ମାଲକାନଗିରି ହେବ ରାଜ୍ୟର ସର୍ବଶ୍ରେଷ୍ଠ ଜିଲା

ମାଲକାନଗିରି, ୧୬ା୧ (ଡି.ଏନ୍‌.ଏ.): ମାଲ୍ୟବନ୍ତ ମହୋତ୍ସବର ମୁଖ୍ୟ ଉତ୍ସବ ରବିବାର ମାଲକାନଗିରି ସଦରମହକୁମାରେ ଆରମ୍ଭ ହୋଇଛି। ପୂର୍ବାହ୍ନରେ ଆମାକୁଣ୍ଡରୁ ସଂଗ୍ରହ କରାଯାଇଥିବା ଜଳ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ଡିଏନ୍‌କେ ଖେଳପଡିଆ ମୁଖ୍ୟ ମଣ୍ଡପକୁ ନିଆଯାଇଥିଲା। କଳସ ଶୋଭାଯାତ୍ରାରେ ବ୍ରହ୍ମପୁର, ସମ୍ବଲପୁର, କଳାହାଣ୍ଡି, ପୂରୀରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ସହ ମାଲକାନଗିରି ଜିଲାର କୋୟା, ଡିଡାୟୀ, ବଣ୍ଡା, ଦୁରୁଆ, ପରଜା ଜନଜାତିଙ୍କ ପାରମ୍ପରିକ ନୃତ୍ୟ ଗୀତରେ ସହର ପ୍ରକମ୍ପିତ ହୋଇଉଠିଥିଲା। ସ୍ବୟଂସହାୟକ ଗୋଷ୍ଠୀଙ୍କ ଶଙ୍ଖ ଧ୍ୱନି, ହୁଳହୁଳିରେ ମୁଖ୍ୟମଣ୍ଡପରେ ଜଳକଳସ ସ୍ଥାପନ କରାଯାଇଥିଲା।
ଜିଲାପାଳ ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଇସ୍ପାତ, ଖଣି ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି, ଅଧ୍ୟକ୍ଷ ଆଡମା ରାବା, ଏମ୍‌ପି ରମେଶ ମାଝି, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଯୋଗ ଦେଇଥିଲେ। ମାଲକାନଗିରି ଜିଲା ଆଜି ସମଗ୍ର ରାଜ୍ୟରେ ଏକ ପ୍ରଗତିର ଜିଲା ରୂପେ ପରିଚିତ। ଆଗାମୀ ଦିନରେ ମାଲକାନଗିରି ଜିଲାକୁ ରାଜ୍ୟର ସର୍ବଶ୍ରେଷ୍ଠ ଜିଲାରେ ପରିଣତ କରାଯିବ ବୋଲି ମୁଖ୍ୟଅତିଥି ମଲ୍ଲିକ କହିଥିଲେ। ମାଲ୍ୟବନ୍ତ ମହୋତ୍ସବର ପରମ୍ପରା, ଐତିହ୍ୟ ଉପରେ ଆଲୋକପାତ କରି ଲୁକ୍କାୟିତ କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପୂର୍ବତନ ଏମ୍‌ପି ତଥା ସ୍ବତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲାପାଳ ବିଶାଲ ସିଂ, ଅତିରିକ୍ତ ଜିଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଉପଜିଲାପାଳ ଅକ୍ଷୟ ଖେମୁଣ୍ଡୁ, ଆଇଟିଡିଏ ପ୍ରଶାସକ ତ୍ରିନାଥ ମାଝି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ, ପୌରାଧ୍ୟକ୍ଷ ମନୋଜ ବାରିକଙ୍କ ସହ ବିଭିନ୍ନ ରାଜନୈତିକ ଦଳ, ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ। ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଅତିରିକ୍ତ ଜିଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଉପଜିଲାପାଳ ଅକ୍ଷୟ ଖେମୁଣ୍ଡୁ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଭୁବନେଶ୍ୱରର ଓଡ଼ିଶୀ ନୃତ୍ୟ, ମାଲକାନଗିରିର ବଣ୍ଡା ଓ କୋୟା ନୃତ୍ୟ, ହରିୟାଣାର ଲୋକନୃତ୍ୟ, ଗଞ୍ଜାମର ରଣପା ନୃତ୍ୟ, ଆସାମର ବିହୁ ନୃତ୍ୟ, ମାଲକାନଗିରି ଜିଲା ତଣ୍ଡିକିର ଆଦିବାସୀ ନୃତ୍ୟ, ପୁରୀ ଶିଳ୍ପୀ ନାଟ୍ୟମଣ୍ଡଳର ଲୋକନୃତ୍ୟ, କୋରାପୁଟର ଢେମସା ନୃତ୍ୟ, କୋଲକାତାର ନୂପୁର ଡ୍ୟାନ୍ସ, କନ୍ଧମାଳର ଲୋକନୃତ୍ୟ, ଭଞ୍ଜନଗରର ପଶୁନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶୁଭମ୍‌ ଓ ଦାହାନା ପରିଚାଳନା କରିଥିଲେ। ମାଲ୍ୟବନ୍ତ ମହୋତ୍ସବ ଅବସରରେ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଛି। ୫୦ରୁ ଊର୍ଦ୍ଧ୍ୱ ଷ୍ଟଲରେ ଏହା ୧୯ ତାରିଖ ଯାଏ ଚାଲିବ। ବିଭିନ୍ନ ବିଭାଗ ଓ ବ୍ୟାଙ୍କଗୁଡିକ ପକ୍ଷରୁ ଷ୍ଟଲମାନ ଉତ୍ସବରେ ଖୋଲିଛି। ସ୍ବୟଂ ସହାୟକ ଗୋଷ୍ଠୀଗୁଡିକ ଦ୍ୱାରା ବିଭିନ୍ନ ସାମଗ୍ରୀ ହଳଦୀ, ଧୂପକାଠି, ଝାଡୁ, ଝୁଣା, ବିଭିନ୍ନ ପ୍ରକାର ପାମ୍ପଡ, ବଡି, ଆଚାର, ମାଣ୍ଡିଆ, କାଙ୍ଗୁ, ବାଜରା, ଜଙ୍ଗଲଜାତ ଦ୍ରବ୍ୟ ଆଦି ପ୍ରଦର୍ଶନ ଓ ବିକ୍ରି ହେଉଛି। ଏଥିସହ ପାଟବସ୍ତ୍ର, ସମ୍ବଲପୁରୀ ବସ୍ତ୍ର, ବିଭିନ୍ନ ଅଳଙ୍କାର, ସାମୁଦ୍ରିକ ସାମଗ୍ରୀ, ସୌଖୀନ ସାମଗ୍ରୀ, ଘର ଉପକରଣ ଷ୍ଟଲଗୁଡିକରେ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କଲେ ଟପ୍‌ କ୍ୟାଡର ମାଓବାଦୀ, ସରକାରଙ୍କ ତରଫରୁ ମିଳିଲା…

ମାଲକାନଗିରି,୪ା୨(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ଟପ୍‌ କ୍ୟାଡର ମାଓବାଦୀ ସୁଖରାମ ମରକମ୍‌ ଓରଫ ସୁରେଶ ଓରଫ ୟୋଗେସ୍‌ ବୁଧବାର ମାଲକାନଗିରି ପୋଲିସ ନିକଟରେ ଅସ୍ତ୍ରଶସ୍ତ୍ର…

ଲାଞ୍ଚ ନେଇ ଧରାପଡ଼ିଲେ JE, ବିଦ୍ୟୁତ୍‌ ସଂଯୋଗ ପାଇଁ ଜଣେ ବ୍ୟକ୍ତିଙ୍କ ଠାରୁ…

ମାଲକାନଗିରି,୩।୨(ଦୁର୍ଯ୍ୟୋଧନ ପାତ୍ର): ଲାଞ୍ଚ ନେଇ ଧରାପଡ଼ିଲେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ। ୨୦ ହଜାର ଲାଞ୍ଚ ନେଉଥିବାବେଳେ JE ପ୍ରଦେଶ ନାୟକଙ୍କୁ ଭିଜିଲାନ୍ସ ଧରିଛି। ସଦର ମହକୁମା…

ଏକାବେଳକେ ଆଖିବୁଜିଦେଲେ ଦୁଇ ସାଙ୍ଗ : ଘରକୁ ଫେରିବା ବେଳେ…

ପଡିଆ,୨୧।୧(ଭାସ୍କର ରାଓ): ମାଲକାନଗିରି ଜିଲା ପଡିଆ ସଦର ବ୍ଲକ କମାରଗୁଡା ନିକଟରେ ଦୁର୍ଘଟଣା ଘଟିଛି। ଦୁଇ ସାଙ୍ଗ ଏକ ବାଇକ୍‌ରେ ଯିବା ବେଳେ ଦୁର୍ଘଟଣାରେ ଉଭୟଙ୍କ ମୃତ୍ୟୁ…

ହେଟାବାଘର କାଟିନେଲେ ଲାଞ୍ଜ, ଗୋଡ, ନଖ

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ରେଞ୍ଜ ଅଧୀନ କାଲିମେଳା-ମୋଟୁ ୩୨୬ ନମ୍ୱର ଜାତୀୟ ରାଜପଥର ଏମ୍‌ଭି ୭୨ ନିକଟ ଶାନ୍ତିନଗର ନିକଟରୁ ସୋମବାର ଗୋଟିଏ…

୩୨୬ ଜାତୀୟ ରାଜପଥରେ ହେଟା ବାଘକୁ ଧକ୍କା ଦେଲା ଅଜଣା ଗାଡି

କାଲିମେଳା,୧୯।୧(ଜୀବନ କୃଷ୍ଣ ଦାସ): ଦିନକୁ ଦିନ ଜଙ୍ଗଲ କ୍ଷୟ ହେବା ଫଳରେ ବନ୍ୟଜନ୍ତୁ ସହରମୁଖୀ ହେବାରେ ଦେଖିବାକୁ ମିଳିଛି। ଏଭଳି ସ୍ଥଳେ ଏକ ମାଲକାନଗିରି ଜିଲା କାଲିମେଳା…

ପୋଲିସ-ମାଓବାଦୀ ମୁହାଁମୁହିଁ: ଟଳିପଡିଲେ ମାଓବାଦୀ ନେତା ପାପା ରାଓ

ମାଲକାନଗିରି,୧୭ା୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ଜଣ ମାଓବାଦୀ ନିହତ ହୋଇଛନ୍ତି। ବିଜାପୁର…

ବେଆଇନ ପଥର ଖାଦାନରେ ଅଘଟଣ: ୨ ଶ୍ରମିକଙ୍କ ମୃତ, ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା

ମାଲକାନଗିରିରେ,୧୬।୨: ମାଲକାନଗିରି ଜିଲାରେ ବେଆଇନ ପଥର ଖାଦାନରୁ ପଥର ଖସି ଦୁଇ ଶ୍ରମିକଙ୍କ ପ୍ରାଣହାନି ଘଟିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ପ୍ରକାଶ…

ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ, ଭିଡିଓ କନ୍‌ଫରେନ୍ସିଂରେ ମୁଖ୍ୟମନ୍ତ୍ରୀ…

କାଲିମେଳା,୭ା୧(ଜୀବନକୃଷ୍ଣ ଦାସ): ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ, ପାପୁଲୁରୁ, କାଲିମେଳା ବ୍ଲକ, ମାଲକାନଗିରିରେ ହୋଇଯାଇଛି। ଯେଉଁଥିରେ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri