ମାତୃତ୍ୱ ଅପେକ୍ଷାରେ ଭିତରକନିକାର ସୁନ୍ଦରୀ ମଲ୍ଲୀ

ରାଜନଗର,୨୯ା୭ (ଭାସ୍କର ରାଉତରାୟ): ଭିତରକନିକା ଜାତୀୟ ଉଦ୍ୟାନର ଶୋଭାକୁ ଦ୍ୱିଗୁଣିତ କରୁଥିବା ୨୯ ବର୍ଷିଆ ଶଙ୍ଖୁଆ ମା’ ଧଳା କୁମ୍ଭୀର ମଲ୍ଲୀ ଚଳିତବର୍ଷ ପ୍ରଜନନ ଋତୁରେ ସାମିଲ ହୋଇଛି। ଭିତରକନିକା ଜାତୀୟ ଉଦ୍ୟାନର ଏକ ଆବଦ୍ଧ ପୁଷ୍କରିଣୀ ଭିତରେ ନିଃସଙ୍ଗ ଜୀବନ ବିତାଉଥିବା ମଲ୍ଲୀ ପୁଣି ଥରେ ମାତୃତ୍ୱ ଲାଭ କରିବା ପାଇଁ ବସା ବାନ୍ଧି ‘ବା’ ଅଣ୍ଡାଦାନ କରିଛି। ମା’ ହେବାର ଆଶା ବାନ୍ଧିଛି। ମଲ୍ଲୀ ଏଥିପୂର୍ବରୁ ଆବଦ୍ଧ ପୋଖରୀ ମଧ୍ୟରେ ୬ଥର ‘ବା’ ଅଣ୍ଡା ଦେଇଥିବା ବେଳେ ସେଥିରୁ ଛୁଆ ଫୁଟିବା ସମ୍ଭବ ହୋଇନାହିଁ। ଆବଦ୍ଧ ପୁଷ୍କରିଣୀ ମଧ୍ୟରେ ନିଃସଙ୍ଗତା ଭିତରେ ମଲ୍ଲୀ ପୁରୁଷ ସାଥୀ ସହିତ ମିଳନ ହେବାର ଇତିମଧ୍ୟରେ ୨୯ ବର୍ଷ ବିତିଲାଣି। ଏତେସତ୍ତ୍ୱେ ମଲ୍ଲୀ ସପ୍ତମ ଥର ପାଇଁ ‘ବା’ଅଣ୍ଡାଦେଇ ଛୁଆ ଫୁଟିବା ଆଶାରେ ଅସରନ୍ତି ସ୍ବପ୍ନ ଦେଖୁଛି।
୧୯୭୫ରେ ବିଶ୍ୱର ପ୍ରଥମ କୃତ୍ରିମ ଉପାୟରେ କୁମ୍ଭୀର ପ୍ରଜନନ ପ୍ରକ୍ରିୟା ଭିତରକନିକା ଜାତୀୟ ଉଦ୍ୟାନରେ ସ୍ଥାପନ କରାଯାଇଥିଲା। ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡ. ଏଚ.ଆର୍‌. ବଷ୍ଟାର୍ଡ ଓ ଭାରତର ବିଶିଷ୍ଟ କୁମ୍ଭୀର ଗବେଷକ ଡ. ସୁଧାକର କର ଏହି ପ୍ରଜନନ ଦାୟିତ୍ୱରେ ରହିଥିଲେ। ୨୦୦୩ରେ ଡାଙ୍ଗମାଳ କୁମ୍ଭୀର ପ୍ରଜନନ କେନ୍ଦ୍ରକୁ ଲାଗିଥିବା ବାଙ୍କୁଆଳ ଗାଁର ପଛ ଜଙ୍ଗଲରୁ ଏକା ସାଙ୍ଗରେ ୨ଟି ଧଳା କୁମ୍ଭୀର ଛୁଆ ଦେଖିବାକୁ ମିଳିଥିଲା। ବନ କର୍ମଚାରୀ ଜାଲରେ ୨ଟି ଧଳା କୁମ୍ଭୀର ଛୁଆଙ୍କୁ ଧରିଥିଲେ। ଅଧିକ ସଫା ଦିଶୁଥିବା ଧଳା କୁମ୍ଭୀର ଛୁଆକୁ ଗୋରୀ ରହୁଥିବା ପୋଖରୀ ପାଖରେ ଅନ୍ୟ ଏକ ଆବଦ୍ଧ ପୋଖରୀରେ ରଖାଯାଇଥିଲା। କମ ସଫା ଦିଶୁଥିବା କୁମ୍ଭୀର ଛୁଆକୁ ଶୁଆ ଯୋର ନିକଟ କ୍ରିକ୍‌ରେ ଛାଡ଼ି ଦିଆଯାଇଥିଲା। ଆବଦ୍ଧ ପୋଖରୀ ମଧ୍ୟରେ ଥିବା ଧଳା କୁମ୍ଭୀର ଛୁଆକୁ ଉପରିସ୍ଥ ଅଧିକାରୀମାନେ ଦେଖି ତା’ର ନାମ ମଲ୍ଲୀ ରଖିଥିଲେ। ମଲ୍ଲୀ ଫୁଲ ଧଳା ରଙ୍ଗର ହୋଇଥିବାରୁ କୁମ୍ଭୀରର ନାମ ରଖାଯାଇଥିଲା। ମଲ୍ଲୀ ଗୋରୀ ଠାରୁ ଅଧିକ ସଫା ଓ ଗୋରା ଦିଶୁଥିବାରୁ ଦୁଇ ଦଶନ୍ଧି ହେଲା ପର୍ଯ୍ୟଟକମାନେ ଗୋରୀ ଅପେକ୍ଷା ଏବେ ମଲ୍ଲୀକୁ ଦେଖିବାକୁ ଭିଡ ଜମାଉଛନ୍ତି। ମଲ୍ଲୀ ୫୦ ଡିସିମିଲ ବିଶିଷ୍ଟ ଆବଦ୍ଧ ପୋଖରୀରେ ଜୀବନ ବିତାଉଛି। ଏହି ପୋଖରୀକୁ ଭିତରକନିକା ନଈ ସହିତ ସଂଯୋଗ କରାଯାଇଛି। ନଈର ଜୁଆର ସମୟରେ ଜୁଆର ପାଣି ଏହି ପୋଖରୀ ମଧ୍ୟକୁ ଆସିଥାଏ। ଜୁଆର ସହିତ ମାଛ ମଧ୍ୟ ପୋଖରୀକୁ ଆସିଥାନ୍ତି। ମଲ୍ଲୀ ଚଳିତବର୍ଷ ଜାଗା ଚିହ୍ନଟ କରି ଅଣ୍ଡା ଦେଇଛି। ଆବଦ୍ଧ ପୋଖରୀର ଉଚ୍ଚା ସ୍ଥାନରେ କାଠି, କୁଟା ଓ ଖରଖରି ପତ୍ର ଠୁଳ କରି ବସା ବାନ୍ଧିବା ସହ ଅଣ୍ଡା ଦେଇ ବସାକୁ ଜଗି ରହିଛି। ଏଥିପାଇଁ ୭ରୁ ୮ ଦିନ ହେଲା ମଲ୍ଲୀ ଅସ୍ବାଭିକ ଆଚରଣ କରୁଛି। ପୂର୍ବରୁ ତାକୁ ଖାଇବାକୁ ଦେଉଥିବା ବନ କର୍ମଚାରୀ ପୂର୍ବରୁ ତା’ ପୋଖରୀ ନିକଟରେ ବଞ୍ଚିତ ମଲ୍ଲୀ ନାଁ ଧରି ଡାକି ଦେଲେ ଖାଇବା ପାଇଁ ଦୌଡି ଆସୁଥିଲା। କିନ୍ତୁ ମଲ୍ଲୀର ଏପରି ଅସ୍ବାଭାବିକ ବ୍ୟବହାର ବନ କର୍ମଚାରୀମାନଙ୍କୁ ଆଶ୍ଚର୍ଯ୍ୟ କରିଛି।
ମଲ୍ଲୀ ୨୦୧୮ ମସିହାରେ ପ୍ରଥମ ଥର ପାଇଁ ୧୮ଟି ଅଣ୍ଡା ଦେଇଥିଲା। ପୁରୁଷ କୁମ୍ଭୀର ସହ ମଲ୍ଲୀ ମିଳନ ପ୍ରକ୍ରିୟାରେ ସାମିଲ ହୋଇ ନ ଥିବାରୁ ସେ ଅଣ୍ଡାରୁ ଛୁଆ ବାହାରି ନ ଥିଲା। ୨୦୧୯ରେ ୨୪ଟି, ୨୦୨୦ରେ ୧୮ଟି, ୨୦୨୧ରେ ୨୭ଟି, ୨୦୨୨ରେ ୨୯ଟି, ୨୦୨୩ରେ ୨୩ଟି ଅଣ୍ଡା ଦେଇଥିଲେ ମଧ୍ୟ ସେ ଅଣ୍ଡାରୁ ଛୁଆ ବାହାରି ନ ଥିଲେ। ଚଳିତବର୍ଷ ମଧ୍ୟ ମଲ୍ଲୀ ବସା କରି ଅଣ୍ଡା ଦେଇଛି। ମଲ୍ଲୀ ଅଣ୍ଡା ଦେଇ, ଅନ୍ୟ କୁମ୍ଭୀରଙ୍କ ପରି ଅଣ୍ଡାକୁ ଜଗି ରହିଛି। ମାତ୍ର ପୁରୁଷ କୁମ୍ଭୀର ସହ ମିଳନ ହୋଇ ନ ଥିବାରୁ ମଲ୍ଲୀ ଦେଇଥିବା ଅଣ୍ଡାରୁ କ’ଣ ଛୁଆ ବାହାରିବ ଓ ମଲ୍ଲୀ ମା’ ହୋଇପାରିବ। ତାହାକୁ ନେଇ ପ୍ରଶ୍ନ ଉଠିଛି। ପୁରୁଷ କୁମ୍ଭୀର ସହିତ ମଲ୍ଲୀର ମିଳନ ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିବାରୁ ଓ ମଲ୍ଲୀ ଆବଦ୍ଧ ପୋଖରୀ ମଧ୍ୟରେ ନିଃସଙ୍ଗ ଜୀବନ ବିତାଉଥିବାରୁ ସେ ଅଣ୍ଡା ଦେଇଥିଲେ ବି ମା’ ହେବ କି ନାହିଁ, ଆଶଙ୍କା ରହିଛି। ଭାରତର ଦ୍ୱିତୀୟ ଧଳା କୁମ୍ଭୀର ମଲ୍ଲୀ ମା’ ହେବ ନା ଗୋରୀ ପରି ମାତୃତ୍ୱରୁ ବଞ୍ଚତ୍ତ ରହିବ, ସେ ନେଇ ବନ ବିଭାଗ ବିଚାର ବିମର୍ଶ କରିବା ଜରୁରୀ ହୋଇପଡିଛି। ଏ ସମ୍ପର୍କରେ ରାଜନଗର ଡିଏଫ୍‌ଓ ସୁଦର୍ଶନ ଗୋପୀନାଥ ଯାଦବଙ୍କୁ ପଚାରିବାରେ ମଲ୍ଲୀ ପାଇଁ ଉପଯୁକ୍ତ ସାଥୀ ବାଛିବା ପାଇଁ କୁମ୍ଭୀର ବିଶାରଦଙ୍କ ସହ ବିଚାର ବିମର୍ଶ ଜାରି ରହିଛି ବୋଲି ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri