Posted inଖେଳ

ବିଶ୍ୱ ବିଜେତା ଭାରତୀୟ ଦଳକୁ ମିଳିଲା ମାଳଦ୍ୱୀପର ନିମନ୍ତ୍ରଣ

ମାଲେ,୮ା୭: ଟି୨୦ କ୍ରିକେଟ ବିଶ୍ୱକପ ବିଜେତା ଭାରତୀୟ ଦଳକୁ ମାଳଦ୍ୱୀପ ଆମନ୍ତ୍ରଣ କରାଯାଇଛି। ଭାରତର ବିଶ୍ୱକପ ବିଜୟକୁ ସେଲିବ୍ରେଟ କରିବା ପାଇଁ ମାଳଦ୍ୱୀପର ପର୍ଯ୍ୟଟନ ବିଭାଗ ଓ ମାର୍କେଟିଂ ଆଣ୍ଡ ପବ୍ଲିକ ରିଲେଶନ କର୍ପୋରେଶନ ପକ୍ଷରୁ ନିମନ୍ତ୍ରଣ ମିଳିଛି।

ଜୁନ୍‌ ୨୯ ତାରିଖରେ ବାର୍ବାଡୋସରେ ଖେଳା ଯାଇଥିବା ଫାଇନାଲରେ ରୋହିତ ଶର୍ମାଙ୍କ ଦଳ ଦକ୍ଷିଣ ଆଫ୍ରିକାକୁ ୭ ରନ୍‌ରେ ହରାଇ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲା। ଭାରତୀୟ ଦଳକୁ ଦିଲ୍ଲୀ ଓ ମୁମ୍ବାଇରେ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ମୁମ୍ବାଇରେ ଅନୁଷ୍ଠିତ ବିଜୟ ପରେଡ୍‌ରେ ଲକ୍ଷାଧିକ ଲୋକ ଭାଗ ନେଇଥିଲେ।

ମାଲଡିଭ୍‌ସ ମାର୍କେଟିଂ ଆଣ୍ଡ ପବ୍ଲିକ୍‌ ରିଲେସନ୍ସ କର୍ପୋରେସନ୍‌ (ଏମ୍‌ଏମ୍‌ପିଆରସି) ଓ ମାଲଡିଭ୍‌ସ ଆସୋସିଏଶନ ଅଫ ଟୁରିଜିମ୍‌ ଇଣ୍ଡଷ୍ଟ୍ରି(ଏମ୍‌ଏଟିଆଇ) ପକ୍ଷରୁ ମିଳିତ ଭାବରେ ଭାରତୀୟ କ୍ରିକେଟ ଦଳକୁ ଏହି ନିମନ୍ତ୍ରଣ କରାଯାଇଛି।

ଏମ୍‌ଏମ୍‌ପିଆରସି ସିଇଓ ଓ ପରିଚାଳନା ନିର୍ଦ୍ଦୋକ ଇବ୍ରାହିମ୍‌ ଶିଉରି ଓ ଏମ୍‌ଏଟିଆଇର ମହାସଚିବ ଅହମଦ୍‌ ନାଜିର ଆମନ୍ତ୍ରଣ ଦେବା ସହ ଭାରତୀୟ ଦଳର ସ୍ବାଗତ ପାଇଁ ପ୍ରସ୍ତୁତ ଥିବା କହିଛନ୍ତି। ଭାରତୀୟ ଦଳକୁ ସ୍ବାଗତ କରିବା ସେମାନଙ୍କ ପାଇଁ ସମ୍ମାନର ବିଷୟ ହେବ ବୋଲି ଉଭୟ ମିଳିତ ବିବୃତ୍ତି ମଧ୍ୟ ଦେଇଛନ୍ତି। ଭାରତୀୟ ଖେଳାଳିମାନେ ବର୍ତ୍ତମାନ ବିଶ୍ରାମ ନେଉଥିବା ବେଳେ ଜୁଲାଇ ୨୭ରେ ଶ୍ରୀଲଙ୍କା ସିରିଜ ପାଇଁ ଆକ୍ସନରେ ନଜର ଆସିବେ ଏହି ସିରିଜରେ ଭାରତ ୩ଟି ଲେଖାଏ ଦିନିକିଆ ଓ ଟି୨୦ ମ୍ୟାଚ୍‌ ଖେଳିବ।


Enter your email to get our daily news in your inbox.

All Right Reserved By Dharitri.Com

ଥାଳ ଧରି ବୁଲୁଛି ପାକିସ୍ତାନ, କିନ୍ତୁ ‘ରାଣୀ’ ମରିୟମ କିଣୁଛନ୍ତି ଏତେ ଟଙ୍କାର ବିମାନ, ଜାଣନ୍ତୁ ନୱାଜ ସରିଫଙ୍କ ରାଜକୁମାରୀ କେତେ ଧନୀ

ଇସଲାମାଦାଦ,୨୨।୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ ଏବଂ ପଞ୍ଜାବର ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ବର୍ତ୍ତମାନ ଏକ ବିଳାସପୂର୍ଣ୍ଣ ବିମାନ କିଣିବାକୁ ନେଇ ଖବରରେ ଅଛନ୍ତି।…

ଏହି ହୋଟେଲରେ ରୁଟି ଖାଉଥିଲେ ସାବଧାନ! ଛେପ ପକାଇ କରୁଥିଲେ, ଭାଇରାଲ ହେଉଛି ଭିଡିଓ

ଲକ୍ଷ୍ନୌ,୨୨।୨: ଛେପ ପକାଇ ରୁଟି ପ୍ରସ୍ତୁତ କରିବାର ଏକ ଭିଡିଓ ଦ୍ରୁତ ଗତିରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉତ୍ତରପ୍ରଦେଶ ଆଲିଗଡ ରୋରାୱାର ପୋଲିସ ଷ୍ଟେସନ…

ଫସିଗଲା ପାକିସ୍ତାନ: ପ୍ରଥମ ମ୍ୟାଚ୍‌ ବାତିଲ, ସେମିଫାଇନାଲ ଖେଳିବା ଏକପ୍ରକାର ମୁସ୍କିଲ? କିଛି ଏମିତି…  

କଲମ୍ବୋ,୨୨।୨: ଆଇସିସି ଟି-୨୦ ବିଶ୍ୱକପ୍‌ ୨୦୨୬ର ସୁପର-୮ ପର୍ଯ୍ୟାୟର ପ୍ରଥମ ମ୍ୟାଚ୍‌ରେ ବର୍ଷା ବାଧକ ସାଜିଛି। ଗ୍ରୁପ-୨ ରେ ଥିବା ପାକିସ୍ତାନ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ କଲମ୍ବୋର…

ଦୋଳ ଯାତ୍ରା: ଡିଜେ କଟକଣା, ଫୁଟିବନି ବାଣ

ଗଞ୍ଜମ,୨୨।୧(ବିଦ୍ୟାଧର ସାହୁ): ଆସନ୍ତା ମାର୍ଚ୍ଚ ୧ରୁ ଆରମ୍ଭ ହେବ ଗଞ୍ଜାମ ଐତିହାସିକ ଦୋଳପୂର୍ଣ୍ଣମୀ ଯାତ୍ରା। ଏଥିପାଇଁ ସମସ୍ତ ସାହି ଗୁଡିକରେ ଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଏହି…

ରାସ୍ତା ପାଶର୍‌ବକୁ ଖସିଲା ଫର୍ଣ୍ଣିଚର ବୋଝେଇ ଟ୍ରକ

ବାଲେଶ୍ୱର,୨୨।୨( ବାଞ୍ଛାନିଧି ଦେ ): ବାଲେଶ୍ବର ଜିଲା ୧୬ ନଂ ଜାତୀୟ ରାଜପଥର ବସ୍ତା ଥାନା ଅନ୍ତର୍ଗତ ଗୁଡିଖାଳ ଛକ ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା।ଶନିବାର…

ଅର୍ଚ୍ଚିତାଙ୍କ ପାଇଁ ସ୍ପେଶାଲ ମେସେଜ ଲେଖିଲେ ସବ୍ୟସାଚୀ, କହିଲେ ମୁଁ ତୁମକୁ ଇର୍ଷା କରେ…

ଭୁବନେଶ୍ୱର,୨୨।୨: ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ର ସ୍ତ୍ରୀଙ୍କ ପାଇଁ ଲେଖିଛନ୍ତି ସ୍ପେଶାଲ ମେସେଜ୍‌। ଇନଷ୍ଟାରେ ସେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି। ଯାହାକୁ ନେଇ ସୋସିଆଲ ମିଡିଆରେ…

ଚଳନ୍ତା ଟ୍ରେନ୍‌ରେ ମହିଳାଙ୍କ ପ୍ରସବ ବେଦନା, ତାପରେ ହଠାତ୍ ହେଲା…

ଭୁବନେଶ୍ୱର,୨୨।୨(ତ୍ରିନାଥ ମହାନ୍ତି): ଦୂରୋନ୍ତ ଏକ୍ସପ୍ରେସ୍‌ରେ ବେଙ୍ଗାଲୁରୁରୁ ହାଓଡ଼ା ଯାଉଥିଲେ ଜଣେ ଗର୍ଭବତୀ। ଶନିବାର ସକାଳ ୧୦ଟାରେ ଚଳନ୍ତା ଟ୍ରେନରେ ଗର୍ଭବତୀ କାତ୍ରିନା କୁଲୁ ପ୍ରସବଜନିତ ଯନ୍ତ୍ରଣା ପାଇଥିଲେ। ଚଳନ୍ତା…

ପୁଣି ନକ୍ସଲ ଖଞ୍ଜିଥିବା ଲ୍ୟାଣ୍ଡ ମାଇନ ବିସ୍ଫୋରଣ: କୋବ୍ରା ବାଟାଲିୟନର ଦୁଇ ଯବାନ ଗୁରୁତର

ବଣାଇଁ,୨୨।୨(ପ୍ରଦୀପ ତ୍ରିପାଠୀ): ଶନିବାର ଝାରଖଣ୍ଡ ପଶ୍ଚିମ ସିଂହଭୂମ ଜିଲାର ସାରାଣ୍ଡା ଜଙ୍ଗଲ ଅଞ୍ଚଳରେ ନକ୍ସଲ ବିରୋଧୀ ଅଭିଯାନ ସମୟରେ ପୁଣି ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଥିବା ଜଣାପଡ଼ଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri