ମାତୃତ୍ୱ ଅପେକ୍ଷାରେ ଭିତରକନିକାର ସୁନ୍ଦରୀ ମଲ୍ଲୀ

ରାଜନଗର,୨୯ା୭ (ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନର ଶୋଭାକୁ ଦ୍ୱିଗୁଣିତ କରୁଥିବା ୨୯ ବର୍ଷିଆ ଶଙ୍ଖୁଆ ମା’ ଧଳା କୁମ୍ଭୀର ମଲ୍ଲୀ ଚଳିତବର୍ଷ ପ୍ରଜନନ ଋତୁରେ ସାମିଲ ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନର ଏକ ଆବଦ୍ଧ ପୁଷ୍କରିଣୀ ଭିତରେ ନିଃସଙ୍ଗ ଜୀବନ ବିତାଉଥିବା ମଲ୍ଲୀ ପୁଣି ଥରେ ମାତୃତ୍ୱ ଲାଭ କରିବା ପାଇଁ ବସା ବାନ୍ଧି ‘ବା’ ଅଣ୍ଡାଦାନ କରିଛି। ମା’ ହେବାର ଆଶା ବାନ୍ଧିଛି। ମଲ୍ଲୀ ଏଥିପୂର୍ବରୁ ଆବଦ୍ଧ ପୋଖରୀ ମଧ୍ୟରେ ୬ଥର ‘ବା’ ଅଣ୍ଡା ଦେଇଥିବା ବେଳେ ସେଥିରୁ ଛୁଆ ଫୁଟିବା ସମ୍ଭବ ହୋଇନାହିଁ। ଆବଦ୍ଧ ପୁଷ୍କରିଣୀ ମଧ୍ୟରେ ନିଃସଙ୍ଗତା ଭିତରେ ମଲ୍ଲୀ ପୁରୁଷ ସାଥୀ ସହିତ ମିଳନ ହେବାର ଇତିମଧ୍ୟରେ ୨୯ ବର୍ଷ ବିତିଲାଣି। ଏତେସତ୍ତ୍ୱେ ମଲ୍ଲୀ ସପ୍ତମ ଥର ପାଇଁ ‘ବା’ଅଣ୍ଡାଦେଇ ଛୁଆ ଫୁଟିବା ଆଶାରେ ଅସରନ୍ତି ସ୍ବପ୍ନ ଦେଖୁଛି।
୧୯୭୫ରେ ବିଶ୍ୱର ପ୍ରଥମ କୃତ୍ରିମ ଉପାୟରେ କୁମ୍ଭୀର ପ୍ରଜନନ ପ୍ରକ୍ରିୟା ଭିତରକନିକା ଜାତୀୟ ଉଦ୍ୟାନରେ ସ୍ଥାପନ କରାଯାଇଥିଲା। ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ. ଏଚ.ଆର୍‌. ବଷ୍ଟାର୍ଡ ଓ ଭାରତର ବିଶିଷ୍ଟ କୁମ୍ଭୀର ଗବେଷକ ଡ. ସୁଧାକର କର ଏହି ପ୍ରଜନନ ଦାୟିତ୍ୱରେ ରହିଥିଲେ। ୨୦୦୩ରେ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ଲାଗିଥିବା ବାଙ୍କୁଆଳ ଗାଁର ପଛ ଜଙ୍ଗଲରୁ ଏକା ସାଙ୍ଗରେ ୨ଟି ଧଳା କୁମ୍ଭୀର ଛୁଆ ଦେଖିବାକୁ ମିଳିଥିଲା। ବନ କର୍ମଚାରୀ ଜାଲରେ ୨ଟି ଧଳା କୁମ୍ଭୀର ଛୁଆଙ୍କୁ ଧରିଥିଲେ। ଅଧିକ ସଫା ଦିଶୁଥିବା ଧଳା କୁମ୍ଭୀର ଛୁଆକୁ ଗୋରୀ ରହୁଥିବା ପୋଖରୀ ପାଖରେ ଅନ୍ୟ ଏକ ଆବଦ୍ଧ ପୋଖରୀରେ ରଖାଯାଇଥିଲା। କମ ସଫା ଦିଶୁଥିବା କୁମ୍ଭୀର ଛୁଆକୁ ଶୁଆ ଯୋର ନିକଟ କ୍ରିକ୍‌ରେ ଛାଡ଼ି ଦିଆଯାଇଥିଲା। ଆବଦ୍ଧ ପୋଖରୀ ମଧ୍ୟରେ ଥିବା ଧଳା କୁମ୍ଭୀର ଛୁଆକୁ ଉପରିସ୍ଥ ଅଧିକାରୀମାନେ ଦେଖି ତା’ର ନାମ ମଲ୍ଲୀ ରଖିଥିଲେ। ମଲ୍ଲୀ ଫୁଲ ଧଳା ରଙ୍ଗର ହୋଇଥିବାରୁ କୁମ୍ଭୀରର ନାମ ରଖାଯାଇଥିଲା। ମଲ୍ଲୀ ଗୋରୀ ଠାରୁ ଅଧିକ ସଫା ଓ ଗୋରା ଦିଶୁଥିବାରୁ ଦୁଇ ଦଶନ୍ଧି ହେଲା ପର୍ଯ୍ୟଟକମାନେ ଗୋରୀ ଅପେକ୍ଷା ଏବେ ମଲ୍ଲୀକୁ ଦେଖିବାକୁ ଭିଡ ଜମାଉଛନ୍ତି। ମଲ୍ଲୀ ୫୦ ଡିସିମିଲ ବିଶିଷ୍ଟ ଆବଦ୍ଧ ପୋଖରୀରେ ଜୀବନ ବିତାଉଛି। ଏହି ପୋଖରୀକୁ ଭିତରକନିକା ନଈ ସହିତ ସଂଯୋଗ କରାଯାଇଛି। ନଈର ଜୁଆର ସମୟରେ ଜୁଆର ପାଣି ଏହି ପୋଖରୀ ମଧ୍ୟକୁ ଆସିଥାଏ। ଜୁଆର ସହିତ ମାଛ ମଧ୍ୟ ପୋଖରୀକୁ ଆସିଥାନ୍ତି। ମଲ୍ଲୀ ଚଳିତବର୍ଷ ଜାଗା ଚିହ୍ନଟ କରି ଅଣ୍ଡା ଦେଇଛି। ଆବଦ୍ଧ ପୋଖରୀର ଉଚ୍ଚା ସ୍ଥାନରେ କାଠି, କୁଟା ଓ ଖରଖରି ପତ୍ର ଠୁଳ କରି ବସା ବାନ୍ଧିବା ସହ ଅଣ୍ଡା ଦେଇ ବସାକୁ ଜଗି ରହିଛି। ଏଥିପାଇଁ ୭ରୁ ୮ ଦିନ ହେଲା ମଲ୍ଲୀ ଅସ୍ବାଭିକ ଆଚରଣ କରୁଛି। ପୂର୍ବରୁ ତାକୁ ଖାଇବାକୁ ଦେଉଥିବା ବନ କର୍ମଚାରୀ ପୂର୍ବରୁ ତା’ ପୋଖରୀ ନିକଟରେ ବଞ୍ଚିତ ମଲ୍ଲୀ ନାଁ ଧରି ଡାକି ଦେଲେ ଖାଇବା ପାଇଁ ଦୌଡି ଆସୁଥିଲା। କିନ୍ତୁ ମଲ୍ଲୀର ଏପରି ଅସ୍ବାଭାବିକ ବ୍ୟବହାର ବନ କର୍ମଚାରୀମାନଙ୍କୁ ଆଶ୍ଚର୍ଯ୍ୟ କରିଛି।
ମଲ୍ଲୀ ୨୦୧୮ ମସିହାରେ ପ୍ରଥମ ଥର ପାଇଁ ୧୮ଟି ଅଣ୍ଡା ଦେଇଥିଲା। ପୁରୁଷ କୁମ୍ଭୀର ସହ ମଲ୍ଲୀ ମିଳନ ପ୍ରକ୍ରିୟାରେ ସାମିଲ ହୋଇ ନ ଥିବାରୁ ସେ ଅଣ୍ଡାରୁ ଛୁଆ ବାହାରି ନ ଥିଲା। ୨୦୧୯ରେ ୨୪ଟି, ୨୦୨୦ରେ ୧୮ଟି, ୨୦୨୧ରେ ୨୭ଟି, ୨୦୨୨ରେ ୨୯ଟି, ୨୦୨୩ରେ ୨୩ଟି ଅଣ୍ଡା ଦେଇଥିଲେ ମଧ୍ୟ ସେ ଅଣ୍ଡାରୁ ଛୁଆ ବାହାରି ନ ଥିଲେ। ଚଳିତବର୍ଷ ମଧ୍ୟ ମଲ୍ଲୀ ବସା କରି ଅଣ୍ଡା ଦେଇଛି। ମଲ୍ଲୀ ଅଣ୍ଡା ଦେଇ, ଅନ୍ୟ କୁମ୍ଭୀରଙ୍କ ପରି ଅଣ୍ଡାକୁ ଜଗି ରହିଛି। ମାତ୍ର ପୁରୁଷ କୁମ୍ଭୀର ସହ ମିଳନ ହୋଇ ନ ଥିବାରୁ ମଲ୍ଲୀ ଦେଇଥିବା ଅଣ୍ଡାରୁ କ’ଣ ଛୁଆ ବାହାରିବ ଓ ମଲ୍ଲୀ ମା’ ହୋଇପାରିବ। ତାହାକୁ ନେଇ ପ୍ରଶ୍ନ ଉଠିଛି। ପୁରୁଷ କୁମ୍ଭୀର ସହିତ ମଲ୍ଲୀର ମିଳନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ଓ ମଲ୍ଲୀ ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବାରୁ ସେ ଅଣ୍ଡା ଦେଇଥିଲେ ବି ମା’ ହେବ କି ନାହିଁ, ଆଶଙ୍କା ରହିଛି। ଭାରତର ଦ୍ୱିତୀୟ ଧଳା କୁମ୍ଭୀର ମଲ୍ଲୀ ମା’ ହେବ ନା ଗୋରୀ ପରି ମାତୃତ୍ୱରୁ ବଞ୍ଚତ୍ତ ରହିବ, ସେ ନେଇ ବନ ବିଭାଗ ବିଚାର ବିମର୍ଶ କରିବା ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ମଲ୍ଲୀ ପାଇଁ ଉପଯୁକ୍ତ ସାଥୀ ବାଛିବା ପାଇଁ କୁମ୍ଭୀର ବିଶାରଦଙ୍କ ସହ ବିଚାର ବିମର୍ଶ ଜାରି ରହିଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବିଜୟ ସହିତ ମୁମ୍ବାଇର ଅଭିଯାନ ଆରମ୍ଭ

ମୁମ୍ବାଇ,୨୯ା୩: ରୋହିତ ଶର୍ମା ଓ ରିୟାନ ରିକଲଟନଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ମୁମ୍ବାଇ ଇଣ୍ଡିଆନ୍ସ (ଏମ୍‌ଆଇ) ରବିବାର ଖେଳାଯାଇଥିବା ଆଇପିଏଲ୍‌ ମ୍ୟାଚ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌)କୁ ୬…

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

ଇସ୍ରାଏଲ ଉପରେ ବଡ଼ ଆକ୍ରମଣ କଲା ଇରାନ; କେମିକାଲ୍ ଲିକ୍ ନେଇ ଚେତାବନୀ, ଝରକା ବନ୍ଦ ରଖିବାକୁ…

ନୂଆଦିଲ୍ଲୀ,୨୯।୩: ଇରାନ ଇସ୍ରାଏଲର ଏକ ପ୍ରମୁଖ ରାସାୟନିକ କେନ୍ଦ୍ର ଉପରେ ବାଲିଷ୍ଟିକ୍ ମିଶାଇଲ୍ ହମଲା କରିଛି । ଏହା ଫଳରେ ସେହି ସ୍ଥାନରେ ଏକ ବଡ଼ ଅଗ୍ନିକାଣ୍ଡ ଘଟିଛି…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri