ଫେସବୁକ୍‌ ଲାଇଭ୍‌ରେ ଆସି ଏମିତି କ’ଣ କହିଦେଲେ ମମତା: ଶୁଣିକି ଛାନିଆ ହେଲା ଭାଜପା!

କୋଲକାତା,୨୫।୮: ପଶ୍ଚିମବଙ୍ଗ ରାଜନୀତିରେ ଜାରି ରହିଥିବା ରାଜନୈତିକ ଟଣାଓଟରା ମଧ୍ୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମସି) ମୁଖ୍ୟ ମମତା ବାନାର୍ଜୀଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି। ସୋମବାର ଫେସବୁକ ଲାଇଭ ଜରିଆରେ ମମତା ସ୍ପଷ୍ଟ କରିଛନ୍ତି ଯେ ସେ ରାଜନୀତିରୁ କୌଣସି ପ୍ରକାରର ‘ସନ୍ନ୍ୟାସ’ ନେଉନାହାନ୍ତି।

ମମତା କହିଛନ୍ତି ଯେ ଭାଜପାକୁ ରାଜନୈତିକ ଭାବେ ତଳିତଳାନ୍ତ ନ କରିବା ପର୍ଯ୍ୟନ୍ତ ସେ ଚୁପ୍‌ ବସିବେ ନାହିଁ। ତାଙ୍କ ଦାବି ଅନୁସାରେ, ରାଜ୍ୟରେ କ୍ଷମତା ପରିବର୍ତ୍ତନର ମାତ୍ର ୪ ମାସ ମଧ୍ୟରେ ଲୋକମାନେ ଭାଜପାର ‘ଅସଲ ଚେହେରା’ ବୁଝିସାରିଛନ୍ତି।

ମମତା ବାନାର୍ଜୀ ମହିଳାଙ୍କ ପାଇଁ ଚାଲୁଥିବା ‘ଅନ୍ନପୂର୍ଣ୍ଣା ଭଣ୍ଡାର’ ଆର୍ଥିକ ସହାୟତା ଯୋଜନାର ଟଙ୍କା ବଣ୍ଟନରେ କଥିତ ବିଳମ୍ବକୁ ନେଇ ମଧ୍ୟ ରାଜ୍ୟ ସରକାରଙ୍କୁ ଘେରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଅଯୋଗ୍ୟତାର ବାହାନା ଦେଖାଇ ଭାଜପା ସରକାର ହିତାଧିକାରୀଙ୍କ ସଂଖ୍ୟା କମାଉଛି। ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ପାଇଁ ତାଙ୍କ ଦଳ ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନା ଆରମ୍ଭ କରିଥିଲା ବୋଲି ମମତା କହିଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ, ଭାଜପା ସରକାର ଏହି ଯୋଜନାରେ ମଧ୍ୟ ଧର୍ମ ଓ ଜାତିକୁ ନେଇ ରାଜନୀତି କରୁଛି ଏବଂ ମହିଳାଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରୁନାହିଁ। ସେ ଅଭିଯୋଗ କରିଛନ୍ତି ଯେ ଅଯୋଗ୍ୟତାର ବାହାନା ଦେଖାଇ ଭାଜପା ସରକାର ହିତାଧିକାରୀଙ୍କ ସଂଖ୍ୟା କମାଉଛି। ମହିଳାମାନଙ୍କୁ ଆର୍ଥିକ ଭାବେ ସ୍ବାବଲମ୍ବୀ କରିବା ପାଇଁ ତାଙ୍କ ଦଳ ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନା ଆରମ୍ଭ କରିଥିଲା ବୋଲି ମମତା କହିଛନ୍ତି।

 

Odisha’s No.1 Odia Daily

Share