ସ୍ତ୍ରୀଙ୍କ ବଦଳରେ ମାଆଙ୍କ ନାମରେ କରନ୍ତୁ ଏହି ଏଫଡି, ମିଳିବ ବମ୍ପର ରିଟର୍ନ, ଜାଣନ୍ତୁ କେମିତି କରିବେ…

ନୂଆଦିଲ୍ଲୀ,୧୦।୧: ଅଧିକାଂଶ ଲୋକ ଫିକ୍ସଡ ଡିପୋଜିଟ (Fixed Deposit -FD) ରେ ବିନିଯୋଗ କରିବାକୁ ପସନ୍ଦ କରନ୍ତି, କାରଣ ସେମାନେ ଫିକ୍ସଡ ରିଟର୍ଣ୍ଣ ପାଆନ୍ତି ଓ ଆପଣଙ୍କର ବିନିଯୋଗ ପରିମାଣ ସୁରକ୍ଷିତ ରହିଥାଏ । କିନ୍ତୁ ଯଦି ଆପଣ ଫିକ୍ସଡ ଡିପୋଜିଟ ଉପରେ ଅଧିକ ରିଟର୍ନ (Highest FD Interest Rates) ପାଇବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ମଧ୍ୟ ଏକ ଉପାୟ ଅଛି । ପ୍ରାୟତଃ ଲୋକମାନେ ଟ୍ୟାକ୍ସ ସଞ୍ଚୟ କରିବାକୁ ନିଜ ସ୍ତ୍ରୀଙ୍କ ନାମରେ ଏଫଡି କରନ୍ତି । ଯଦି ଆପଣ FD ରେ ସର୍ବାଧିକ ରିଟର୍ନ (FD investments) ପାଇବାକୁ ଚାହାଁନ୍ତି, ତେବେ ସ୍ତ୍ରୀଙ୍କ ବଦଳରେ ଆପଣ ଆପଣଙ୍କ ମା’ଙ୍କ ନାମରେ (FD ନିବେଶ) କରନ୍ତୁ ।ଯାହା ଅପାଣଙ୍କୁ ବମ୍ପର ଲାଭ ଦେବା ସହ ରିଟର୍ନ ମଧ୍ୟ ଦେବ।

ସ୍ତ୍ରୀଙ୍କ ନାମରେ FD କଲେ ଆପଣ ନିଶ୍ଚିତ ଭାବରେ ଟ୍ୟାକ୍ସ ସଞ୍ଚୟ କରିପାରିବେ, କିନ୍ତୁ ଧ୍ୟାନ ଦିଅନ୍ତୁ ଯେ ଏଥିରେ ଆପଣ ଯେତେ ସୁଧ ପାଇବେ ନିଜ ନାମରେ କଲେ ମଧ୍ୟ ସେତିକି ସୁଧ ମିଳିବ । କିନ୍ତୁ ଯଦି ଆପଣ ଆପଣଙ୍କ ମା’ଙ୍କ ନାମରେ ଏଫଡି କରନ୍ତି, ତେବେ ଏହା ଉପରେ ଅଧିକ ସୁଧ ମିଳିବ । କିନ୍ତୁ ବିଶେଷ ଧ୍ୟାନ ଦିଅନ୍ତୁ ଯେ ଯଦି ଆପଣଙ୍କର ମାଙ୍କ ବୟସ ୬୦ ବର୍ଷ କିମ୍ବା ତା’ଠାରୁ ଅଧିକ, ଅର୍ଥାତ ସେ ଜଣେ ବରିଷ୍ଠ ନାଗରିକ, ତେବେ କେବଳ ତାଙ୍କ ନାମରେ ଏଫ୍ଡି କରି ଆପଣ ୦.୫୦ ପ୍ରତିଶତ ଅଧିକ ରିଟର୍ନର ଲାଭ ପାଇପାରିବେ ।

ଯଦି ଆପଣଙ୍କର ମା’ର ବୟସ ୮୦ କିମ୍ବା ତା’ଠାରୁ ଅଧିକ ଅର୍ଥାତ ସେ ଜଣେ ସୁପର ସିନିୟର ନାଗରିକ, ତେବେ ଆପଣ ୦.୭୫ ରୁ ୦.୮୦ ପ୍ରତିଶତ ଅଧିକ ସୁଧ ପାଇପାରିବେ । ଅଧିକ ରିଟର୍ନ ପାଇଁ, ଆପଣ ଆପଣଙ୍କ ମା କିମ୍ବା ପିତାଙ୍କ ନାମରେ FD କରିପାରିବେ । କହିରଖୁଛୁ କି, ବରିଷ୍ଠ ନାଗରିକମାନେ FD ରେ ଅଧିକ ରିଟର୍ନ ପାଆନ୍ତି ।

FDS ରୁ ଆୟ ଉପରେ TDS (Tax Deducted at Source) କଟାଯାଇଥାଏ । ଯଦି ଆର୍ଥିକ ବର୍ଷରେ FD ରୁ ପ୍ରାପ୍ତ ସୁଧ ୪୦,୦୦୦ ରୁ ଅଧିକ, ତେବେ ଆପଣଙ୍କୁ 10% TDS ଦେବାକୁ ପଡିବ । କିନ୍ତୁ ବରିଷ୍ଠ ନାଗରିକଙ୍କ ପାଇଁ ଏହି ସୀମା ହେଉଛି ୫୦,୦୦୦ ଟଙ୍କା । ଯଦି ଆପଣ ଆପଣଙ୍କ ନାମରେ FD ରେ ବିନିଯୋଗ କରନ୍ତି, ତା’ହେଲେ ଏଥିରୁ ଆୟ ଆପଣଙ୍କ ଆୟରେ ଯୋଡିହୋଇଥାଏ । ଏହାର ଅର୍ଥ ଏପରି ପରିସ୍ଥିତିରେ ଆପଣଙ୍କୁ ଅଧିକ ଟ୍ୟାକ୍ସ ଦେବାକୁ ପଡିପାରେ । ତେଣୁ, ଯଦି ଆପଣ ଆପଣଙ୍କ ମା’ଙ୍କ ନାମରେ ଏଫଡି କରନ୍ତି, ଆପଣ କେବଳ ଅଧିକ ରିଟର୍ନ ପାଇବେ କେବଳ ତାହା ନୁହେଁ ବରଂ ଏହି ଉପାୟରେ ଟ୍ୟାକ୍ସ ମଧ୍ୟ ସଞ୍ଚୟ କରିପାରିବ ।


Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri