ଆକାଉଣ୍ଟରେ ଟଙ୍କା ନ ଥିଲେ ବି କରିପାରିବେ ୟୁପିଆଇ ପେମେଣ୍ଟ: ଜାଣନ୍ତୁ କେମିତି

ସମୟ ବଦଳିବା ସହିତ ଭାରତରେ ଡିଜିଟାଲ ପେମେଣ୍ଟର ଧାରା ବହୁତ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଯଦି ଆପଣ ୟୁପିଆଇ ମାଧ୍ୟମରେ ପେମେଣ୍ଟ କରନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ ଉପଯୋଗୀ। ଏଣିକି ଆକାଉଣ୍ଟରେ ଟଙ୍କା ନ ଥିଲେ ବି ଆପଣ ୟୁପିଆଇ ପେମେଣ୍ଟ କରିପାରିବେ। ଦେଶରେ ଡିଜିଟାଲ ପେମେଣ୍ଟକୁ ଉତ୍ସାହିତ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଅଫ ୟୁପିଆଇ ୟୁଜର୍ସଙ୍କ ପାଇଁ କ୍ରେଡିଟ ଲାଇନ ସେବାକୁ ଅନୁମୋଦନ ଦେଇଛି। ୟୁଜର୍ସମାନେ ୟୁପିଆଇ ମାଧ୍ୟମରେ କ୍ରେଡିଟ କାର୍ଡ ପରି ଆକାଉଣ୍ଟରେ ଟଙ୍କା ନ ଥିଲେ ପେମେଣ୍ଟ କରିପାରିବେ ଏବଂ ପରେ ଏହାକୁ ପରିଶୋଧ କରିପାରିବେ।
ୟୁପିଆଇ ନାଓ ପେ ଲାଟର(UPI Now Pay Later) ସୁବିଧା ହେଉଛି ଏକ ପ୍ରକାର କ୍ରେଡିଟ ଲାଇନ, ଯାହା ମାଧ୍ୟମରେ ଆପଣ ଆକାଉଣ୍ଟରେ ଟଙ୍କା ବିନା ୟୁପିଆଇ ପେମେଣ୍ଟ କରିପାରିବେ। ଯେତେବେଳେ ବ୍ୟାଙ୍କ ଆପଣଙ୍କୁ ଏହି ସୁବିଧା ଦେବ ସେତେବେଳେ ଆପଣ ଏହି ଫିଚର ବ୍ୟବହାର କରିପାରିବେ। ଏହି ସୁବିଧା କ୍ରେଡିଟ ସ୍କୋର ଉପରେ ନିର୍ଭରଶୀଳ। ୟୁପିଆଇ ମାଧ୍ୟମରେ ଆପଣଙ୍କର ସଞ୍ଚୟ ଆକାଉଣ୍ଟ ବ୍ୟତୀତ, ଆପଣ ବର୍ତ୍ତମାନ କ୍ରେଡିଟ କାର୍ଡ, ପ୍ରିପେଡ ୱାଲେଟ, ଓଭରଡ୍ରାଫ୍ଟ ଆକାଉଣ୍ଟ ଏବଂ ବର୍ତ୍ତମାନ ୟୁପିଆଇ କ୍ରେଡିଟ ଲାଇନ ମଧ୍ୟ ଲିଙ୍କ କରିପାରିବେ। ଆଇସିଆଇସିଆଇ ପରି ଅନେକ ବ୍ୟାଙ୍କ ମଧ୍ୟ UPI Now Pay Later ସୁବିଧା ଆରମ୍ଭ କରିଛନ୍ତି।
UPI Now Pay Later ଆପଣ ୭,୫୦୦ ରୁ ୫୦,୦୦୦ ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ ଲାଇନ ବ୍ୟବହାର କରିପାରିବେ। ଗ୍ରାହକଙ୍କୁ ୪୫ ଦିନ ମଧ୍ୟରେ ଏହି ଟଙ୍କା ଦେବାକୁ ପଡିବ। ଯଦି ଆପଣ ଏହା କରିବାରେ ବିଫଳ ହୁଅନ୍ତି, ତେବେ ଆପଣଙ୍କୁ ବିଳମ୍ବ ଶୁଳ୍କ ସହିତ ୪୨.୮ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ଦେବାକୁ ପଡିବ। ଏହି ଦେୟ ଉପରେ ଆପଣଙ୍କୁ ଜିଏସ୍‌ଟିମଧ୍ୟ ଦେବାକୁ ପଡିବ।

‘UPI Now Pay Later’ କିପରି ବ୍ୟବହାର କରିବେ
ଏହି ଫିଚର ବ୍ୟବହାର କରିବାକୁ ଆପଣଙ୍କୁ ମୋବାଇଲ ବ୍ୟାଙ୍କିଙ୍ଗ କିମ୍ବା ବ୍ୟାଙ୍କର ନେଟ ବ୍ୟାଙ୍କିଙ୍ଗ ଖୋଲିବାକୁ ପଡିବ। ଏହା ପରେ ଆପଣଙ୍କୁ ପୂର୍ବ-ଅନୁମୋଦିତ(ଆପ୍ରୁଭ୍‌ଡ ଲୋନ) ଋଣ ବିଭାଗକୁ ଯିବାକୁ ପଡିବ। ଏହା ପରେ ଆପଣ ଏଠାରୁ UPI Now Pay Later ସୁବିଧା ପାଇପାରିବେ। ବିଭିନ୍ନ ବ୍ୟାଙ୍କ ଅନୁଯାୟୀ ଏହି ସୁବିଧା ଭିନ୍ନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri