Categories: ଫୁରସତ

ସିମ୍ପାଞ୍ଜି ସହ ଭିଡିଓ କରିବା ମହଙ୍ଗା ପଡ଼ିଲା

ଜାକର୍ତ୍ତା: ଆଜିକାଲି ଲୋକେ ସେଲ୍ଫି ପାଇଁ ବିଭିନ୍ନ ସ୍ତରକୁ ଚାଲିଯାଉଛନ୍ତି। ବିପଦପୂର୍ଣ୍ଣ ସ୍ଥାନରେ ମଧ୍ୟ ଲୋକେ ସେଲି୍ଫ ଉଠାଇବାକୁ ପଛାଉନାହାନ୍ତି। ଚିଡ଼ିଆଖାନାରେ ମଧ୍ୟ ପ୍ରାଣୀଙ୍କୁ ଦେଖିଲେ ସେମାନଙ୍କ ସହ ମଧ୍ୟ ସେଲ୍ଫି ଉଠାଉଛନ୍ତି। ହେଲେ ଜଣେ ଲୋକଙ୍କୁ ଚିଡ଼ିଆଖାନାରେ ଥିବା ଏକ ସିମ୍ପାଞ୍ଜି ସହ ଭିଡିଓ କରିବା ମହଙ୍ଗା ପଡ଼ିଛି। ଏନେଇ ଏକ ଭିଡିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଭିଡିଓଟି ଇଣ୍ଡୋନେସିଆର କସଙ୍ଗ କୁଲିମ୍‌ ଚିଡ଼ିଆଖାନାର ବୋଲି ଜଣାପଡ଼ିଛି। ଜଣେ ଯୁବକ ସେଠାରେ ପିଞ୍ଜରା ଭିତରେ ଥିବା ସିମ୍ପାଞ୍ଜି ସହ ଭିଡିଓ କରିବାକୁ ଚାହୁଁଥିଲେ। ସେଥିପାଇଁ ସେ ପର୍ଯ୍ୟଟକଙ୍କ ପାଇଁ ଲାଗିଥିବା ବାଡ଼କୁ ଡେଇଁ ଭିତରକୁ ଚାଲିଯାଇଥିଲେ। ସେ ପାଖକୁ ଯାଇ ଭିଡିଓ କରିବାବେଳେ ସିମ୍ପାଞ୍ଜି ଯୁବକର ଶାର୍ଟ ଧରି ଭିଡ଼ିବାକୁ ଲାଗିଲା। ପରେ ତାଙ୍କ ଗୋଡ଼କୁ ମାଡ଼ି ବସିଲା। ଏଥିସହ ତାଙ୍କ ଗୋଡ଼କୁ କାମୁଡିବାକୁ ଚେଷ୍ଟା କରିଥିଲା। ଅନ୍ୟ ଜଣେ ତାଙ୍କୁ ସିମ୍ପାଞ୍ଜି କବଳରୁ ବଞ୍ଚାଇବାକୁ ଆସିଥିଲେ ମଧ୍ୟ ସିମ୍ପାଞ୍ଜି ତାଙ୍କୁ ଠେଲିଦେଇଥିଲା। ପରେ ସେ ତା’ କବଳରୁ ବଞ୍ଚିଯାଇଥିଲେ। ଚିଡ଼ିଆଖାନା ପ୍ରଶାସନର କହିବା ମୁତାବକ, ସେହି ସମୟରେ କର୍ମଚାରୀମାନେ ଖାଇବାକୁ ଯାଇଥିଲେ। ଯୁବକ ବିନା ଅନୁମତିରେ ବାଡ଼ ଡେଇଁ ଭିତରକୁ ଯାଇଥିଲେ।

Share