Posted inଖେଳ

ମଲାନଙ୍କ ଶତକ: ଇଂଲଣ୍ଡର ବୃହତ୍‌ ବିଜୟ

ଧର୍ମଶାଳା, ୧୧।୧୦: ଚଳିତ ଆଇସିସି ଦିନିକିଆ କ୍ରିକେଟ ବିଶ୍ୱକପରେ ନିଜର ପ୍ରଥମ ମ୍ୟାଚରେ ପରାଜୟ ପରେ ଗତଥରର ଚାମ୍ପିୟନ ଇଂଲଣ୍ଡ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ଦାଓ୍ବିଦ ମଲାନଙ୍କ ଶତକ ଏବଂ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ଏହି ଦଳ ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ବାଂଲାଦେଶକୁ ବୃହତ୍‌ ବ୍ୟବଧାନରେ ୧୩୭ ରନରେ ପରାସ୍ତ କରିଛି। ଇଂଲଣ୍ଡ ୫୦ ଓଭରରେ ୯ ଉଇକେଟ ହରାଇ ୩୬୪ ରନ କରିଥିବାବେଳେ ବାଂଲାଦେଶ ୪୮.୨ ଓଭରରେ ୨୨୭ ରନକରି ଅଲ୍‌ଆଉଟ ହୋଇ ଯାଇଥିଲା। ଶତକୀୟ ଇନିଂସ ପାଇଁ ମଲନ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ୨ ମ୍ୟାଚରୁ ଏହା ଇଂଲଣ୍ଡର ପ୍ରଥମ ବିଜୟ ହୋଇଥିବାବେଳେ ବାଂଲାଦେଶର ପ୍ରଥମ ପରାଜୟ। ଇଂଲଣ୍ଡ ନିଜର ପ୍ରଥମ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ହାରି ଥିବାବେଳେ ବାଂଲାଦେଶ ପ୍ରତିପକ୍ଷ ଆଫଗାନିସ୍ତାନକୁ ପରାସ୍ତ କରିଥିଲା।
ଟସ୍‌ ଜିତି ବାଂଲାଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ମାତ୍ର ଦଳର ବୋଲରମାନେ ଆରମ୍ଭରୁ ସେମିତି କିଛି କରିସ୍ମା ଦେଖାଇପାରି ନ ଥିଲେ। ଫଳରେ ଇଂଲଣ୍ଡ ଓପନିଂ ଯୋଡ଼ିରେ ୧୧୫ ରନ ଯୋଗକରି ବଡ଼ ସ୍କୋର ଆଡ଼କୁ ଅଗ୍ରସର ହୋଇଥିଲା। ନିଜର ଶତକ ମ୍ୟାଚରେ ଅର୍ଦ୍ଧଶତକ ହାସଲ କରିଥିଲେ ଜନି ବେୟାରଷ୍ଟୋ। ସେ ୫୯ ବଲରୁ ୫୨ (୮ ଚୌକା) ରନକରି ପ୍ୟାଭିଲିୟନ ଫେରିଥିଲେ। ମଲାନ କିନ୍ତୁ ହାସଲ କରିଥିଲେ କ୍ୟାରିୟରର ୬ଷ୍ଠ ଦିନିକିଆ ଶତକ। ସେ ବିସ୍ଫୋରକ ବ୍ୟାଟିଂ କରି ମାତ୍ର ୧୦୭ ବଲ୍‌ରୁ ୧୬ ଚୌକା ଓ ୫ ଛକା ସହାୟତାରେ ୧୪୦ ରନ କରିଥିଲେ। ନିର୍ଭରଯୋଗ୍ୟ ଜୋ ରୁଟ୍‌ ଶତକର ନିକଟତର ହୋଇଥିଲେ ହେଁ ଦୁର୍ଭାଗ୍ୟଜନକଭାବେ ୮୨ ରନକରି ଶୋରିଫୁଲ୍‌ ଇସଲାମଙ୍କ ଏକ ସୁଇଂ ବଲ୍‌କୁ ଖେଳିବାକୁ ଯାଇ ଉଇକେଟ କିପର ମୁଶଫିକର ରହିମଙ୍କୁ କ୍ୟାଚ ଦେଇଥିଲେ। ମିଡିଲ୍‌ ଏବଂ ଟେଲ୍‌ ଏଣ୍ଡରଙ୍କ ବିଫଳତା ସତ୍ତ୍ୱେ ଇଂଲଣ୍ଡ ୩୬୪ ରନର ବଡ଼ ସ୍କୋର ଛିଡ଼ା କରିଥିଲା। ବାଂଲାଦେଶ ପକ୍ଷରୁ ମେହଦି ହାସନ ସର୍ବାଧିକ ୪ଟି, ଶୋରିଫୁଲ ଇସଲାମ ୩ଟି ଏବଂ ତାସକିନ ଅହମଦ ଓ ଶାକିବ ଅଲ୍‌ ହାସନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ବୃହତ୍‌ ଟାର୍ଗେଟର ଚାପ ବାଂଲାଦେଶ ଇନିଂସ ଆରମ୍ଭରୁ ପ୍ରତିଫଳିତ ହୋଇଥିଲା। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଦଳ ୪୯ ରନ ମଧ୍ୟରେ ୪ ଉଇକେଟ ହରାଇ ବ୍ୟକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଇଂଲଣ୍ଡର ରିସି ଟୋପ୍‌ଲେ ବାଂଲାଦେଶର ଏହି ବିପର୍ଯ୍ୟୟ ଘଟାଇଥିଲେ। ଓପନର ଲିଟନ ଦାସ (୭୬ ରନ) ଓ ମିଡିଲ ଅର୍ଡରରେ ମୁଶଫିକର ରହିମ (୫୧) ଅର୍ଦ୍ଧଶତକୀୟ ଇନିଂସ ଖେଳିଥିଲେ ହେଁ ତାହା ଇଂଲଣ୍ଡକୁ ଚ୍ୟାଲେଞ୍ଜ ଦେବାପାଇଁ ପର୍ଯ୍ୟାପ୍ତ ହୋଇ ନ ଥିଲା। ତୋହିଦ ହ୍ରିଦୟ ୩୯ ରନ କରିଥିଲେ। ଇଂଲଣ୍ଡ ବୋଲରଙ୍କ ମଧ୍ୟରେ ରିସି ଟୋପଲେ ୪ଟି, କ୍ରିସ୍‌ ଓ୍ବକ୍ସ ୨ଟି ଏବଂ ସାମ୍‌ କୁରାନ, ମାର୍କ ଉଡ୍‌, ଆଡିଲ ରଶିଦ ଓ ଲିଆମ ଲିଭିଂଷ୍ଟୋନ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।
ସଂକ୍ଷିପ୍ତ ସ୍କୋର
ଇଂଲଣ୍ଡ ୫୦ ଓଭରରେ ୩୬୪/୯(ଦାଓ୍ବିଦ ମଲାନ-୧୪୦, ଜୋ ରୁଟ୍‌-୮୨, ଜନି ବେୟାରଷ୍ଟୋ-୫୨, ମେହଦି ହାସନ-୪/୭୧, ଶୋରିଫୁଲ ଇସଲାମ-୩/୭୫, ତାସକିନ ଅହମଦ-୧/୩୮, ଶାକିବ ଅଲ୍‌ ହାସନ-୧/୫୨)। ବାଂଲାଦେଶ ୪୮.୨ ଓଭରରେ ୨୨୭/ଅଲ୍‌ଆଉଟ (ଲିଟନ ଦାସ-୭୬, ମୁଶଫିକର ରହିମ-୫୧, ରିସି ଟୋପ୍‌ଲେ-୪/୪୩, କ୍ରିସ୍‌ ଓ୍ବକ୍ସ-୨/୪୯, ଲିଆମ ଲିଭିଂଷ୍ଟୋନ-୧/୧୩, ମାର୍କ ଉଡ୍‌-୧/୨୯, ଆଡିଲ ରଶିଦ-୧/୪୨, ସାମ୍‌ କୁରାନ-୧/୪୭)।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ରାମ ନବମୀ ପୂର୍ୱରୁ ପୋଲିସର ଫ୍ଲାଗ୍‌ ମାର୍ଚ୍ଚ, ବଢ଼ିଲା ସୁରକ୍ଷା…

କୋରାପୁଟ,୨୬ା୩(ଅମିତାଭ ବେହେରା): ରାମ ନବମୀ ଅବ୍ୟହିତ ପୂର୍ୱରୁ କୋରାପୁଟ ପୋଲିସ ପକ୍ଷରୁ ସହରରେ ଗୁରୁବାର ଫ୍ଲାଗ ମାର୍ଚ୍ଚ କରାଯାଇଛି। ରାମ ନବମୀରେ ଶୁକ୍ରବାର ସହରରେ ୧୦ହଜାର ଊର୍ଦ୍ଧ୍ୱ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

୧୬ ବର୍ଷୀୟା ଶାଳୀଙ୍କୁ ବଳାତ୍କାର କରି ହତ୍ୟା କରିଥିଲେ ଭିଣୋଇ, ଆସିଲା ମାମଲାର ରାଏ…

ବ୍ରହ୍ମପୁର,୨୬।୩(ସୁବାସ ଚନ୍ଦ୍ର ପାଢ଼ୀ): ଫାଷ୍ଟଟ୍ରାକ୍‌ ପୋକ୍‌ସୋ ଜଜ୍‌ ପ୍ରଣତି ପଟ୍ଟନାୟକ ଗୁରୁବାର ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ବିଚାର କରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri