ଭାରତରେ ଅପପୁଷ୍ଟି କମୁଛି

ଜାତିସଂଘ,୧୫ା୭: ଭାରତରେ ୧୦ ବର୍ଷ ମଧ୍ୟରେ ଅପପୁଷ୍ଟିରେ ପୀଡ଼ିତଙ୍କ ସଂଖ୍ୟା ୬ କୋଟି ହ୍ରାସ ପାଇଛି। ଅନ୍ୟପକ୍ଷରେ ବୟସ୍କଙ୍କଠାରେ ମେଦବହୁଳତା ବୃଦ୍ଧି ପାଉଥିବା ଜାତିସଂଘ ରିପୋର୍ଟରେ କୁହାଯାଇଛି। ଜାତିସଂଘ ପକ୍ଷରୁ ସୋମବାର ପ୍ରକାଶ ପାଇଥିବା ବିଶ୍ୱରେ ଖାଦ୍ୟ ନିରାପତ୍ତା ଓ ପୋଷଣ ସ୍ଥିତି ରିପୋର୍ଟ ଅନୁଯାୟୀ ୨୦୧୯ରେ ସାରା ବିଶ୍ୱରେ ୬୯ କୋଟି ଲୋକ କୁପୋଷଣ ବା କ୍ଷୁଧାରେ ରହୁଛନ୍ତି। ୨୦୧୮ ତୁଳନାରେ ଏହା ୧ କୋଟି ଅଧିକ। ୨୦୦୪-୦୬ରେ ଭାରତରେ ୨୪ କୋଟି ୯୪ ଲକ୍ଷ ଲୋକ କୁପୋଷଣ ମଧ୍ୟରେ ରହିଥିବାବେଳେ ୨୦୧୭-୧୯ରେ ଏହି ସଂଖ୍ୟା ୧୮ କୋଟି ୯୨ ଲକ୍ଷକୁ ହ୍ରାସ ପାଇଛି। ଅର୍ଥାତ୍‌ ଏହି ସମୟ ମଧ୍ୟରେ ଦେଶରେ କୁପୋଷଣ ହାର ୨୧.୭ ପ୍ରତିଶତରୁ ୧୪ ପ୍ରତିଶତକୁ କମିଆସିଛି। ଦୁଇ ବୃହତ ଅର୍ଥ ବ୍ୟବସ୍ଥା ଚାଇନା ଓ ଭାରତ ପାଇଁ ପୂର୍ବ ଏବଂ ଦକ୍ଷିଣ ଏସିଆରେ କୁପୋଷଣ କମିଥିବା ରିପୋର୍ଟରେ କୁହାଯାଇଛି। ଦୀର୍ଘମିଆଦୀ ଅର୍ଥନୈତିକ ଅଭିବୃଦ୍ଧି, ଅସମାନତାରେ ହ୍ରାସ, ମୌଳିକ ଦ୍ରବ୍ୟ ଓ ସେବା ଅଧିକ ଲୋକଙ୍କ ପାଖରେ ପହଞ୍ଚତ୍ବା ଫଳରେ ଏହା ସମ୍ଭବ ହୋଇପାରିଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ (ଏଫ୍‌ଏଓ), ଅନ୍ତର୍ଜାତୀୟ କୃଷି ବିକାଶ ପାଣ୍ଠି (ଆଇଏଫ୍‌ଏଡି), ୟୁନିସେଫ୍‌, ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲ୍ୟୁଏଫ୍‌ପି) ଏବଂ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ) ପକ୍ଷରୁ ମିଳିତ ଭାବେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ରିପୋର୍ଟ ଅନୁଯାୟୀ ଭାରତରେ ୫ ବର୍ଷରୁ କମ୍‌ ବୟସର ପିଲାଙ୍କ ଅପପୁଷ୍ଟି ହାର ୨୦୧୨ରେ ୪୭.୮% ଥିବାବେଳେ ୨୦୧୯ରେ ୩୪.୭%କୁ ହ୍ରାସ ପାଇଛି। ତେବେ ୨୦୧୨ରୁ ୨୦୧୬ ମଧ୍ୟରେ ଭାରତରେ ବୟସ୍କମାନଙ୍କଠାରେ ମେଦବହୁଳତା ବୃଦ୍ଧି ପାଇଛି। ୨୦୧୨ରେ ୧୮ ବର୍ଷ କିମ୍ବା ତଦୂର୍ଦ୍ଧ୍ୱ ବୟସର ୨କୋଟି ୫୨ ଲକ୍ଷ ଲୋକ ମେଦବହୁଳତାର ଶିକାର ହୋଇଥିବାବେଳେ ୨୦୧୬ରେ ଏହା ୩.୪୩ କୋଟିକୁ ବୃଦ୍ଧି ପାଇଛି। ଅର୍ଥାତ୍‌ ଏହି ସମୟ ମଧ୍ୟରେ ମେଦବହୁଳତା ହାର ୩.୧%ରୁ ୩.୯%କୁ ବଢ଼ିଛି। ସେହିପରି ୨୦୧୨ରେ ୧୫ରୁ ୪୯ ବର୍ଷ ବୟସର ୧୬.୫୬ କୋଟି ମହିଳା ରକ୍ତହୀନତାର ଶିକାର ହୋଇଥିବାବେଳେ ୨୦୧୬ରେ ଏହା ୧୭.୫୬ କୋଟିକୁ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ଆଫ୍ରିକାରେ କ୍ଷୁଧିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିଚାଲିଛି। କରୋନା ମହାମାରୀ ଯୋଗୁ ଚଳିତ ବର୍ଷ ଶେଷ ବେଳକୁ ଭୋକିଲା ତାଲିକାରେ ଆଉ ୧୩ କୋଟି ସାମିଲ ହେବେ ବୋଲି ଆକଳନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ଚନ୍ଦ୍ରକୁ ମହାକାଶଚାରୀ ପଠାଇଲା ନାସା, ରକେଟ ଛଡ଼ାଯିବାର ୫ ମିନିଟ୍‌ ପରେ କମାଣ୍ଡର କହିଲେ…

କେପ୍‌ କାନାଭେରାଲ,୨ା୪: ଆମେରିକାର ନ୍ୟାଶନାଲ ଏରୋନଟିକ୍ସ ଆଣ୍ଡ୍‌ ସ୍ପେସ୍‌ ଆଡମିନିଷ୍ଟ୍ରେଶନ(ନାସା) ବୁଧବାର ଚନ୍ଦ୍ର ଅଭିମୁଖେ ୪ଜଣ ମହାକାଶଚାରୀଙ୍କୁ ପଠାଇଛି। ଆର୍ଟେମିସ୍‌-୨ ନାମରେ ଏହି ଚନ୍ଦ୍ର ଅଭିଯାନ ୩ଜଣ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri