ଆବାସିକ ବିଦ୍ୟାଳୟରେ ବ୍ୟାପୁଛି ମ୍ୟାଲେରିଆ

ରାୟଗଡ଼ା,୮।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ଡିପ୍‌ଥେରିଆ ସଂକ୍ରମଣ ଭୟ ମନରୁ ଲିଭି ନ ଥିବାବେଳେ ଏବେ ମ୍ୟାଲେରିଆ ଏବଂ ଝାଡ଼ାବାନ୍ତି ଆତଙ୍କ ଦେଖାଦେଇଛି। ଜିଲାର ସମସ୍ତ ବ୍ଲକ୍‌ରେ ମ୍ୟାଲେରିଆ ଏକ ପ୍ରକାର କାୟାବିସ୍ତାର କରିବାରେ ଲାଗିଛି । ବିଶେଷକରି ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଅଧୀନରେ ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ଛାତ୍ରୀଛାତ୍ର ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି ।
ଗ୍ରୀଷ୍ମ ଅବକାଶ ପରେ ଛାତ୍ରୀଛାତ୍ର ସ୍କୁଲକୁ ଫେରିଥିବା ବେଳେ ସତର୍କତା ଅବଲମ୍ବନ କରିବା ପାଇଁ ୧୧ଟି ବ୍ଲକ୍‌ର ସମସ୍ତ ସ୍କୁଲରେ ପିଲାଙ୍କ ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ପାଇଁ ଜିଲା ମଙ୍ଗଳ ଅଧିକାରୀ ଗତ ୨ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ଚିଠି କରିଥିଲେ। ଉକ୍ତ ଚିଠିକୁ ଭିତ୍ତିକରି ଜିଲା ମଙ୍ଗଳ ବିଭାଗ ପକ୍ଷରୁ ବର୍ତ୍ତମାନ ଜିଲାର ସମସ୍ତ ସ୍କୁଲ ହଷ୍ଟେଲରେ ରହୁଥିବା ଅନ୍ତେବାସୀଙ୍କ ସମେତ ସମସ୍ତ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରୁଛି ସ୍ବାସ୍ଥ୍ୟ ବିଭାଗ। ମେଡିକାଲ ଟିମ୍‌ ପ୍ରତ୍ୟେକ ସ୍କୁଲକୁ ଯାଇ ଛାତ୍ରୀଛାତ୍ରଙ୍କ ରକ୍ତ ନମୁନା ପରୀକ୍ଷା କରୁଥିବା ସ୍ବାସ୍ଥ୍ୟ ବିଭାଗ ଓ ମଙ୍ଗଳ ବିଭାଗ ପକ୍ଷରୁ ସୂଚନା ମିଳିଛି ।
ମିଳିଥିବା ସୂଚନା ପ୍ରକାରେ, କଲ୍ୟାଣସିଂହପୁର ବ୍ଲକ୍‌ ଅନ୍ତର୍ଗତ ବେଲକଣା ଏବଂ ତଳ ଅଞ୍ଚଳବାଡ଼ିରେ ଥିବା ଆବାସିକ ଆଶ୍ରମ ବିଦ୍ୟାଳୟରେ ଥିବା ୨୩୦ ହଷ୍ଟେଲ ଛାତ୍ରୀଛାତ୍ରଙ୍କ ରକ୍ତ ନମୁନା ସଂଗ୍ରହକରି ପରୀକ୍ଷଣ କରାଯାଇଥିଲା। ୧୦୩ ଜଣ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ରହିଥିବା ଜଣାପଡିଛି। ସେଥିମଧ୍ୟରୁ ୧୫ ଜଣଙ୍କୁ ଜ୍ୱର ହୋଇଥିବା ବେଳେ ମ୍ୟାଲେରିଆ ଆକ୍ରାନ୍ତ ଲକ୍ଷଣ ଦେଖାଯାଇଛି। ବଳକା ଛାତ୍ରୀଛାତ୍ରଙ୍କୁ ଜ୍ୱର ଓ ଅନ୍ୟ କୌଣସି ଲକ୍ଷଣ ଦେଖାଯାଇ ନ ଥିଲେ ମଧ୍ୟ ରକ୍ତ ପରୀକ୍ଷାରେ ମ୍ୟାଲେରିଆ ବାହାରିଥିବା ଦେଖିବାକୁ ମିଳିଛି। ଜିଲାର ସମସ୍ତ ବିଦ୍ୟାଳୟରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷଣ କରିବା ପରେ ମ୍ୟାଲେରିଆ ଆକ୍ରାନ୍ତଙ୍କୁ ଟିକା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି। ମିଳିଥିବା ସୂଚନା ପ୍ରକାରେ ଗତ ବର୍ଷ ୨୨୨୬ ଛାତ୍ରୀଛାତ୍ର ମ୍ୟାଲେରିଆରେ ଆକ୍ରାନ୍ତ ଥିଲେ। ତେବେ ମ୍ୟାଲେରିଆ ଜଣାପଡିବା ପରେ ବର୍ତ୍ତମାନ ସମସ୍ତଙ୍କୁ ମ୍ୟାଲେରିଆ ପ୍ରତିଷେଧକ ଟିକା ପ୍ରଦାନ କରାଯାଉଛି।
ଅନ୍ୟପଟେ ଜିଲା ମୁଖ୍ୟ ଚିକିତ୍ସାଳୟରେ ମଧ୍ୟ ବହୁ ରୋଗୀ ମ୍ୟାଲେରିଆ ଆକ୍ରାନ୍ତ ରହିଥିବା ଦେଖିବାକୁ ମିଳିଛି। ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟର ଭେଷଜ ବିଭାଗରେ ଆବଶ୍ୟକ ଶଯ୍ୟା ନ ଥିବାରୁ ମ୍ୟାଲେରିଆ ଆକ୍ରାନ୍ତ ମେଡିକାଲ ବାରଣ୍ଡାରେ ଶୋଇ ଚିକିତ୍ସିତ ହେଉଥିବା ଦେଖିବାକୁ ମିଳିଛି। ରବିବାର ସୁଦ୍ଧା ପ୍ରାୟ ୧୭ ଜଣ ମ୍ୟାଲେରିଆ ରୋଗୀ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ତେବେ ତୃଣମୂଳସ୍ତରରେ ଆବଶ୍ୟକ ସଚେତନତା ଅଭାବରୁ ଆଜି ବି ଲୋକେ ନିରାକରଣ ପଦକ୍ଷେପ ନେଉ ନ ଥିବାରୁ ମ୍ୟାଲେରିଆ ରୋଗରେ ଆକ୍ରାନ୍ତ ହେଉଥିବା ଜଣାପଡ଼ିଛି। ତେଣୁ ଜିଲା ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ଏଥିପ୍ରତି ଦୃଷ୍ଟିଦେଇ ଲୋକଙ୍କୁ ସଚେତନ କରାଇବା ଆବଶ୍ୟକ ରହିଛି ବୋଲି ସାଧାରଣରେ ଦାବି ହୋଇଛି । ଏ ନେଇ ଜିଲା ମଙ୍ଗଳ ଅଧିକାରୀ ଭରତ ଭୂଷଣ ବିଶ୍ୱାଳଙ୍କୁ ପଚାରିବାରୁ ମେଡିକାଲ ଟିମ୍‌ ଏବେ ସମସ୍ତ ସ୍କୁଲରେ ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ପରୀକ୍ଷା କରିବା ସହ ଚିକିତ୍ସାକରି ସମସ୍ତଙ୍କୁ ଟିକା ପ୍ରଦାନ କରାଯାଉଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇସ୍ରାଏଲକୁ ସାଂଘାତିକ ଧମକ ଦେଲା ପାକିସ୍ତାନ, ନେତାନ୍ୟାହୁଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ କରି କହିଲା…

ଇସଲାମବାଦ,୨୮।୩: ଇରାନର ରାଜଧାନୀ ତେହେରାନରେ ପାକିସ୍ତାନୀ ଦୂତାବାସ ନିକଟରେ ଇସ୍ରାଏଲୀ-ଆମେରିକୀୟ ଆକ୍ରମଣର ରିପୋର୍ଟ ପରେ, ଇସଲାମାବାଦ ଇସ୍ରାଏଲକୁ ଏକ କଡ଼ା ଚେତାବନୀ ଦେଇଛି। ପାକିସ୍ତାନ କହିଛି ଯେ…

ଚୋରକୁ ଧରି ହାଜତରେ ପୂରାଇଥିଲା ପୋଲିସ, ଫେରାର ହୋଇଯିବା ପରେ…

ଧର୍ମଶାଳା/ବ୍ରହ୍ମବରଦା,୨୮ା୩(ଶିବପ୍ରସାଦ ମହାନ୍ତି/ଯଯାତି କେଶରୀ ବେହେରା): ଯାଜପୁର ଜିଲା ବ୍ରହ୍ମବରଦା ଥାନାରେ ଘଟିଛି ଏକ ଅଭାବନୀୟ ଘଟଣା। ପୋଲିସ ଚୋରକୁ ଧରି ହାଜତରେ ରଖିଥିବା ବେଳେ ରାତି ପ୍ରାୟ…

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ନେଇ ସମୀକ୍ଷା କଲେ କଳିକେଶ, ହସ୍ପିଟାଲରେ ରୋଗୀଙ୍କୁ…

ବଲାଙ୍ଗୀର,୨୮ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ଓ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟସେବା ଉପରେ ସମୀକ୍ଷା କରିଛନ୍ତି ବଲାଙ୍ଗୀର ବିଧାୟକ କଳିକେଶ…

ଯୁଦ୍ଧ ମଧ୍ୟରେ ଦେଶବାସୀଙ୍କୁ ବଡ଼ ଭରସା ଦେଲେ ପ୍ରଧାନମନ୍ତ୍ରୀ, କହିଲେ ଆପଣଙ୍କ ଉପରେ ଲଦିବୁ ନାହିଁ…

ନୂଆଦିଲ୍ଲୀ,୨୮।୩: ଯେତେବେଳେ ଆମେରିକା ଏବଂ ଇସ୍ରାଏଲ ଇରାନ ଉପରେ ଆକ୍ରମଣ ଆରମ୍ଭ କଲେ, କେହି ଭାବି ନଥିଲେ ଯେ ଏହା ଏକ ବିଶ୍ୱ ସଙ୍କଟରେ ପରିଣତ ହେବ।…

ଲୁଣାନଦୀର ଜଳସ୍ତର କମୁଛି: ଆଗାମୀ ଦିନରେ ଦେଖାଦେବ…

କେନ୍ଦ୍ରାପଡ଼ା, ୨୮ା୩ (ଜଗନ୍ନାଥ ଧଳ)ଡିସେମ୍ବର ମାସଠାରୁ କେନ୍ଦ୍ରାପଡ଼ା ଜିଲାରେ ପ୍ରବାହିତ ଲୁଣାନଦୀର ଜଳସ୍ତର କମିବାରେ ଲାଗିଛି। ଫଳରେ ଆଗାମୀ ଦିନରେ କେନ୍ଦ୍ରାପଡ଼ା ପୌରାଞ୍ଚଳରେ ପିଇବା ପାଣି ସମସ୍ୟା…

LPG ଏବଂ PNG ର ଏକ୍ସପାଏରୀ ଡେଟ୍‌ ଅଛି କି? ଜାଣନ୍ତୁ କେମିତି କରିବେ ଚେକ୍‌…

ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ଇନ୍ଧନ ଯୋଗାଣ ନେଇ ଚିନ୍ତା ମଧ୍ୟରେ, ଭାରତର ଅନେକ ପରିବାର LPG ସିଲିଣ୍ଡର ପ୍ରତି ଅଧିକ ଧ୍ୟାନ ଦେଉଛନ୍ତି। ଏହା PNG…

ମୋଦିଙ୍କ ପାଇଁ ବଡ଼ କଥା କହିଦେଲେ ନେପାଳର ନୂଆ ପ୍ରଧାନମନ୍ତ୍ରୀ

କାଠମାଣ୍ଡୁ,୨୮।୩: ନେପାଳର ନୂଆ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା ଶନିବାର ଦିନ କହିଛନ୍ତି ଯେ ସେ ‘ଭାରତ ସହିତ ମିଶି କାମ କରିବାକୁ ଖୁବ ଆଗ୍ରହୀ ଅଛନ୍ତି।’ ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri