Categories: ଫୁରସତ

୧୦ ହଜାର ଫୁଟ୍‌ ଉପରେ ସ୍କାଏ ଡାଇଭିଂରେ ମେକ୍‌ଅପ୍‌

ତାଲାହାସି: ଅଧିକାଂଶ ଲୋକ ନିଜକୁ ସଜେଇବା ପାଇଁ ମେକ୍‌ଅପ୍‌ର ସାହାଯ୍ୟ ନେଇଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ଆମେ ଅନେକ ବ୍ୟୁଟି ଏନ୍‌ଫ୍ଲ୍ୟୁଏନ୍‌ସରଙ୍କୁ ଦେଖିବାକୁ ପାଇବା। ହେଲେ ଜଣେ ମହିଳା ମେକ୍‌ଅପ୍‌ କରିବା ସମୟରେ ଏକ ବାହାଦୁରିର କାମ କରିଛନ୍ତି, ଯାହା ଜାଣିଲେ ଆଶ୍ଟର୍ଯ୍ୟ ଲାଗିବ। ଫ୍ଲୋରିଡ଼ାର ଏମ୍‌ସିକିନା କ୍ନିପ ଜଣେ ଆଡଭେଞ୍ଚର ପ୍ରିୟ ଏବଂ ସୋସିଆଲ ଏନ୍‌ଫ୍ଲ୍ୟୁଏନ୍‌ସର। ସେ ସୋସିଆଲ ମିଡିଆରେ ବହୁ ଆଡଭେଞ୍ଚରର ଭିଡିଓ ଶେୟାର କରିଥାନ୍ତି। ନିକଟରେ ସେ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ସ୍କାଏ ଡାଇଭିଂ କରିବା ସମୟରେ ମେକ୍‌ଅପ୍‌ କରୁଥିବା ଦେଖିବାକୁ ମିଳିଛି। ୧୦ ହଜାର ଫୁଟ୍‌ ଉଚ୍ଚତାରେ ସ୍କାଏ ଡାଇଭିଂ କରି ଖୁବ୍‌ ଜୋର ପବନରେ ସେ ନିଜକୁ ମେକ୍‌ଅପ୍‌ କରୁଛନ୍ତି। ସେ ପ୍ରଥମେ ବୋତଲ ପାଣିରେ ଏକ କପଡ଼ା ଗୁଳା କରି ସେଥିରେ ମୁହଁକୁ ପୋଛୁଛନ୍ତି। ପରେ ଗୋଟେ ଗୋଟେ କରି ସେ ମେକ୍‌ଅକ୍‌ ଜିନିଷ ବ୍ୟବହାର କରୁଥିବା ଦେଖିବାକୁ ମିଳୁଛି। ଏହି ଭିଡିଓର କ୍ୟାପ୍ସନରେ ଲେଖିଛନ୍ତି, ‘ତୁମର ସ୍କିନ୍‌ କେୟାର ରୁଟିନ୍‌ କ’ଣ?’ ଏହା ସବୁଠୁ ଭଲ ଉପାୟ ନିଜକୁ ତାଜା ଅନୁଭବ କରିବା ପାଇଁ।

Share