Posted inଖେଳ

ପୁରୁଷପ୍ରାଧାନ୍ୟ କ୍ରୀଡ଼ାରେ ସୋଫିଆ

ରେସିଂ ଅବା ଗ୍ରାଁ ପ୍ରି କଥା ଯେତେବେଳେ ଉଠେ ସେତେବେଳେ ସାଧାରଣତଃ ପୁରୁଷ ଖେଳାଳିମାନଙ୍କ ନାମ ଆସିଥାଏ। ମାଇକେଲ ସୁମାକର, ସେବାଷ୍ଟିଆନ୍‌ ଭେଟେଲ, ଲୁଇସ୍‌ ହାମିଲଟନ୍‌ଙ୍କ ପରି ଖେଳାଳି ରେସିଂ ସ୍ପୋର୍ଟରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ରେସିଂ ଯେଉଁ କ୍ରୀଡ଼ାରେ କେବଳ ସ୍ପିଡ୍‌ ନୁହେଁ ବରଂ ମାନସିକ ଦୃଢ଼ତା ଏକ ଅଭିନ୍ନ ଅଙ୍ଗ, ସେଠାରେ କେବଳ ପୁରୁଷଙ୍କ ବାଜିମାତ ରହିଛି। ମାତ୍ର ଏହି ଧାରାକୁ ଭୁଲ୍‌ ପ୍ରମାଣିତ କରିବା ସହିତ ପ୍ରଥମ ମହିଳା ଭାବରେ ଫର୍ମୁଲା-୩ ରେସ୍‌ରେ ପଏଣ୍ଟ ଜିତିଛନ୍ତି ସୋଫିଆ ଫ୍ଲୋରେସ୍‌। ମାତ୍ର ୨୨ ବର୍ଷ ବୟସରେ ସୋଫିଆ ଯେଉଁ କାରନାମା କରିଛନ୍ତି ତାହା ଇତିହାସ ବକ୍ଷରେ ଲିପିବଦ୍ଧ ହୋଇ ରହିବ। ରେସିଂ ଟ୍ରାକ୍‌ରେ ତଥା ରେସିଂ ଟ୍ରାକ୍‌ ପର୍ଯ୍ୟନ୍ତ ସୋଫିଆଙ୍କ ଯାତ୍ରା ଉପରେ ଏକ ସ୍ବତନ୍ତ୍ର ପ୍ରସ୍ତୁତି…

ମୋଟର ସ୍ପୋଟର୍‌ସ ଇତିହାସର କିମ୍ବଦନ୍ତୀ ମାଇକେଲ ସୁମାକରଙ୍କ ଦେଶ ଜର୍ମାନୀରେ ସୋଫିଆଙ୍କ ଜନ୍ମ। ସୁମାକରଙ୍କୁ ଆଦର୍ଶ ମାନୁଥିବା ଏହି ମହିଳା ଜଣକ ଆରମ୍ଭରୁ ହିଁ ରେସିଂ ପ୍ରତି ଆକୃଷ୍ଟ ଥିଲେ। ମୋଟର ସ୍ପୋର୍ଟ ବ୍ୟତୀତ କାର୍ଟିଂ ଓ ସ୍କିଂ ପ୍ରତି ମଧ୍ୟ ସେ ଆକର୍ଷିତ ଥିଲେ। ତେବେ ରେସିଂର ସ୍ପିଡ ପ୍ରତି ଥିବା ଦୁର୍ବଳତା ହିଁ ସୋଫିଆଙ୍କ ପାଇଁ ସୃଷ୍ଟି କରିଛି ନିଆରା ପରିଚୟ। ୨୦୧୭ରେ ଏକ ଭୟଙ୍କର ଦୁର୍ଘଟଣାର ଶିକାର ହୋଇଥିବା ବେଳେ ଆଉଥରେ ରେସିଂ ଟ୍ରାକକୁ ଫେରିବା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହୋଇଥିଲା। ତେବେ ସମସ୍ତ ଆକଳନକୁ ଭୁଲ୍‌ ପ୍ରମାଣିତ କରି ୨୦୨୦ରେ ଓ୍ବାଲର୍‌ଡ କମବ୍ୟାକ୍‌ ଅଫ୍‌ ଦ ଇୟରର ଆଓ୍ବାର୍ଡ ହାସଲ କରିଥିବା ବେଳେ ସମାନ ବର୍ଷରେ ଲୌରିଅସ ସ୍ପୋଟର୍‌ସ ଆଓ୍ବାର୍ଡରେ ସମ୍ମାନିତ ହୋଇଥିଲେ।
୨୦୦୫ରେ ମାତ୍ର ୬ ବର୍ଷ ବୟସରେ ସୋଫିଆ ପ୍ରଥମେ କାର୍ଟିଂ କରିବା ଆରମ୍ଭ କରିଥିଲେ। ୨୦୦୮-୧୪ ମଧ୍ୟରେ ୟୁରୋପିଆନ୍‌ କାର୍ଟିଂ ସର୍କିଟ୍‌ରେ ବିଭିନ୍ନ ଟୁର୍ନାମେଣ୍ଟ ଜିତିବା ଆରମ୍ଭ କରିଥିଲେ ସୋଫିଆ। ଏପରି କି କାର୍ଟିଂରେ ଚାମ୍ପିୟନ ରେଡ୍‌ ବୁଲ୍‌ ଦଳ ପକ୍ଷରୁ ୨୦୧୦ରେ ତାଙ୍କୁ ସ୍କାଟ୍‌ କରାଯାଇଥିଲା। ୨୦୧୫ରେ ଜିନେଟ୍ଟା ଜୁନିୟର ରେସିଂ ବିଜୟୀ ହୋଇଥିଲେ। ସର୍ବକନିଷ୍ଠ ଖେଳାଳି ଭାବରେ ଏହି ରେସ୍‌ ଜିତିଥିଲେ ସୋଫିଆ। କ୍ରମାଗତ ଦୁଇ ସପ୍ତାହରେ ଦୁଇଟି ପୋଡିୟମ ଫିନିଶ୍‌ କରିବା ପରେ ଆର୍ଥିକ ସମସ୍ୟା କାରଣରୁ ଅଧାରୁ ଏହି ରେସ୍‌ ଛାଡିବାକୁ ବାଧ୍ୟ ହୋଇଥିଲେ।

ଫର୍ମୁଲା-୪
୨୦୧୬ରେ ସୋଫିଆ ଫର୍ମୁଲା-୪ରେ ପଦାର୍ପଣ କରିଥିଲେ। ମୋଟୋପାର୍କ କମ୍ପାନୀ ତାଙ୍କୁ ରେସିଂର ସୁଯୋଗ ଦେଇଥିବା ବେଳେ ସେ ୯୯ ନମ୍ବର କାର୍‌ରେ ରେସ୍‌ କରୁଥିଲେ। କାର୍‌ର ନାମ ହ୍ୟୁଗୋ ରହିଥିବା ବେଳେ ତୃତୀୟ ରେସ୍‌ରେ ହିଁ ସେ ପୋଡିୟମ ଫିନିଶ କରିବାର ନିକଟତର ଥିଲେ। ତେବେ ଫଛପଟୁ ଏକ କାର୍‌ ଧକା ଦେବା ଫଳରେ ସେ ପଞ୍ଚମ ସ୍ଥାନରେ ରେସ୍‌ ଶେଷ କରିଥିଲେ। ଏହାର ଦୁଇଟି ରେସ୍‌ ପରେ ପୋଡିୟମ ଫିନିଶ କରିବାର ସୌଭାଗ୍ୟ ହାସଲ କରିଥିଲେ ସୋଫିଆ। ପ୍ରଥମ ମହିଳା ଭାବରେ ସେ ଏଭଳି କୀର୍ତ୍ତିମାନ ଅର୍ଜନ କରିଥିଲେ।

ଆହତ ଓ ପ୍ରତ୍ୟାବର୍ତ୍ତନ
୨୦୧୭ ମସିହାରେ ସୋଫିଆ ଏକ ଭୟଙ୍କର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ମକାଉ ରେସ୍‌ରେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହେବା ସହିତ ତାଙ୍କ ମେରୁଦଣ୍ଡରେ ଗଭୀର ଆଘାତ ଲାଗିଥିଲା। ଆଘାତର ମାତ୍ରା ଏତେ ଅଧିକ ଥିଲା ଯେ ସୋଫିଆଙ୍କୁ ୮ ଘଣ୍ଟାର ସର୍ଜରିର ଆବଶ୍ୟକତା ଥିଲା। ୮ ଘଣ୍ଟାର ସର୍ଜରି ପରେ ପ୍ରାୟ ୬ ମାସ ଧରି ସେ ଶଯ୍ୟାଶାୟୀ ରହିଥିଲେ। ତେବେ ଦୃଢ ମନୋବଳ ସହିତ ପୁନର୍ବାର ପ୍ରତ୍ୟାବର୍ତ୍ତନ କରିଥିଲେ। ୨୦୧୮-୨୦୨୦ ଯାଏ ଫର୍ମୁଲା-୪ରେ ରେସିଂ କରିବା ସହିତ ୨୦୨୦ରେ ଫର୍ମୁଲା-୩ରେ ଅଂଶଗ୍ରହଣ କରିଥିଲେ। ଫର୍ମୁଲା-୩ ରେସ୍‌ରେ ଅଂଶଗ୍ରହଣ କରି ପ୍ରଥମ ମହିଳା ଭାବରେ ଏକ ପଏଣ୍ଟ ମଧ୍ୟ ଅର୍ଜନ କରିଛନ୍ତି। ଆଗାମୀ ଦିନରେ ସେ ଫର୍ମୁଲା ଓ୍ବାନ୍‌ ରେସ୍‌ରେ ଅଂଶଗ୍ରହଣ କରିବାକୁ ଲକ୍ଷ୍ୟ ରଖିଛନ୍ତି।
ପ୍ରସ୍ତୁତି: ସରୋଜ ଜେନା


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ସୁସ୍ଥ ହେଉଛନ୍ତି ଅଭିଜିତ୍‌ ମଜୁମଦାର: ମେଡିକାଲରୁ ହେବେ ଡିସ୍‌ଚାର୍ଜ

ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍‌ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍‌ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri