ବୈଠକରେ ସୀମିତ ମ୍ୟାଲେରିଆ ନିରାକରଣ

ରାୟଗଡା ଅଫିସ,୨୬।୪: ମ୍ୟାଲେରିଆ ନିୟନ୍ତ୍ରଣ ପାଇଁ ସରକାର ପ୍ରତିବର୍ଷ ଜିଲା ଓ ପଞ୍ଚାୟତସ୍ତରରେ ସରକାର ଅନେକ ଟଙ୍କା ଖର୍ଚ୍ଚ କରୁଛନ୍ତି। ହେଲେ ବାସ୍ତବରେ ତାହା ଫଳପ୍ରଦ ହେଉନାହିଁ। ପ୍ରତିବର୍ଷ କେବଳ ବୈଠକ କରି ସରକାରୀ ଅଧିକାରୀମାନେ କାମ ସାରି ଦେଉଥିବା ଅଭିଯୋଗ ହେଉଛି। ରାୟଗଡ଼ା ଜିଲାର ଚନ୍ଦ୍ରପୁର, ଗୁଡାରି, ମୁନିଗୁଡା ଭଳି ଦୁର୍ଗମ ଅଞ୍ଚଳରେ ଅଧିକାଂଶ ମ୍ୟାଲେରିଆ ପ୍ରକୋପ ରହୁଥିବା ବେଳେ ଅନ୍ୟ ଅଞ୍ଚଳ ଗୁଡିକ ମଧ୍ୟ ଏଥିରୁ ବାଦ ପଡୁନି। ଏପରକି ରାୟଗଡା ସହରରେ ପ୍ରତ୍ୟେକ ସ୍ଥାନରେ ମଧ୍ୟ ମଶା ପ୍ରାଦୁର୍ଭାବ ରହିଛି। ମ୍ୟାଲେରିଆ ନିରାକରଣ ବୈଠକ ଏକ ପ୍ରହସନ ବୋଲି ଜନସାଧାରଣ ଅଭିଯୋଗ କରୁଛନ୍ତି। ଯଦି ମ୍ୟାଲେରିଆ ଦୂର କରିବାର ଅଛି ତେବେ ମଶା ପ୍ରାଦୁର୍ଭାବ କମାଇବା ସହ ସରକାରଙ୍କ ତରଫରୁ ଦିଆଯାଉ ଥିବା ମଶାରୀ ଲୋକେ ବ୍ୟବହାର କରୁଛନ୍ତି ନା ନିଜ ଜମିରେ ବାଡ଼ କରୁଛନ୍ତି ତାହା ଜାଣିବା ଉଚିତ ବୋଲି ବୁଦ୍ଧିଜୀବୀ କହିଛନ୍ତି। ମଙ୍ଗଳବାର ବିଶ୍ୱ ମ୍ୟାଲେରିଆ ଦିବସ ଅବସରରେ ଟାସ୍କ ଫୋର୍ସ କମିଟି ବୈଠକ ବାରିଝୋଲାଠାରେ ଥିବା ଜିଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟ ଠାରେ ପାଳିତ ହୋଇଯାଇଛି। ଅଧିକ ମ୍ୟାଲେରିଆ ପ୍ରବଣ ଅଞ୍ଚଳକୁ ଅନୁଧ୍ୟାନ କରି ନୂତନ ଭାବେ ୬୮ଟି ସବ ସେଣ୍ଟର ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି l ୨୦୨୦ ରେ ମଶାରୀ ବଣ୍ଟନ ହୋଇଥିଲା। ପୁଣି ୨୦୨୩ରେ ସରକାର ମଶାରୀ ବାଣ୍ଟିବା କଥା ଚିନ୍ତା କରୁଛନ୍ତି । ଗ୍ରାମାଞ୍ଚଳ ହେଉ କି ସହର ମଶାରୀର ସଦୁପଯୋଗ କରିବା ଆବଶ୍ୟକ। ଜିଲାରେ ମ୍ୟାଲେରିଆକୁ କିପରି ଦୂରେଇବା ସେ ନେଇ ି ବୈଠକରେ ଆଲୋଚନା କରାଯାଇଛି । ଅନ୍ୟପଟେ ରାୟଗଡା ଜିଲା ମ୍ୟାଲେରିଆରେ ୨ୟ ସ୍ଥାନରେ ରହିଥିବା ଜଣାପଡିଛି । ତେଣୁ ମ୍ୟାଲେରିଆ ନିରାକରଣରେ ଲୋକେ ସଚେତନ ହେବା ସହ ଅଧିକାରୀମାନେ ଆହୁରି ଅଧିକ ସଚେତନତା କରାଇବାର ଆବଶ୍ୟକ ବୋଲି ବୁଦ୍ଧିଜୀବୀ କହିଛନ୍ତି l ଏଡିପିଏଚଓବି ଏଲ ଏନ ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଜିଲା ମୁଖ୍ୟ ଚିକିତ୍ସାଳୟର ସୁପରଣ୍ଟେଣ୍ଡେଣ୍ଟ ବରଦା କାନ୍ତ ମିଶ୍ର, ଏପିଏଚଓ ଡ. ମମତା ଚୌଧୁରୀ,ଏଡିଏମଓ ମମତା ସାହୁ, ଜିଲା ମଙ୍ଗଳ ଅଧିକାରୀ ଅଶୋକ ଶତପଥିଙ୍କ ସମେତ ସ୍ବାସ୍ଥ୍ୟ ଅଧିକାରୀମାନେ ପ୍ରମୁଖ ଉପସ୍ଥିତ ଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri