Posted inଜାତୀୟ

ବଡ଼ ପରିବର୍ତ୍ତନ କଲା କଂଗ୍ରେସ, ୬ ରାଜ୍ୟ ପାଇଁ ୬ ମହିଳାଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୦।୨: କଂଗ୍ରେସ ଦଳ ସାରା ଦେଶରେ ସଂଗଠନକୁ ମଜବୁତ କରିବା ପାଇଁ ବଡ଼ ପରିବର୍ତ୍ତନ କରୁଛି। କଂଗ୍ରେସ ଏବେ ଅନେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ମହିଳା ମୋର୍ଚ୍ଚା ପାଇଁ ସଭାପତି ଘୋଷଣା କରିଛି। କଂଗ୍ରେସ ସାରିକା ସିଂଙ୍କୁ ରାଜସ୍ଥାନ ମହିଳା କଂଗ୍ରେସର ସଭାପତି କରିଛି। ଏହା ବ୍ୟତୀତ ଗୀତା ପଟେଲଙ୍କୁ ଗୁଜରାଟ ଏବଂ ଡ. ପ୍ରତୀକ୍ଷା ଏନ. ଖଲପଙ୍କୁ ଗୋଆ ମହିଳା କଂଗ୍ରେସର ସଭାପତି କରାଯାଇଛି।

କଂଗ୍ରେସ ମଣିପୁର ପାଇଁ ଜୋଡିନଲିଆନିଙ୍କୁ, ଏ. ରହମାଥୁନ୍ନିସାଙ୍କୁ ପୁଡୁଚେରୀର ଏବଂ ଜୁବୈଦା ବେଗମଙ୍କୁ ଆଣ୍ଡାମାନ ନିକୋବର ମହିଳା କଂଗ୍ରେସର ସଭାପତି କରାଯାଇଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ ବୁଧବାର ଅଖିଳ ଭାରତ କଂଗ୍ରେସ କମିଟିର ସାଧାରଣ ସମ୍ପାଦକମାନଙ୍କ ବୈଠକର ଅଧ୍ୟକ୍ଷତା କରିଥିଲେ। ଦଳ ଭିତରେ ଉତ୍ତରଦାୟିତ୍ୱର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ଖାର୍ଗେ କହିଛନ୍ତି , ସମସ୍ତ ସାଧାରଣ ସମ୍ପାଦକ ଏବଂ ପ୍ରଭାରୀମାନେ ସେମାନଙ୍କ ଦାୟିତ୍ୱରେ ଥିବା ରାଜ୍ୟଗୁଡ଼ିକରେ ସଂଗଠନ ଏବଂ ନିର୍ବାଚନ ଫଳାଫଳ ପାଇଁ ଦାୟୀ ରହିବେ।

ଏହି ବୈଠକରେ କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଖାର୍ଗେଙ୍କ ବ୍ୟତୀତ, ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, ସଂଗଠନ ମହାସଚିବ କେସି ଭେଣୁଗୋପାଳ, ମହାସଚିବ ପ୍ରିୟଙ୍କା ଗାନ୍ଧୀ, ଅନେକ ମହାସଚିବ ଏବଂ ପ୍ରଭାରୀ ଯୋଗ ଦେଇଥିଲେ। ଖାର୍ଗେ ଦଳୀୟ ପଦାଧିକାରୀଙ୍କୁ କହିଥିଲେ, ଅନେକ ସମୟରେ ଦଳକୁ ମଜବୁତ କରିବା ପାଇଁ ବହୁତ ଲୋକଙ୍କୁ ଶୀଘ୍ର ଦଳରେ ସାମିଲ କରାଯାଏ, କିନ୍ତୁ ଯେଉଁମାନେ ଆଦର୍ଶଗତ ଭାବରେ ଦୁର୍ବଳ ସେମାନେ କଷ୍ଟକର ସମୟରେ ପଳାଇଯାଆନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri