କାମରେ ଆସୁନି ମାଲିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ

ଲାଞ୍ଜିଗଡ଼,୨୧ା୬(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ୍‌ ଲାଞ୍ଜି ପଞ୍ଚାୟତ କାଣ୍ଡମାଠାରେ ମାଲିଗୁଡ଼ା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ଚାଷୀଙ୍କ କାମରେ ଆସୁନାହିଁ। ସୂଚନାନୁସାରେ ୨୦୦୩ ମସିହାରେ ପ୍ରକଳ୍ପ କାମ ଆରମ୍ଭ ହୋଇଥିବାବେଳେ ୨୦୦୪ ସୁଦ୍ଧା ପ୍ରାୟ ୭୦ ପ୍ରତିଶତ ଶେଷ ହୋଇଥିଲା। ଏହା ପରଠାରୁ ପ୍ରକଳ୍ପ ଅଧାପନ୍ତରିଆ ଭାବେ ପଡ଼ିରହିଥିଲା। ବାରମ୍ବାର ଚାଷୀମାନେ ଅଭିଯୋଗ କରିବାରୁ ୨୦୨୦ରେ ପୁନଃ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ୨୦୨୧ ଅଗଷ୍ଟ ୧ରେ ଉକ୍ତ ପ୍ରକଳ୍ପରୁ କେବଳ କାଣ୍ଡମା ଗ୍ରାମର ପ୍ରାୟ ୫୦ଏକର ଜମିକୁ ଜଳସେଚିତ ହୋଇପାରିଛି। ହେଲେ ପ୍ରକଳ୍ପ ଦ୍ୱାରା ଉପକୃତ ହେବାକୁ ଥିବା ବୁଣ୍ଡେଲ, ମୂଷାନାଳ ଗ୍ରାମର ୨୦୦ରୁ ଅଧିକ ହେକ୍ଟର ଚାଷଜମିରେ ଜଳସେଚନ ହୋଇପାରିନାହିଁ। କ୍ଷୁଦ୍ର ଜଳସେଚନ ବିଭାଗ ଆଉ ଏହି ପ୍ରକଳ୍ପକୁ ଆନ୍ତରିକତା ଦେଖାଇଲା ନାହିଁ। ଅନ୍ୟପକ୍ଷେ କଳାହାଣ୍ଡି ଜିଲା କ୍ଷୁଦ୍ର ଜଳସେଚନ କେନାଲଗୁଡ଼ିକର ଅବସ୍ଥା ଶୋଚନୀୟ। ଚଳିତ ଖରିଫରେ କେନାଲର ପଙ୍କୋଦ୍ଧାର କାମ ନ ହେବାରୁ ଗ୍ରାମବାସୀ ନିଜ ପଇସା ଓ ଶ୍ରମଦାନ କରି କେନାଲ ସଫା କରିଛନ୍ତି। ଏ ବିଷୟରେ ବିଭାଗର ଦୃଷ୍ଟି ଆକର୍ଷଣକଲେ ମଧ୍ୟ ଅଣଦେଖା କରାଯାଉଛି ବୋଲି ଚାଷୀ କୁମୁଦ ସାହୁ, ଗଗନ ସାହୁ, ପ୍ରମୋଦ ସାହୁ, ଲକ୍ଷ୍ମୀପ୍ରିୟା ସାହୁ, ମୀନକେତନ ପରିଚ୍ଛା, ପୀତାମ୍ବର ଦୋରା ପ୍ରମୁଖ ଗ୍ରାମବାସୀ ଅଭିଯୋଗ କରିଛନ୍ତି ।

ଅପରପକ୍ଷେ ୨୦୨୩ ମେ ମାସରେ ମାଲିଗୁଡା କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ରକ୍ଷଣାବେକ୍ଷଣ ଓ ଜଳସେଚନ ବ୍ୟବସ୍ଥାର ଉପଯୁକ୍ତ ପରିଚାଳନା ପାଇଁ କାଣ୍ଡମା, ବୁଣ୍ଡେଲ, ମୂଷାନାଳର ଚାଷୀଙ୍କୁ ନେଇ ପାଣିପଞ୍ଚାୟତ ଗଠନ କରାଯାଇଥିଲା। ପାଣି ପଞ୍ଚାୟତ ସଭାପତି ଓ ସମ୍ପାଦକ ଗଗନ ବିହାରୀ ସାହୁ ଗତ ଏପ୍ରିଲରେ ବିଭାଗୀୟ ଅଧିକାରୀଙ୍କୁ ମାଲିଗୁଡ଼ା ପ୍ରକଳ୍ପ କେନାଲ ପୁନରୁଦ୍ଧାର ନେଇ ଦୃଷ୍ଟି ଆକର୍ଷଣ କରିଥିଲେ। ଗତ ୪ବର୍ଷ ହେବ କେନାଲର ପଙ୍କୋଦ୍ଧାର ପାଇଁ ଟଙ୍କା ଦିଆଯାଇ ନାହିଁ ବୋଲି ପାଣିପଞ୍ଚାୟତର ସମ୍ପାଦକ ଅଭିଯୋଗ କରିଛନ୍ତି। କଳାହାଣ୍ଡି ଜିଲାପାଳ ଏ ଦିଗରେ ଦୃଷ୍ଟିଦେବାକୁ ଅଞ୍ଚଳର ଚାଷୀ ଦାବି କରିଛନ୍ତି। ଏ ନେଇ କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀ ପ୍ରଫୁଲ୍ଲ କୁମାର ମହାନ୍ତଙ୍କୁ ପଚାରିବାରୁ କଳାହାଣ୍ଡି ଜିଲାରେ ୧୩୦ ପାଣି ପଞ୍ଚାୟତ ପାଇଁ ୭୦ରୁ ୮୦ ଲକ୍ଷ ଟଙ୍କା ରକ୍ଷଣାବେକ୍ଷଣ ଲାଗି ଅନୁଦାନ ଆସୁଥିଲେ ବି ସବୁ ଜାଗାରେ କରି ହେଉନାହିଁ। ଏହି ବର୍ଷ ଅନୁଦାନ ଆସିଲେ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯିବ ବୋଲି ସେ ପ୍ରକାଶ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri