ମାଲକାନଗିରି ହେବ ରାଜ୍ୟର ସର୍ବଶ୍ରେଷ୍ଠ ଜିଲା

ମାଲକାନଗିରି, ୧୬ା୧ (ଡି.ଏନ୍‌.ଏ.): ମାଲ୍ୟବନ୍ତ ମହୋତ୍ସବର ମୁଖ୍ୟ ଉତ୍ସବ ରବିବାର ମାଲକାନଗିରି ସଦରମହକୁମାରେ ଆରମ୍ଭ ହୋଇଛି। ପୂର୍ବାହ୍ନରେ ଆମାକୁଣ୍ଡରୁ ସଂଗ୍ରହ କରାଯାଇଥିବା ଜଳ ଜଗନ୍ନାଥ ମନ୍ଦିରରୁ ପୂଜାର୍ଚ୍ଚନା ପରେ ଏକ ଶୋଭାଯାତ୍ରାରେ ଡିଏନ୍‌କେ ଖେଳପଡିଆ ମୁଖ୍ୟ ମଣ୍ଡପକୁ ନିଆଯାଇଥିଲା। କଳସ ଶୋଭାଯାତ୍ରାରେ ବ୍ରହ୍ମପୁର, ସମ୍ବଲପୁର, କଳାହାଣ୍ଡି, ପୂରୀରୁ ଆସିଥିବା ବିଭିନ୍ନ ସାଂସ୍କୃତିକ ଦଳ ସହ ମାଲକାନଗିରି ଜିଲାର କୋୟା, ଡିଡାୟୀ, ବଣ୍ଡା, ଦୁରୁଆ, ପରଜା ଜନଜାତିଙ୍କ ପାରମ୍ପରିକ ନୃତ୍ୟ ଗୀତରେ ସହର ପ୍ରକମ୍ପିତ ହୋଇଉଠିଥିଲା। ସ୍ବୟଂସହାୟକ ଗୋଷ୍ଠୀଙ୍କ ଶଙ୍ଖ ଧ୍ୱନି, ହୁଳହୁଳିରେ ମୁଖ୍ୟମଣ୍ଡପରେ ଜଳକଳସ ସ୍ଥାପନ କରାଯାଇଥିଲା।
ଜିଲାପାଳ ବିଶାଳ ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ ଇସ୍ପାତ, ଖଣି ଓ ପୂର୍ତ୍ତବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ ମହୋତ୍ସବକୁ ଉଦ୍‌ଘାଟନ କରିଥିଲେ। ସମ୍ମାନିତ ଅତିଥି ରୂପେ ସ୍ବତନ୍ତ୍ର ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି, ଅଧ୍ୟକ୍ଷ ଆଡମା ରାବା, ଏମ୍‌ପି ରମେଶ ମାଝି, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ ଯୋଗ ଦେଇଥିଲେ। ମାଲକାନଗିରି ଜିଲା ଆଜି ସମଗ୍ର ରାଜ୍ୟରେ ଏକ ପ୍ରଗତିର ଜିଲା ରୂପେ ପରିଚିତ। ଆଗାମୀ ଦିନରେ ମାଲକାନଗିରି ଜିଲାକୁ ରାଜ୍ୟର ସର୍ବଶ୍ରେଷ୍ଠ ଜିଲାରେ ପରିଣତ କରାଯିବ ବୋଲି ମୁଖ୍ୟଅତିଥି ମଲ୍ଲିକ କହିଥିଲେ। ମାଲ୍ୟବନ୍ତ ମହୋତ୍ସବର ପରମ୍ପରା, ଐତିହ୍ୟ ଉପରେ ଆଲୋକପାତ କରି ଲୁକ୍କାୟିତ କଳା ସଂସ୍କୃତିକୁ ଲୋକଲୋଚନକୁ ଆଣିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଅନ୍ୟ ଅତିଥିମାନେ ମତବ୍ୟକ୍ତ କରିଥିଲେ। ପୂର୍ବତନ ଏମ୍‌ପି ତଥା ସ୍ବତନ୍ତ୍ର ଉନ୍ନୟନ ବିକାଶ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା, ମାଲକାନଗିରି ବିଧାୟକ ଆଦିତ୍ୟ ମାଢ଼ି, ଜିଲା ପରିଷଦ ଅଧ୍ୟକ୍ଷା ସମାରୀ ତାଙ୍ଗୁଲ, ସ୍ବତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ଆଡମା ରାବା, ଜିଲାପାଳ ବିଶାଲ ସିଂ, ଅତିରିକ୍ତ ଜିଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଉପଜିଲାପାଳ ଅକ୍ଷୟ ଖେମୁଣ୍ଡୁ, ଆଇଟିଡିଏ ପ୍ରଶାସକ ତ୍ରିନାଥ ମାଝି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ବଳଭଦ୍ର ଦୀପ, ପୌରାଧ୍ୟକ୍ଷ ମନୋଜ ବାରିକଙ୍କ ସହ ବିଭିନ୍ନ ରାଜନୈତିକ ଦଳ, ପ୍ରଶାସନିକ ଅଧିକାରୀ, ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ରମାନେ ଉପସ୍ଥିତ ଥିଲେ। ଜିଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ଅତିରିକ୍ତ ଜିଲାପାଳ ମହେଶ୍ୱର ଚନ୍ଦ୍ର ନାୟକ, ଉପଜିଲାପାଳ ଅକ୍ଷୟ ଖେମୁଣ୍ଡୁ, ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ପ୍ରମିଳା ମାଝି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା। ଭୁବନେଶ୍ୱରର ଓଡ଼ିଶୀ ନୃତ୍ୟ, ମାଲକାନଗିରିର ବଣ୍ଡା ଓ କୋୟା ନୃତ୍ୟ, ହରିୟାଣାର ଲୋକନୃତ୍ୟ, ଗଞ୍ଜାମର ରଣପା ନୃତ୍ୟ, ଆସାମର ବିହୁ ନୃତ୍ୟ, ମାଲକାନଗିରି ଜିଲା ତଣ୍ଡିକିର ଆଦିବାସୀ ନୃତ୍ୟ, ପୁରୀ ଶିଳ୍ପୀ ନାଟ୍ୟମଣ୍ଡଳର ଲୋକନୃତ୍ୟ, କୋରାପୁଟର ଢେମସା ନୃତ୍ୟ, କୋଲକାତାର ନୂପୁର ଡ୍ୟାନ୍ସ, କନ୍ଧମାଳର ଲୋକନୃତ୍ୟ, ଭଞ୍ଜନଗରର ପଶୁନୃତ୍ୟ ପ୍ରଦର୍ଶନ କରାଯାଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମକୁ ଶୁଭମ୍‌ ଓ ଦାହାନା ପରିଚାଳନା କରିଥିଲେ। ମାଲ୍ୟବନ୍ତ ମହୋତ୍ସବ ଅବସରରେ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଛି। ୫୦ରୁ ଊର୍ଦ୍ଧ୍ୱ ଷ୍ଟଲରେ ଏହା ୧୯ ତାରିଖ ଯାଏ ଚାଲିବ। ବିଭିନ୍ନ ବିଭାଗ ଓ ବ୍ୟାଙ୍କଗୁଡିକ ପକ୍ଷରୁ ଷ୍ଟଲମାନ ଉତ୍ସବରେ ଖୋଲିଛି। ସ୍ବୟଂ ସହାୟକ ଗୋଷ୍ଠୀଗୁଡିକ ଦ୍ୱାରା ବିଭିନ୍ନ ସାମଗ୍ରୀ ହଳଦୀ, ଧୂପକାଠି, ଝାଡୁ, ଝୁଣା, ବିଭିନ୍ନ ପ୍ରକାର ପାମ୍ପଡ, ବଡି, ଆଚାର, ମାଣ୍ଡିଆ, କାଙ୍ଗୁ, ବାଜରା, ଜଙ୍ଗଲଜାତ ଦ୍ରବ୍ୟ ଆଦି ପ୍ରଦର୍ଶନ ଓ ବିକ୍ରି ହେଉଛି। ଏଥିସହ ପାଟବସ୍ତ୍ର, ସମ୍ବଲପୁରୀ ବସ୍ତ୍ର, ବିଭିନ୍ନ ଅଳଙ୍କାର, ସାମୁଦ୍ରିକ ସାମଗ୍ରୀ, ସୌଖୀନ ସାମଗ୍ରୀ, ଘର ଉପକରଣ ଷ୍ଟଲଗୁଡିକରେ ମିଳୁଛି।


Enter your email to get our daily news in your inbox.

All Right Reserved By Dharitri.Com

ମନମୋହୁଛି ମାଲ୍ୟବନ୍ତ ମହୋତ୍ସବ: ଆଜି ଆସିବେ ଓଡ଼ିଆ ସୁପରଷ୍ଟାର ବାବୁଶାନ

କାଲିମେଳା, ୪।୧୨(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲାର ସବୁଠାରୁ ବଡ଼ ସାଂସ୍କୃତିକ ଗଣପର୍ବ ମାଲ୍ୟବନ୍ତ ମହୋତ୍ସବ ଏବେ ପୂରା ଜିଲା ସମେତ ବ୍ଲକ ସ୍ତରରେ ମହାଆଡମ୍ବର...

ମାଓବାଦୀ ସଂଗଠନକୁ ଶକ୍ତ ଧକ୍କା: ଆତ୍ମସମର୍ପଣ କଲେ ୩୭ ମାଓବାଦୀ

ମାଲକାନଗିରି,୨୨ା୧୧(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ସୀମାନ୍ତ ତେଲଙ୍ଗାନାରେ ୩୭ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ପୋଲିସ ପାଇଁ ଏହା ବଡ ସଫଳତା ହୋଇଥିବା ମାଓବାଦୀ ସଂଗଠନକୁ ଶକ୍ତ...

ଜଳପ୍ରପାତରେ ନିଖୋଜ: ୩ ଦିନ ପରେ ମିଳିଲା ଆଉ ଜଣେ ଛାତ୍ରଙ୍କ ମୃତଦେହ

ଗୋବିନ୍ଦପାଲି,୨୧।୧୧(କାର୍ତ୍ତିକ ରଥ): ମାଲକାନଗିରି ଜିଲା ଗୋବିନ୍ଦପାଲି ନିକଟ ଗୁମ୍ମାଝରଣ ଜଳପ୍ରପାତରେ ବୁଡି ୨ ଛାତ୍ର ନିଖୋଜ ଘଟଣାରେ ବୁଧବାର ଜଣେ ଛାତ୍ରଙ୍କ ମୃତଦେହ ମିଳିଥିବା ବେଳେ...

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ଆସିଲା ହାର୍ଟଆଟାକ୍‌: ନିଜେ ଚାଲିଗଲେ, ହେଲେ…

ପଟାଙ୍ଗି,୨୦।୧୧(ଶରତ କୁମାର ଧଳ): ମଲାକାନଗିରି ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କୁ ହାର୍ଟଆଟାକ୍‌ ଆସିଥିଲା। ସେ ନିଜେ ଚାଲିଗଲେ, ହେଲେ ବଞ୍ଚାଇଦେଲେ...

ଆମକୁ ୧୮ ହଜାର ଦରମା ଦିଅ

ମାଲକାନଗିରି, ୧୬।୧୧(ଦୁର୍ଯୋ୍ୟଧନ ପାତ୍ର): ମାଲକାନଗିରି ସଦର ବ୍ଲକ ସିନ୍ଧ୍ରିମାଳ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଓଡିଶା ଗ୍ରାମ ପଞ୍ଚାୟତ କର୍ମଚାରୀ ପିଅନ ମହାସଂଘ, ମାଲକାନଗିରି ଜିଲା ଶାଖାର...

ପ୍ରେମିକାଙ୍କୁ iphone ଦେବା ପାଇଁ କରୁଥିଲେ ଏମିତି କାମ, ପୋଲିସ ହାବୁଡ଼ରେ ପଡ଼ିଗଲେ…

ଏମ୍‌ଭି୭୯(ଭିକି ବାରିକ )୧୫।୧୧: ଗାର୍ଲଫ୍ରେଣ୍ଡଙ୍କୁ Birthdayରେ ଆଇଫୋନ ଗିଫ୍ଟ ଦେବା ପାଇଁ ଟଙ୍କା ଜୋଗାଡ଼ କରିବା ପାଇଁ ଗଞ୍ଜେଇ ଚାଲାଣ କରୁଥିବା ଦୁଇ ଯୁବକ ମାଲକାନଗିରି...

ଯବାନଙ୍କ ଗୁଳିରେ ଟଳିପଡ଼ିଲ ୩ ମାଓବାଦୀ, କୋମ୍ବିଂ ଅପରେଶନ ଜାରି

ମାଲକାନଗିରି,୬।୧୧(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାର ଅନାରାମ ଓ ମରିଙ୍ଗମଲ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି।...

ଫାର୍ମାସିଷ୍ଟଙ୍କ ମିଳିଲା ଝୁଲନ୍ତା ମୃତଦେହ: ପରିବାର ଲୋକେ ଆଣିଲେ ହତ୍ୟା ଅଭିଯୋଗ 

ମାଲକାନଗିରି,୧ା୧୧(ଦୁର୍ଯ୍ୟୋଧନ ପାତ୍ର/ସୁଚିତ୍ରା ଦାସ): ମାଲକାନଗିରି ଜିଲା ସଦର ବ୍ଲକ ଏମ୍‌ଭି ୭ ଗ୍ରାମରେ ଜଣେ ଫାର୍ମାସିଷ୍ଟଙ୍କ ଝୁଲନ୍ତା ମୃତଦେହ ଶନିବାର ଜବତ ହୋଇଥିବା ବେଳେ ତାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri