ଜଙ୍ଗଲକୁ ଗଲା ମାଖନା ହାତୀ

ଢେଙ୍କାନାଳ ଅଫିସ, ୯।୧୨: ଢେଙ୍କାନାଳ ଜିଲା କପିଳାସ ପ୍ରାଣୀ ଉଦ୍ୟାନ ରେସ୍‌କ୍ୟୁ ସେଣ୍ଟର କ୍ରଲ୍‌ରେ ପାଖାପାଖି ମାସେ ବିତାଇବା ପରେ ଜଙ୍ଗଲକୁ ଯାଇଛି ମାଖନା ହାତୀ। ହାତୀର ସୁରକ୍ଷା ଏବଂ ଆଇନ ଶୃଙ୍ଖଳା ପରିସ୍ଥିତି ଏଡ଼ାଇବାକୁ ଉକ୍ତ ଜଙ୍ଗଲର ନାମ ଗୋପନ ରଖାଯାଇଛି। ଏହାର ଗତିବିଧି ଉପରେ ବନ ବିଭାଗ ତୀକ୍ଷ୍ଣ ନଜର ରଖିଛି।
ସୂଚନାଯୋଗ୍ୟ, ଉକ୍ତ ହାତୀର ମୂଳ ବାସସ୍ଥାନ ଢେଙ୍କାନାଳ। ତେବେ ଗତ ଅକ୍ଟୋବର ଶେଷ ସପ୍ତାହରେ ମାଖନା ହାତୀ ଜିଲା ସୀମା ଡେଇଁ ଯାଜପୁର, କଟକ ଏବଂ କେନ୍ଦ୍ରାପଡ଼ା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିଲା। କେନ୍ଦ୍ରାପଡ଼ା ଜିଲା ବରୀ ରେଞ୍ଜ୍‌ରେ ଟ୍ରାଙ୍କୁଲାଇଜ୍‌ କରି ହାତୀକୁ ଏକ ସ୍ବତନ୍ତ୍ର ଗାଡ଼ିରେ ନଭେମ୍ବର ୨ରେ କପିଳାସ ରେସ୍‌କ୍ୟୁ ସେଣ୍ଟରକୁ ଅଣାଯାଇଥିଲା। ତେବେ କଟକ ଜିଲା ଟାଙ୍ଗୀ ରାସ୍ତାରେ ଆସୁଥିବାବେଳେ କପିଳାସ ଓ ଷଡ଼ଙ୍ଗୀ ରେଞ୍ଜ୍‌ର ଧନିଆନାଳୀ, ଚଟିଘର, ଷୋରିଷିଆପଦା, ଖଙ୍କିରା ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଉକ୍ତ ହାତୀକୁ ସ୍ଥାନୀୟ ଜଙ୍ଗଲରେ ଛାଡ଼ିଲେ ଲୋକଙ୍କ ଧନଜୀବନ ବିପନ୍ନ ହୋଇଯିବ ବୋଲି ଅଭିଯୋଗ କରିବା ସହିତ ସେମାନେ ଗାଡ଼ି ଅଟକାଇଥିଲେ। ନିରୁପାୟ ବନ ବିଭାଗ ହଟହଟାର ସମ୍ମୁଖୀନ ହୋଇଥିଲା। ପରେ ଗାଡ଼ିକୁ ମଙ୍ଗୁଳି, ଚୌଦ୍ୱାର ଓ ଢେଙ୍କାନାଳ ଦେଇ ବିଳମ୍ବିତ ରାତିରେ କପିଳାସ ଅଣାଯାଇଥିଲା। ଆଚରଣ ପରିବର୍ତ୍ତନ ଲାଗି ହାତୀକୁ କ୍ରଲ୍‌ ମଧ୍ୟରେ ରଖାଯାଇଥିଲା। ହାତୀଟି ହିଂସ୍ର ପ୍ରକୃତିର ନ ଥିବାରୁ କୌଣସି କ୍ଷତି କରିବ ନାହିଁ। ଜିଲାପାଳଙ୍କ ସହିତ ଆଲୋଚନା ପରେ ଏହାକୁ ଜଙ୍ଗଲରେ ଛାଡ଼ି ଦିଆଯାଇଥିବା ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ଭିତରକୁ ପଶିଗଲା କାର୍‌

ପରଜଙ୍ଗ,୮ା୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନାଠାରୁ ଅଳ୍ପ ଦୂର ପରଜଙ୍ଗ ବଜାର ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ଶାଖା କେନାଲ ଭିତରକୁ...

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଯୋଗ ଦେଲେ…

ପରଜଙ୍ଗ, ୫।୧୨(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ ବିଶ୍ୱେଶ୍ୱର ବିଦ୍ୟାପୀଠ ମୁଣ୍ଡେଇଲୋଠାରେ ଶୁକ୍ରବାର ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛ। ଏହି ପ୍ରଦର୍ଶନୀ...

ରାସ୍ତା ତଳକୁ ଓଲଟିପଡିଲା ବାଲି ବୋଝେଇ ହାଇୱା, ଭିତରେ ଥିଲେ ଡ୍ରାଇଭର, ତା’ପରେ…

ପରଜଙ୍ଗ, ୪।୧୨(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଭାଲୁମୁଣ୍ଡା – ପରଜଙ୍ଗ ପୂର୍ତ୍ତ ବିଭାଗ ରାସ୍ତାର ପରଜଙ୍ଗ ରେଳ ଷ୍ଟେଶନ ନିକଟରେ ଗୁରୁବାର...

ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…

ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ...

୫୫ ଜାତୀୟ ରାଜପଥରେ ସ୍କୁଟିକୁ ଧକ୍କା ଦେଲା ଅଜଣା ଗାଡି, ୩ ଯୁବକ ମୃତ

ଢେଙ୍କାନାଳ,୨୮ା୧୧: ଢେଙ୍କାନାଳ ଜିଲା ସଦର ଥାନା ଅନ୍ତର୍ଗତ ଜାତୀୟ ରାଜପଥ ୫୫ ର ଗୋବିନ୍ଦପୁର ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ...

ଧାନ କାଟୁଥିବାବେଳେ ଚାଷୀଙ୍କୁ କାମୁଡ଼ିଲା ସାପ, ଆଉ ତା’ ପରେ…

ପରଜଙ୍ଗ,୨୭ା୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ପଥରଖମ୍ବ ଗ୍ରାମର ଜଣେ ଚାଷୀ ଗୁରୁବାର ବିଲରେ ଧାନ କାଟୁଥିବା ବେଳେ ସାପ କାମୁଡ଼ାରେ...

ପରଜଙ୍ଗ ଅଞ୍ଚଳରେ ମାତିଛନ୍ତି ଡିଜେଲ ଚୋର, ବୋଲେରୋରେ ଆସି ଗାଡ଼ିରୁ କରୁଛନ୍ତି ଚୋରି

ପରଜଙ୍ଗ୨୬।୧୧(ନିଗମାନନ୍ଦ ଦଳବେହେରା) : ଢେଙ୍କାନାଳ ଜିଲା ପରଜଙ୍ଗ ବଜାରରୁ ବାଇପାସ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଚେନ ମେଶିନରୁ ବୁଧବାର...

୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ

ହିନ୍ଦୋଳ, ୨୨।୧୧: ଠକେଇ ମାମଲାରେ ୨ ବର୍ଷ ହେଲା ଫେରାର କିରାଣିଙ୍କୁ ଗିରଫ କଲା ଭିଜିଲାନ୍ସ। ୬୮.୮୫ ଲକ୍ଷ ଟଙ୍କାର ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri