୪୭ ବର୍ଷ ପରେ ଆସିଲା ବିମାନ ଦୁର୍ଘଟଣାର କାରଣ, ଯେଉଁଥିରେ ପ୍ରାଣ ହରାଇଥିଲେ ଅନେକ ନେତା

କୁଆଲା ଲମପୁର,୧୪।୪: ମାଲେସିଆର ଏକ ଟପ ସିକ୍ରେଟ ଫାଇଲକୁ ୪୭ ବର୍ଷ ପରେ ସାର୍ବଜନିନ କରାଯାଇଛି। ସୂଚନାଯୋଗ୍ୟ, ୧୯୭୬ରେ ମାଲେସିଆରେ ଏକ ବିମାନ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା। ଏଥିରେ ଅନେକ ରାଜନେତା ଓ ମନ୍ତ୍ରୀଙ୍କର ମୃତ୍ୟୁ ହୋଇଥିଲା। ବିମାନ ଦୁର୍ଘଟଣା ପରଠାରୁ ମାଲେସିଆ ସରକାର ଏହାର ଫାଇଲକୁ ଗୁପ୍ତ ଭାବେ ରଖିଥିଲେ। ଏହି ଦୁର୍ଘଟଣାର କାରଣକୁ ସାର୍ବଜନିନ କରାଯାଇ ନ ଥିଲା। ଏବେ ଲୋକଙ୍କ ବହୁ ଦାବି ପରେ ମାଲେସିଆ ସରକାର ୧୯୭୬ରେ ହୋଇଥିବା ବିମାନ ଦୁର୍ଘଟଣା ଫାଇଲକୁ ସାର୍ବଜନିନ କରି ଦେଇଛନ୍ତି। ଫାଇଲରୁ ଜଣାପଡିଛି କି ବିମାନରେ ଜିନିଷପତ୍ର ଠିକ ଭାବେ ରଖାଯାଇ ନ ଥିଲା, ଯେଉଁଥିପାଇଁ ବିମାନଟି ଦୁର୍ଘଟଣା ଗ୍ରସ୍ତ ହୋଇଥିଲା।

ମାଲେସିଆ ସରକାର ୨୧ ପୃଷ୍ଠାର ତଥ୍ୟ ବୁଧବାର ସାର୍ବଜନିନ କରିଛନ୍ତି। ଏହା ଅନୁଯାୟୀ, ଯେଉଁ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା, ତାହା ଅଷ୍ଟ୍ରେଲିଆର ଏୟାର କ୍ରାପ୍ଟ ଫ୍ୟାକ୍ଟ୍ରିରେ ନିର୍ମାଣ କରାଯାଇଥିଲା। ବିମାନଟି ସବାହ ରାଜ୍ୟର ରାଜଧାନୀ କୋଟା କେନାବାଲୁ ଯାଉଥିଲା। ସେତେବେଳେ ଏହା ସମୁଦ୍ରରେ ବୁଡି ଯାଇଥିଲା। ଏହି ବିମାନ ଦୁର୍ଘଟଣାରେ ସବାହ ରାଜ୍ୟର ତତକାଳୀନ ମୁଖ୍ୟମନ୍ତ୍ରୀ ତୁମ ଫୁଆଦ ଷ୍ଟିଫେନ୍ସ ଓ ରାଜ୍ୟର ଆବସ ମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ସଂଚାର ମନ୍ତ୍ରୀଙ୍କ ମୃତ୍ୟୁ ହୋଇଥିଲା। ରିପୋର୍ଟରେ କୁହାଯାଇଛି କି ଏମିତି କୌଣସି ପ୍ରମାଣ ମିଳିନାହିଁ ବିମାନରେ କୌଣସି ପ୍ରକାର ତ୍ରୁଟି ଅଥବା ନିଆଁ ଲାଗିବା ଅବା ବିସ୍ଫୋରଣ ହୋଇଥିଲା। ରିପୋର୍ଟରେ କୁହାଯାଇଛି କି ବିମାନରେ ଆବଶ୍ୟକତାଠାରୁ ଅଧିକ ଜିନିଷ ଭର୍ତ୍ତି କରାଯାଇଥିଲା ଓ ଏହାକୁ ଠିକଭାବେ ଭର୍ତ୍ତି କରାଯାଇ ନ ଥିଲା। ଫଳରେ ପବନରେ ବିମାନର ସନ୍ତୁଳନ ବିଗିଡି ଯାଇଥିଲା ଓ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ପାଗଳ ସହ ବିପଜ୍ଜନକ ହୋଇଗଲେଣି ଟ୍ରମ୍ପ…’, ଇରାନ ଯୁଦ୍ଧ ମଧ୍ୟରେ ରାଗିଲେ ଆମେରିକୀୟ ନେତା

ଓ୍ବାଶିଂଟନ,।୬୪: ଇରାନ ସହିତ ଚାଲିଥିବା ସଂଘର୍ଷକୁ ନେଇ ଡୋନାଲ୍ଡ ଟ୍ରମ୍ପ ନିଜେ ଆମେରିକା ଭିତରେ ସମାଲୋଚନାର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି। ଆମେରିକୀୟ କଂଗ୍ରେସ ସଦସ୍ୟ…

ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର, ଗର୍ଭବତୀ ଜଣାପଡିବା ପରେ ଧାର୍ମିକସ୍ଥଳୀ ଭଙ୍ଗାରୁଜା

ଆନନ୍ଦପୁର,୬ା୪(ସୁଶାନ୍ତ କୁମାର ସାହୁ ): ଭିନ୍ନକ୍ଷମ ନାବାଳିକାଙ୍କୁ ୪ମାସ ତଳେ ବଳାତ୍କାର କରି ଫେରାର ହୋଇଯାଇଛି ଗାଁର ଜଣେ ସଂଖ୍ଯାଲଘୁ ସମ୍ପ୍ରଦାର ଯୁବକ । ଘଟଣା ପ୍ରଘଟ…

ମା’ ଭଦ୍ରକାଳୀଙ୍କ ପୀଠରୁ ଚୋରି, ହୁଣ୍ଡି ବାକ୍ସ ଭାଙ୍ଗି ଦୁର୍ବୃତ୍ତ…

ଭଦ୍ରକ,୬ା୪(ସନାତନ ରାଉତ): ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀଙ୍କ ପୀଠରେ ରବିବାର ବିଳମ୍ବିତ ରାତିରେ ଚୋରି ହୋଇଥିବାର ଅଭିଯୋଗ ହୋଇଛି। ଭୋର୍‌ ସମୟରେ ମା’ଙ୍କ ପୂଜା ପୂଜା…

ବେପରୁଆ ଗାଡ଼ି ଚାଳନା, ଢାବା ଉପରକୁ କାର୍ ମାଡ଼ିଯିବାରୁ ୨ମୃତ

କୁଆଁରମୁଣ୍ଡା,୬ା୪(ମହେନ୍ଦ୍ର କୁମାର ସାହୁ): ରବିବାର ବିଳମ୍ବିତ ରାତିରେ ୧୪୩ ନମ୍ବର ଜାତୀୟ ରାଜପଥର କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ଯମୁନାନାକି ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଢାବା ଭିତରକୁ…

ସକାଳର ପ୍ରଥମ କିରଣ ଛୁଇଁଥିଲା ଶ୍ରୀସୂର୍ଯ୍ୟଙ୍କ ବିଗ୍ରହଙ୍କୁ…

କୋଶୋଦାସର ଶ୍ରୀପଦ୍ମକେଶର ମନ୍ଦିର ଆକ୍ରମଣର ସବିଶେଷ ଇତିହାସ ଆଲୋଚନା ଆଢ଼ୁଆଳରେ ଅଛି। ଆମେ କେବଳ ଗତ ସଂଖ୍ୟାରେ ସୂଚନା ଦେଇଥିଲୁ। ଅନୁସନ୍ଧାନ ଆମର ନୀରବ ହୋଇନାହିଁ। ଶ୍ରୀପଦ୍ମକେଶର…

ମହେନ୍ଦ୍ରଗିରିରେ ନିଖୋଜ ପର୍ଯ୍ୟଟକଙ୍କ ମୃତଦେହ ମିଳିଲା, ୩ ସାଙ୍ଗଙ୍କ ସହ ବୁଲିବାକୁ ଯାଇ…

ପାରଳାଖେମୁଣ୍ଡି,୬ା୪(ଗିରିଧାରୀ ପରିଚ୍ଛା): ମହେନ୍ଦ୍ରଗିରିରେ ନିଖୋଜ ଥିବା ପର୍ଯ୍ୟଟକଙ୍କ ମୃତଦେହ ସୋମବାର ସକାଳେ ଉଦ୍ଧାର ହୋଇଛି। ଗତକାଲି କାଳବୈଶାଖୀ ପ୍ରଭାବରେ ବିନୋଦ ଚନ୍ଦ୍ର ଜେନା ନାମକ ଜଣେ ବ୍ୟକ୍ତି…

ଗୋଠଛଡ଼ା ଦନ୍ତାର ଉପଦ୍ରବ, ଦୁଇ ଘର ଭାଙ୍ଗି…..

କେନ୍ଦୁଝର,୫।୪(ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଅନ୍ତର୍ଗତ କଟୁପଶି ଗ୍ରାମରେ ଗୋଠଛଡା ଦନ୍ତାର ଉପଦ୍ରବ । ଗୋଠଛଡା ଦନ୍ତା ଆକ୍ରମଣରେ ଦୁଇ ଜଣଙ୍କ ଘର ଭାଙ୍ଗିଛି ।…

ଭାରତକୁ ସାହାଯ୍ୟ ମାଗିଲା ଇରାନ, ଏହି ବ୍ୟକ୍ତି ବଢାଇଲେ ଏମିତି ସହଯୋଗର ହାତ ସବୁଠି ହେଉଛି ଚର୍ଚ୍ଚା

ନୂଆଦିଲ୍ଲୀ,୬।୪: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ସାରା ବିଭିନ୍ନ ରାଜ୍ୟର ଲୋକମାନେ ଯୁଦ୍ଧ ଦ୍ୱାରା ପ୍ରଭାବିତ ଇରାନୀ ନାଗରିକମାନଙ୍କୁ ସହାୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri