ବୈଠକରେ ସୀମିତ ମ୍ୟାଲେରିଆ ନିରାକରଣ

ରାୟଗଡା ଅଫିସ,୨୬।୪: ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସରକାର ପ୍ରତିବର୍ଷ ଜିଲା ଓ ପଞ୍ଚାୟତସ୍ତରରେ ସରକାର ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ତାହା ଫଳପ୍ରଦ ହେଉନାହିଁ। ପ୍ରତିବର୍ଷ କେବଳ ବୈଠକ କରି ସରକାରୀ ଅଧିକାରୀମାନେ କାମ ସାରି ଦେଉଥିବା ଅଭିଯୋଗ ହେଉଛି। ରାୟଗଡ଼ା ଜିଲାର ଚନ୍ଦ୍ରପୁର, ଗୁଡାରି, ମୁନିଗୁଡା ଭଳି ଦୁର୍ଗମ ଅଞ୍ଚଳରେ ଅଧିକାଂଶ ମ୍ୟାଲେରିଆ ପ୍ରକୋପ ରହୁଥିବା ବେଳେ ଅନ୍ୟ ଅଞ୍ଚଳ ଗୁଡିକ ମଧ୍ୟ ଏଥିରୁ ବାଦ ପଡୁନି। ଏପରକି ରାୟଗଡା ସହରରେ ପ୍ରତ୍ୟେକ ସ୍ଥାନରେ ମଧ୍ୟ ମଶା ପ୍ରାଦୁର୍ଭାବ ରହିଛି। ମ୍ୟାଲେରିଆ ନିରାକରଣ ବୈଠକ ଏକ ପ୍ରହସନ ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି। ଯଦି ମ୍ୟାଲେରିଆ ଦୂର କରିବାର ଅଛି ତେବେ ମଶା ପ୍ରାଦୁର୍ଭାବ କମାଇବା ସହ ସରକାରଙ୍କ ତରଫରୁ ଦିଆଯାଉ ଥିବା ମଶାରୀ ଲୋକେ ବ୍ୟବହାର କରୁଛନ୍ତି ନା ନିଜ ଜମିରେ ବାଡ଼ କରୁଛନ୍ତି ତାହା ଜାଣିବା ଉଚିତ ବୋଲି ବୁଦ୍ଧିଜୀବୀ କହିଛନ୍ତି। ମଙ୍ଗଳବାର ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଟାସ୍କ ଫୋର୍ସ କମିଟି ବୈଠକ ବାରିଝୋଲାଠାରେ ଥିବା ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ଅଧିକ ମ୍ୟାଲେରିଆ ପ୍ରବଣ ଅଞ୍ଚଳକୁ ଅନୁଧ୍ୟାନ କରି ନୂତନ ଭାବେ ୬୮ଟି ସବ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି l ୨୦୨୦ ରେ ମଶାରୀ ବଣ୍ଟନ ହୋଇଥିଲା। ପୁଣି ୨୦୨୩ରେ ସରକାର ମଶାରୀ ବାଣ୍ଟିବା କଥା ଚିନ୍ତା କରୁଛନ୍ତି । ଗ୍ରାମାଞ୍ଚଳ ହେଉ କି ସହର ମଶାରୀର ସଦୁପଯୋଗ କରିବା ଆବଶ୍ୟକ। ଜିଲାରେ ମ୍ୟାଲେରିଆକୁ କିପରି ଦୂରେଇବା ସେ ନେଇ ି ବୈଠକରେ ଆଲୋଚନା କରାଯାଇଛି । ଅନ୍ୟପଟେ ରାୟଗଡା ଜିଲା ମ୍ୟାଲେରିଆରେ ୨ୟ ସ୍ଥାନରେ ରହିଥିବା ଜଣାପଡିଛି । ତେଣୁ ମ୍ୟାଲେରିଆ ନିରାକରଣରେ ଲୋକେ ସଚେତନ ହେବା ସହ ଅଧିକାରୀମାନେ ଆହୁରି ଅଧିକ ସଚେତନତା କରାଇବାର ଆବଶ୍ୟକ ବୋଲି ବୁଦ୍ଧିଜୀବୀ କହିଛନ୍ତି l ଏଡିପିଏଚଓବି ଏଲ ଏନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରଣ୍ଟେଣ୍ଡେଣ୍ଟ ବରଦା କାନ୍ତ ମିଶ୍ର, ଏପିଏଚଓ ଡ. ମମତା ଚୌଧୁରୀ,ଏଡିଏମଓ ମମତା ସାହୁ, ଜିଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥିଙ୍କ ସମେତ ସ୍ବାସ୍ଥ୍ୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri