Posted inଖେଳ

ପୁରୁଷପ୍ରାଧାନ୍ୟ କ୍ରୀଡ଼ାରେ ସୋଫିଆ

ରେସିଂ ଅବା ଗ୍ରାଁ ପ୍ରି କଥା ଯେତେବେଳେ ଉଠେ ସେତେବେଳେ ସାଧାରଣତଃ ପୁରୁଷ ଖେଳାଳିମାନଙ୍କ ନାମ ଆସିଥାଏ। ମାଇକେଲ ସୁମାକର, ସେବାଷ୍ଟିଆନ୍‌ ଭେଟେଲ, ଲୁଇସ୍‌ ହାମିଲଟନ୍‌ଙ୍କ ପରି ଖେଳାଳି ରେସିଂ ସ୍ପୋର୍ଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରେସିଂ ଯେଉଁ କ୍ରୀଡ଼ାରେ କେବଳ ସ୍ପିଡ୍‌ ନୁହେଁ ବରଂ ମାନସିକ ଦୃଢ଼ତା ଏକ ଅଭିନ୍ନ ଅଙ୍ଗ, ସେଠାରେ କେବଳ ପୁରୁଷଙ୍କ ବାଜିମାତ ରହିଛି। ମାତ୍ର ଏହି ଧାରାକୁ ଭୁଲ୍‌ ପ୍ରମାଣିତ କରିବା ସହିତ ପ୍ରଥମ ମହିଳା ଭାବରେ ଫର୍ମୁଲା-୩ ରେସ୍‌ରେ ପଏଣ୍ଟ ଜିତିଛନ୍ତି ସୋଫିଆ ଫ୍ଲୋରେସ୍‌। ମାତ୍ର ୨୨ ବର୍ଷ ବୟସରେ ସୋଫିଆ ଯେଉଁ କାରନାମା କରିଛନ୍ତି ତାହା ଇତିହାସ ବକ୍ଷରେ ଲିପିବଦ୍ଧ ହୋଇ ରହିବ। ରେସିଂ ଟ୍ରାକ୍‌ରେ ତଥା ରେସିଂ ଟ୍ରାକ୍‌ ପର୍ଯ୍ୟନ୍ତ ସୋଫିଆଙ୍କ ଯାତ୍ରା ଉପରେ ଏକ ସ୍ବତନ୍ତ୍ର ପ୍ରସ୍ତୁତି…

ମୋଟର ସ୍ପୋଟର୍‌ସ ଇତିହାସର କିମ୍ବଦନ୍ତୀ ମାଇକେଲ ସୁମାକରଙ୍କ ଦେଶ ଜର୍ମାନୀରେ ସୋଫିଆଙ୍କ ଜନ୍ମ। ସୁମାକରଙ୍କୁ ଆଦର୍ଶ ମାନୁଥିବା ଏହି ମହିଳା ଜଣକ ଆରମ୍ଭରୁ ହିଁ ରେସିଂ ପ୍ରତି ଆକୃଷ୍ଟ ଥିଲେ। ମୋଟର ସ୍ପୋର୍ଟ ବ୍ୟତୀତ କାର୍ଟିଂ ଓ ସ୍କିଂ ପ୍ରତି ମଧ୍ୟ ସେ ଆକର୍ଷିତ ଥିଲେ। ତେବେ ରେସିଂର ସ୍ପିଡ ପ୍ରତି ଥିବା ଦୁର୍ବଳତା ହିଁ ସୋଫିଆଙ୍କ ପାଇଁ ସୃଷ୍ଟି କରିଛି ନିଆରା ପରିଚୟ। ୨୦୧୭ରେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଆଉଥରେ ରେସିଂ ଟ୍ରାକକୁ ଫେରିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ସମସ୍ତ ଆକଳନକୁ ଭୁଲ୍‌ ପ୍ରମାଣିତ କରି ୨୦୨୦ରେ ଓ୍ବାଲର୍‌ଡ କମବ୍ୟାକ୍‌ ଅଫ୍‌ ଦ ଇୟରର ଆଓ୍ବାର୍ଡ ହାସଲ କରିଥିବା ବେଳେ ସମାନ ବର୍ଷରେ ଲୌରିଅସ ସ୍ପୋଟର୍‌ସ ଆଓ୍ବାର୍ଡରେ ସମ୍ମାନିତ ହୋଇଥିଲେ।
୨୦୦୫ରେ ମାତ୍ର ୬ ବର୍ଷ ବୟସରେ ସୋଫିଆ ପ୍ରଥମେ କାର୍ଟିଂ କରିବା ଆରମ୍ଭ କରିଥିଲେ। ୨୦୦୮-୧୪ ମଧ୍ୟରେ ୟୁରୋପିଆନ୍‌ କାର୍ଟିଂ ସର୍କିଟ୍‌ରେ ବିଭିନ୍ନ ଟୁର୍ନାମେଣ୍ଟ ଜିତିବା ଆରମ୍ଭ କରିଥିଲେ ସୋଫିଆ। ଏପରି କି କାର୍ଟିଂରେ ଚାମ୍ପିୟନ ରେଡ୍‌ ବୁଲ୍‌ ଦଳ ପକ୍ଷରୁ ୨୦୧୦ରେ ତାଙ୍କୁ ସ୍କାଟ୍‌ କରାଯାଇଥିଲା। ୨୦୧୫ରେ ଜିନେଟ୍ଟା ଜୁନିୟର ରେସିଂ ବିଜୟୀ ହୋଇଥିଲେ। ସର୍ବକନିଷ୍ଠ ଖେଳାଳି ଭାବରେ ଏହି ରେସ୍‌ ଜିତିଥିଲେ ସୋଫିଆ। କ୍ରମାଗତ ଦୁଇ ସପ୍ତାହରେ ଦୁଇଟି ପୋଡିୟମ ଫିନିଶ୍‌ କରିବା ପରେ ଆର୍ଥିକ ସମସ୍ୟା କାରଣରୁ ଅଧାରୁ ଏହି ରେସ୍‌ ଛାଡିବାକୁ ବାଧ୍ୟ ହୋଇଥିଲେ।

ଫର୍ମୁଲା-୪
୨୦୧୬ରେ ସୋଫିଆ ଫର୍ମୁଲା-୪ରେ ପଦାର୍ପଣ କରିଥିଲେ। ମୋଟୋପାର୍କ କମ୍ପାନୀ ତାଙ୍କୁ ରେସିଂର ସୁଯୋଗ ଦେଇଥିବା ବେଳେ ସେ ୯୯ ନମ୍ବର କାର୍‌ରେ ରେସ୍‌ କରୁଥିଲେ। କାର୍‌ର ନାମ ହ୍ୟୁଗୋ ରହିଥିବା ବେଳେ ତୃତୀୟ ରେସ୍‌ରେ ହିଁ ସେ ପୋଡିୟମ ଫିନିଶ କରିବାର ନିକଟତର ଥିଲେ। ତେବେ ଫଛପଟୁ ଏକ କାର୍‌ ଧକା ଦେବା ଫଳରେ ସେ ପଞ୍ଚମ ସ୍ଥାନରେ ରେସ୍‌ ଶେଷ କରିଥିଲେ। ଏହାର ଦୁଇଟି ରେସ୍‌ ପରେ ପୋଡିୟମ ଫିନିଶ କରିବାର ସୌଭାଗ୍ୟ ହାସଲ କରିଥିଲେ ସୋଫିଆ। ପ୍ରଥମ ମହିଳା ଭାବରେ ସେ ଏଭଳି କୀର୍ତ୍ତିମାନ ଅର୍ଜନ କରିଥିଲେ।

ଆହତ ଓ ପ୍ରତ୍ୟାବର୍ତ୍ତନ
୨୦୧୭ ମସିହାରେ ସୋଫିଆ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମକାଉ ରେସ୍‌ରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହେବା ସହିତ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା। ଆଘାତର ମାତ୍ରା ଏତେ ଅଧିକ ଥିଲା ଯେ ସୋଫିଆଙ୍କୁ ୮ ଘଣ୍ଟାର ସର୍ଜରିର ଆବଶ୍ୟକତା ଥିଲା। ୮ ଘଣ୍ଟାର ସର୍ଜରି ପରେ ପ୍ରାୟ ୬ ମାସ ଧରି ସେ ଶଯ୍ୟାଶାୟୀ ରହିଥିଲେ। ତେବେ ଦୃଢ ମନୋବଳ ସହିତ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୧୮-୨୦୨୦ ଯାଏ ଫର୍ମୁଲା-୪ରେ ରେସିଂ କରିବା ସହିତ ୨୦୨୦ରେ ଫର୍ମୁଲା-୩ରେ ଅଂଶଗ୍ରହଣ କରିଥିଲେ। ଫର୍ମୁଲା-୩ ରେସ୍‌ରେ ଅଂଶଗ୍ରହଣ କରି ପ୍ରଥମ ମହିଳା ଭାବରେ ଏକ ପଏଣ୍ଟ ମଧ୍ୟ ଅର୍ଜନ କରିଛନ୍ତି। ଆଗାମୀ ଦିନରେ ସେ ଫର୍ମୁଲା ଓ୍ବାନ୍‌ ରେସ୍‌ରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ପ୍ରସ୍ତୁତି: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri