦେଇଥିଲେ, ତଥାପି ଭାଜପାକର୍ମୀମାନେ ଏଥିରେ ବାଧା ସୃଷ୍ଟି କରିଥିଲେ। ରାଲିକୁ ଅନୁମତି ଦେବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ ପୋଲିସ କିପରି ଅଣଦେଖା କରିପାରିବ?” ସେ ଦାବି କରିଥିଲେ, “ପୋଲିସ ସାଧାରଣ ଲୋକଙ୍କୁ ସୁରକ୍ଷା ଯୋଗାଇ ପାରୁନାହିଁ, ତଥାପି ସେମାନଙ୍କୁ ଆମର କାର୍ଯ୍ୟକ୍ରମକୁ ଭଣ୍ଡୁର କରିବା ପାଇଁ ବ୍ୟବହାର କରାଯାଉଛି।” ରାଲି ସମୟରେ ଭାଜପା ଏବଂ ଟିଏମସି ଯୁବ ଶାଖା କର୍ମୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା, ଯାହା ଫଳରେ ପରିସ୍ଥିତି ନିୟନ୍ତ୍ରଣକୁ ଆଣିବା ପାଇଁ ପୋଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା।

 

Dharitri – Odisha’s No.1 Odia Daily

Share