ମାଲ୍ୟବନ୍ତ ମହୋତ୍ସବରେ ଦୁଲୁକିଲା ଚିତ୍ରକୋଣ୍ଡା

ଚିତ୍ରକୋଣ୍ଡା,୧୧ା୧(ଡି.ଏନ୍‌.ଏ.): ମାଲକାନଗିରିର ସବୁଠାରୁ ବଡ଼ ତଥା ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଚିତ୍ରକୋଣ୍ଡାରେ ବୁଧବାର ଆରମ୍ଭ ହୋଇଛି। ଏହି ଅବସରରେ ଏକ କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲୁ, ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ, ଜିଲା ପରଷଦ ସଭ୍ୟା ବିନତୀ ଖିଲ ଉପସ୍ଥିତ ଥିଲେ। ଆଦିବାସୀଙ୍କ ପାରମ୍ପରିକ ଢେମ୍‌ସା ନୃତ୍ୟରେ ବିଧାୟକ, ବିଡିଓ, ତହସିଲଦାର ପ୍ରଶାସନିକ ଅଧିକାରୀ, ପଞ୍ଚାୟତ ପ୍ରତିନିଧି ଓ ଦର୍ଶକ ଝୁମିଛନ୍ତି। ଆଜି ଚିତ୍ରକୋଣ୍ଡା ମାଲ୍ୟବନ୍ତ ମହୋତ୍ସବ ଚିତ୍ରକୋଣ୍ଡା ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ରାଜେଶ୍ୱରୀ ଖିଲ ଓ ବିଡିଓ ରଘୁନାଥ ମୁଣ୍ଡାରୀଙ୍କ ନେତୃତ୍ୱରେ ଚିତ୍ରକୋଣ୍ଡା ନଦୀକୂଳତଟ ଦୁର୍ଗା ମନ୍ଦିର ପୀଠ ସିଲେରୁ ନଦୀକୂଳରୁ ପାରମ୍ପରିକ ପୂଜାବିଧି କଳସରେ ପାଣି ଉଠାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଓ ଚିତ୍ରକୋଣ୍ଡା ତହସିଲଦାର ଟି. ପଦ୍ମନାଭ ଦୋରା, ବନାଞ୍ଚଳ ଅଧିକାରୀ ବଳରାମ ନାୟକ, ଏସ୍‌ଡିଓ ଉମା ଶଙ୍କର ସାହୁ, ସିଡିପିଓ ଏ ଅର୍ଣ୍ଣପୂର୍ଣ୍ଣା ପ୍ରମୁଖ ସାମିଲ ଥିଲେ। ଆଜି ସନ୍ଧ୍ୟାଠାରୁ ଚିତ୍ରକୋଣ୍ଡା ମିନି ଷ୍ଟାଡିୟମ ପଡ଼ିଆରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଉକ୍ତ କାର୍ଯ୍ୟକ୍ରମକୁ ପିଇଓ ହେମନ୍ତ କୁମାର ଭୂୟାଁ, କନିଷ୍ଠ ଯନ୍ତ୍ରୀ,ନୟନ ସରକାର, ସହାୟକ ଯନ୍ତ୍ରୀ ସୂର୍ଯ୍ୟମଣି ବେହେରା, ସିପି ସୁଧାମୟ ମଣ୍ଡଳ,ବିପିଏମ ପର୍ଶୁରାମ ବେହେରା, ବିଏଲସି ସୋମନାଥ କୁମ୍ଭାର,ମିଶନ ଶକ୍ତି ସଂଯୋଜକ ରବୀନ୍ଦ୍ର ଭୂୟାଁ,ଏପିଓ ଉଛବ ଗିରି, ବିଏସ୍‌ଏସ୍‌ଓ ଅମର ମାଡ଼କାମୀ ଓ ଆସିଡିଏସ୍‌ ସୁପରଭାଇଜରଙ୍କ ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ,ସମତିସଭ୍ୟ,ପିଇଓ,ଯନ୍ତ୍ରୀ,ଜିଆରଏସ୍‌ ଓ ସେଲସ୍‌ମ୍ୟାନ, ଶିକ୍ଷକ, ସାମାଜିକ କର୍ମୀ ପରିଚାଳନା କରିଥିବା ବେଳେ ଚିତ୍ରକୋଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀ ମୁକୁନ୍ଦ ମେଲେକା ଏବଂ ଓଆଇସି ଅନିଲ କୁମାର ପରିଡ଼ା ସମସ୍ତ ପୋଲିସ ସୁରକ୍ଷା ଯୋଗାଇଥିଲେ।